ETV Bharat / sitara

ସ୍କଟଲ୍ୟାଣ୍ଡ ଯାତ୍ରା କଲେ ‘ବେଲ ବଟମ’ ଟିମ

author img

By

Published : Sep 2, 2020, 1:21 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାଣୀ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାଣୀ କପୁର

ଖୁବଶୀଘ୍ର ସ୍କଟଲ୍ୟାଣ୍ଡରେ ଆରମ୍ଭ ହେବେ ଚର୍ଚ୍ଚିତ ଫିଲ୍ମ ‘ବେଲ ବଟମ’ର ସୁଟିଂ । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁସି ପ୍ରକାଶ କରିଛନ୍ତି ବାଣୀ ।

ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ବେଲ ବଟମ’ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ସେକ୍ସୀ ଅଭିନେତ୍ରୀ ବାଣୀ କପୁର । ଫିଲ୍ମର ସୁଟିଂ ପାଇଁ ଏହି ଯୋଡି ସହ କ୍ରୁ ମେମ୍ବର ସ୍କଟଲ୍ୟାଣ୍ଡର ଯାତ୍ରା କରିଛନ୍ତି । ଯାହାକୁ ନେଇ ବାଣୀ ରୋମାଞ୍ଚିତ ହେବା ସହ ବ୍ୟାକୁଳ ଅଛନ୍ତି । ଫିଲ୍ମର ସୁଟିଂ ସେଟକୁ ଫେରିବାକୁ ସେ ଅପେକ୍ଷା କରିଛନ୍ତି ।

ଖୁସି ପ୍ରକାଶ କରି ବାଣୀ କହିଛନ୍ତି, ‘ମୁଁ ବିଶ୍ବାସ କରିପାରୁନାହିଁ ବାସ୍ତବରେ ମୁଁ ଫିଲ୍ମ ସୁଟିଂ ଆରମ୍ଭ କରିବାକୁ ଯାଉଛି । ସେଟକୁ ଫେରିବା ଏମିତି ଖୁସି ମୋ ପାଇଁ ଯାହାକୁ ମୁଁ ଦୀର୍ଘ ସମୟରୁ ଅପେକ୍ଷା କରିଛି । ଆଉ ପରିଶେଷରେ ସେହି ସମୟ ଆସିଯାଇଛି । 5 ମାସ ପରେ ମୁଁ ମୁମ୍ବାଇରୁ ବାହାରକୁ ଯାଉଛି । ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ନେଇ ମୁଁ ବହୁତ ଖୁସି ଅଛି । ମୁଁ ପ୍ରଥମଥର ଅକ୍ଷୟ ସାର୍‌ଙ୍କ ସହ କାମ କରୁଛି । ଆଉ ମୁଁ ଜାଣିଛି ଯେ ଏହା ଖାସ୍ ହେବ । ମୁଁ ତାଙ୍କ ପାଖରୁ ବହୁତ କିଛି ଶିଖିବି । ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଆଶା କରୁଛି ଦର୍ଶକ ଆମ ଯୋଡିକୁ ପରଦାରେ ପସନ୍ଦ କରିବେ ।’

ଫିଲ୍ମ ବ୍ୟତୀତ ସେ ବିଶ୍ବରେ ବ୍ୟାପି ଥିବା ମହାମାରୀ କୋରୋନା ବିଷୟରେ ମଧ୍ୟ ଆଲୋଚନା କରି କହିଛନ୍ତି, ‘ଏବର୍ଷ ଆମ ସମସ୍ତଙ୍କ ପାଇଁ କଡା ପରୀକ୍ଷା ବର୍ଷ ଥିଲା । ହେଲେ ମୁଁ ଖୁସି ଅଛି ଯେ ସବୁ ଜିନିଷ ପୁଣି ଧିରେ ଧିରେ ଠିକ୍ ହେବାକୁ ଲାଗିଛି । କାରଣ ଆମେ ଏହି ପରିସ୍ଥିତି ସହ ନିଜକୁ ଖାପ ଖୁଆଉ ପାରୁଛେ ।’

ପ୍ରକାଶ ଥାଉକି ଅକ୍ଷୟ ଓ ବାଣୀଙ୍କ ବ୍ୟତୀତ ‘ବେଲ ବଟମ’ରେ ଅଭିନେତ୍ରୀ ହୁମା କୁରୈସୀ ଓ ଲାରା ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ଭାରତର ଏକ ବାସ୍ତବ କାହାଣୀକୁ ନେଇ ଆଧାରିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.