ETV Bharat / science-and-technology

ମାର୍ଚ୍ଚ 1 ରାତିରେ ଚମକିବ ଆକାଶ ! ନିକଟତର ହେବେ ବୃହସ୍ପତି ଓ ଶୁକ୍ର

author img

By

Published : Feb 27, 2023, 11:44 AM IST

ଆସନ୍ତା ମାର୍ଚ୍ଚ 1ରେ ଦୃଶ୍ୟମାନ ହେବ ଆଉ ଏକ ବିରଳ ଜାଗତିକ ଦୃଶ୍ୟ । ସୌର ଜଗତର ଦୁଇ ଚମକଦାର୍ ଗ୍ରହ ବୃହସ୍ପତି ଓ ଶୁକ୍ର ନିକଟତର ହେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

venus and jupiter
venus and jupiter

ହାଇଦ୍ରାବାଦ: ମହାକାଶରେ ଦୃଶ୍ୟମାନ ହେବ ଆଉ ଏକ ବିରଳ ଜାଗତିକ ଦୃଶ୍ୟ । ଆସନ୍ତା ମାର୍ଚ୍ଚ 1ରେ ସୌର ଜଗତର ଦୁଇ ଚମକଦାର୍ ଗ୍ରହ ବୃହସ୍ପତି ଓ ଶୁକ୍ର ନିକଟତର ହେବାକୁ ଯାଉଛନ୍ତି । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛି ଆମେରିକୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ ନାସା । ଏହି ଦୃଶ୍ୟ ଖୁବ୍ ଆକର୍ଷଣୀୟ ହେବ, ଏପରି ଦୃଶ୍ୟ ଦେଖିବା ପରେ ଫଟୋ କ୍ଲିକ୍ କରି ନାସାକୁ ପଠାଇପାରିବେ ବୋଲି ସଂସ୍ଥାନ ଟ୍ବିଟ୍‌ କରି କହିଛି ।

  • There’s a meetup happening in the western sky: the crescent Moon sits close to Jupiter, with Venus below them. Jupiter and Venus will continue to cozy up until March 1, when they’ll be at their closest.

    Have you spotted these three in the sky? Snap a picture and send it to us! pic.twitter.com/8W1iihFz3w

    — NASA (@NASA) February 24, 2023 " class="align-text-top noRightClick twitterSection" data=" ">

କହି ରଖୁଛୁ ଯେ, ନିକଟରେ ମହାକାଶରେ ଚନ୍ଦ୍ରମାର ନିକଟତର ହୋଇଥିଲେ ବୃହସ୍ପତି ଏବଂ ଶୁକ୍ର । ଏହି ଦୃଶ୍ୟ ଆକାଶର ଚମକକୁ ଦ୍ବିଗୁଣିତ କରି ଦେଇଥିଲା । ଆମ ଦେଶରେ ମଧ୍ୟ ଏହି ବିରଳ ଦୃଶ୍ୟ ଦୃଶ୍ୟମାନ ହୋଇଥିଲା । ଅନେକ ଲୋକ ଏହି ବିରଳ ଫଟୋ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବିଶେଷ କରି ଏହି ଦୃଶ୍ୟ ବେଙ୍ଗାଲୁରୁ ଓ ଚେନ୍ନାଇ ଆକାଶରେ ଦେଖାଯାଇଥିଲା । ଆଗକୁ ମହାକାଶରେ ଏପରି ଆଉ ଏକ ଘଟଣା ଘଟିବାକୁ ଯାଉଛି ବୋଲି ନାସା ଟ୍ବିଟ୍ ଯୋଗେ ଜଣାଇଛି । ମାର୍ଚ୍ଚ 1(ବୁଧବାର) ରାତିରେ ପଶ୍ଚିମ ଆକାଶରେ ଏହି ଦୃଶ୍ୟ ଦେଖାଯିବ ।

ଏହା ମଧ୍ୟ ପଢନ୍ତୁ:- World NGO Day: ବେସରକାରୀ ସଂଗଠନ ହେଲେ ବି ସମାଜର ଉନ୍ନତିରେ ନିଭାଏ ପ୍ରମୁଖ ଭୂମିକା

ସେପଟେ, ପ୍ଲାନେଟାରୀ ସୋସାଇଟି ଅଫ୍ ଇଣ୍ଡିଆ(PSI) ମଧ୍ୟ ଏନେଇ ସ୍ପଷ୍ଟ କରିଛି । ସୌର ଜଗତର ଦୁଇ ଉଜ୍ବଳମୟ ଗ୍ରହ ଶୁକ୍ର ଓ ବୃହସ୍ପତି ନିକଟତର ହେବେ ଏବଂ ଉଭୟଙ୍କ ମଧ୍ୟରେ ଦୂରତା ମାତ୍ର ଅଧା(0.5)ଡିଗ୍ରୀ ରହିବ ବୋଲି କହିଛି । PSIର ନିର୍ଦ୍ଦେଶକ କହିଛନ୍ତି ଯେ, ରବିବାର ଶୁକ୍ର ପୃଥିବୀ ଠାରୁ 21.24 କୋଟି କିଲୋମିଟର ଦୂରରେ ଏବଂ ବୃହସ୍ପତି 84.97 କୋଟି କିଲୋମିଟର ଦୂରରେ ଥିଲେ ।

ଯେତେବେଳେ ଫେବୃଆରୀ 19ରେ ସନ୍ଧ୍ୟାରେ ପଶ୍ଚିମ ଆକାଶରେ ଏହି ଦୃଶ୍ୟର ଚିତ୍ର ଉତ୍ତୋଳନ କରାଯାଇଥିଲା, ଫଟୋରେ ଜୁପିଟର(ବୃହସ୍ପତି) ଚନ୍ଦ୍ରମାର ଉପରେ ଏବଂ ଭେନସ୍(ଶୁକ୍ର) ତଳେ ଦେଖା ଯାଇଥିଲେ । ବାସ୍ତବରେ, ଏହି ଦୁଇଟି ଗ୍ରହ ଫେବୃଆରୀ 18(ଶନିବାର) ପରସ୍ପରଠାରୁ 64014 କୋଟି କିଲୋମିଟର ଦୂରରେ ଥିଲେ ବୋଲି PSI ନିର୍ଦ୍ଦେଶକ କହିଛନ୍ତି ।

PSI ନିର୍ଦ୍ଦେଶକ ରଘୁ ନନ୍ଦନ କୁମାରଙ୍କ ସୂଚନା ଅନୁଯାୟୀ, ମାର୍ଚ୍ଚ 1 ରାତିରେ ଉଭୟ ଶୁକ୍ର ଏବଂ ବୃହସ୍ପତି ପରସ୍ପରଠାରୁ 65.94 କୋଟି କିଲୋମିଟର ଦୂରରେ ରହିବେ, କିନ୍ତୁ ପୃଥିବୀରୁ ଦେଖୁଥିବା ଲୋକଙ୍କ ପାଇଁ ଏହି ଗ୍ରହମାନେ ପରସ୍ପରର ନିକଟତର ଥିବା ଭଳି ଦେଖାଯିବ । ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ଏହି ଦୃଶ୍ୟ ଦେଖାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.