ETV Bharat / science-and-technology

ମହାଜାଗତିକ ଦୃଶ୍ୟ, ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର ଏବଂ ମଙ୍ଗଳ ଗ୍ରହ

author img

By

Published : Jun 22, 2023, 11:05 AM IST

Venus and mars will be seen very close to moon
Venus and mars will be seen very close to moon

ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର ଏବଂ ମଙ୍ଗଳ ଗ୍ରହ। ସନ୍ଧ୍ୟା 7ଟାରୁ 8ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଉଜ୍ବଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଦେଖାଯାଇ ପାରିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ସନ୍ଧ୍ୟାରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ । ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର ଏବଂ ମଙ୍ଗଳ ଗ୍ରହ । ଆକାଶ ମେଘମୁକ୍ତ ରହିଲେ ଖାଲି ଆଖିରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖି ହେବ । ଆଜି ପଶ୍ଚିମ ଆକାଶରେ ଶୁକ୍ର ଉଜ୍ବଳ ଏବଂ ମଙ୍ଗଳ ଗ୍ରହ ଲାଲ ରଙ୍ଗର ଦେଖାଯିବ । ତେବେ ଆଜି ଚନ୍ଦ୍ର ସହ ଶୁକ୍ର ଏବଂ ମଙ୍ଗଳ ଗ୍ରହର କୌଣିକ ଦୂରତା କମ ଦୂରତା ରହିବ । କିନ୍ତୁ ଆସନ୍ତାକାଲି ଠାରୁ ଏହି ଦୂରତା ବୃଦ୍ଧି ପାଇବ। ଆଜି କୌଣିକ ଦୂରତା 2ରୁ 4 ଡିଗ୍ରୀ ରହିବାରୁ ଅତି ନିକଟତର ଦେଖାଯିବେ। କିନ୍ତୁ ଆସନ୍ତାକାଲି ଏହି ଦୂରତା ବୃଦ୍ଧି ପାଇଁ 15ରୁ 17 ଡିଗ୍ରୀ ହୋଇପାରେ । ତେଣୁ ଦୂରତା ବଢିପାରେ । ତେବେ ଆକାଶ ମେଘ ମୁକ୍ତ ରହିଲେ ଓଡିଶା ତଥା ଭାରତର ସବୁ ଅଞ୍ଚଳରେ ଏହି ଜାଗତିକ ଦୃଶ୍ୟ ଦେଖିହେବ ।

ଏହା ମଧ୍ୟ ପଢନ୍ତୁ: Longest Day 2023: ଆଜି ବର୍ଷର ସବୁଠାରୁ ଲମ୍ବା ଦିନ, ୧୪ ଘଣ୍ଟା ପରେ ନଇଁବ ସଞ୍ଜ

ଆଜି ଶୁକ୍ରର ପ୍ରାୟ 2ରୁ 4 ଡିଗ୍ରୀ ଉପରେ ଫିକା ଲାଲ ରଙ୍ଗର ମଙ୍ଗଳଗ୍ରହ ରହିବ । ଏହା ଖାଲି ଆଖିରେ ମଧ୍ୟ ଦେଖିହେବ । ଏହା ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ । ଜୁନମାସ ଶେଷ ସପ୍ତାହରୁ ଜୁଲାଇ ମାସ ଶେଷ ଯାଏଁ ପ୍ରତିଦିନ ସନ୍ଧ୍ୟାରେ ଏହି ଦୃଶ୍ୟ ଦେଖିହେବ । ଜୁନ୍ ମାସ ଶେଷ ସପ୍ତାହରୁ ଜୁଲାଇ ମାସ ୩୦ ତାରିଖ ଯାଏଁ ସବୁଦିନ ସଂଧ୍ୟା ୭ଟାରୁ ୮ଟା ପ୍ରାୟ ଏକ ଘଣ୍ଟା ଧରି ଶୁକ୍ର ଓ ମଙ୍ଗଳ ଗ୍ରହକୁ ମଧ୍ୟ ଖାଲି ଆଖିରେ ପଶ୍ଚିମ ଆକାଶରେ ଦେଖିହେବ। ଜୁଲାଇ 28 ତାରିଖରେ ଶୁକ୍ର ଗ୍ରହକୁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଲେ ଏହା ଦ୍ବିତୀୟ ଚନ୍ଦ୍ର ପରି ଦେଖାଯିବ । ଏହା ଅର୍ଥ ଚନ୍ଦ୍ରର ଆକାର ବଙ୍କୁଲି ଦେଖାଯିବ । କାରଣ ଚନ୍ଦ୍ର କଳାର ହ୍ରାସ ବୃଦ୍ଧି ପରି ଶୁକ୍ର ଗ୍ରହର ମଧ୍ୟ କଳାର ହ୍ରାସ ବୃଦ୍ଧି ପାଇଥାଏ । ଯାହାକି ଖାଲି ଆଖିରେ ଦେଖିହେବ ନାହିଁ । କିଛି ଦିନ ବ୍ଯବଧାନରେ ଶୁକ୍ର ଗ୍ରହକୁ ଖାଲି ଆଖିରେ ଦେଖିହେବ ।

ଏହା ମଧ୍ୟ ପଢନ୍ତୁ: ମାର୍ଚ୍ଚ 1 ରାତିରେ ଚମକିବ ଆକାଶ ! ନିକଟତର ହେବେ ବୃହସ୍ପତି ଓ ଶୁକ୍ର

କହିରଖୁଛି କି, ଗତ ମାର୍ଚ୍ଚ 1ରେ ସୌର ଜଗତର ଦୁଇ ଚମକଦାର୍ ଗ୍ରହ ବୃହସ୍ପତି ଓ ଶୁକ୍ର ନିକଟତର ହୋଇଥିଲେ । ସମଗ୍ର ବିଶ୍ବରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ପଶ୍ଚିମ ଆକାଶରେ ସନ୍ଧ୍ୟା ୬.୧୫ଟାରୁ ୭.୧୫ ମଧ୍ୟରେ ଦୃଶ୍ୟମାନ ହୋଇଥିଲା । ୨ରୁ ୩ ବର୍ଷ ପରେ ଏହିପରି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.