ETV Bharat / science-and-technology

ମଣିଷ ଶରୀରରେ ଲାଗିଲା ଘୁଷୁରୀ କିଡ଼ନୀ, କେତେ ସଫଳ ଜାଣନ୍ତୁ

author img

By

Published : Feb 5, 2022, 10:04 PM IST

ମଣିଷ ଶରୀରରେ ଲାଗିଲା ଘୁଷୁରୀ କିଡ଼ନୀ, କେତେ ସଫଳ ଜାଣନ୍ତୁ
ମଣିଷ ଶରୀରରେ ଲାଗିଲା ଘୁଷୁରୀ କିଡ଼ନୀ, କେତେ ସଫଳ ଜାଣନ୍ତୁ

ଆମେରିକାର ସଫଳତାର ସହିତ ମଣିଷ ଶରୀରରେ ଘୁଷୁରୀ କିଡ଼ନୀ ଲଗାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ବାସ୍ତବରେ କଣ ଏକ ଘୁଷୁରୀ କିଡ଼ନୀ ମଣିଷ ଶରୀରର ଆଭ୍ୟନ୍ତରୀଣ ଅଙ୍ଗର କାର୍ଯ୍ୟ କରିପାରିବ ? ଏ ସମ୍ପର୍କରେ ଆସନ୍ତୁ ବିସ୍ତୃତରେ ଜାଣିବା । ଅଧିକ ପଢନ୍ତୁ

ନ୍ୟୁୟର୍କ: ଆମେରିକାର ବର୍ମିଂହାମ ସ୍ଥିତ ଆଲାବାମା ବିଶ୍ବବିଦ୍ୟାଳୟର ଗବେଷକମମାନେ ସଫଳତାର ସହ ଘୁଷୁରି କିଡ଼ନୀକୁ ମସ୍ତିଷ୍କ-ମୃତ ବା ବ୍ରେନ ଡେଡ୍‌ ମଣିଷର ଶରୀରରେ ପ୍ରତିରୋପଣ କରିଛନ୍ତି । ଏହି କିଡ଼ନୀ ଭଲ ଭାବେ କାମ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ମଣିଷ ଶରୀରରେ ପଶୁର ଅଙ୍ଗ ଲାଗିବା ପ୍ରଥମ ନୁହେଁ । ଗତ ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ମଧ୍ୟ ନ୍ୟୁୟର୍କ ଏପରି ପ୍ରତିରୋପଣ ହୋଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ବାସ୍ତବରେ କଣ ଏକ ଘୁଷୁରୀ କିଡ଼ନୀ ମଣିଷ ଶରୀରର ଆଭ୍ୟନ୍ତରୀଣ ଅଙ୍ଗର କାର୍ଯ୍ୟ କରିପାରିବ ? ଏ ସମ୍ପର୍କରେ ଆସନ୍ତୁ ବିସ୍ତୃତରେ ଜାଣିବା ।

ଏଥିଲାଗି ପ୍ରଥମେ ଏକ ପ୍ରିକ୍ଲିନିକାଲ ଟେଷ୍ଟ କରାଯାଏ । ଏଥିଲାଗି ପ୍ରଥମେ ଜଣେ ବ୍ରେନ ଡେଡ ରୋଗୀଙ୍କ ଶରୀରରେ ଏହି କିଡ଼ନୀକୁ ଲଗାଯାଇଥିଲା । ଏହାପରେ କିଡନୀ ଭଲ ଭାବେ କାର୍ଯ୍ୟ କରିଥିଲା । ପରୀକ୍ଷଣ ସମୟରେ ଦାତା ଘୁଷୁରୀରେ 10ଟି ଜିନ୍ ପରିବର୍ତ୍ତନ କରାଯାଇଥିଲା । ୪ଟି ଘୁଷୁରୀ ଡିସଆବେଲ ଜିନ୍ ଯାହାକୁ ନକ୍ଆଉଟ୍(knockout) ମଧ୍ୟ କୁହାଯାଏ । ଛଅଟି ହେଉଛି ମଣିଷ ଜିନ୍ ଯାହା ଘୁଷୁରି ଶରୀରରେ ଲଗାଯାଇଛି, ଯାହାକୁ ନକ୍-ଇନ୍ ମଧ୍ୟ କୁହାଯାଏ । ପ୍ରତ୍ୟାଖ୍ୟାନ(Rejection)କୁ ରୋକିବା ପାଇଁ ଏହି ଜିନ୍‌କୁ ମଣିଷ ଶରୀରରେ ଲଗାଯାଏ ।

ଏହା ପୂର୍ବରୁ ଏହି କିଡ଼ନୀର କାର୍ଯ୍ୟକଳାପ ଓ ଏହାର ଅବଧୀକୁ ମଧ୍ୟ ଯାଞ୍ଚ କରାଯାଇଥିଲା । କିଡ଼ନୀ ଶରୀରର ଅଦରକାରୀ ପଦାର୍ଥକୁ ଫିଲଟର କରି ମୂତ୍ର ଉତ୍ପାଦ କରିଥିଲା । ଏହାକୁ ପେଟ ଭିତରେ ଲଗାଇବା ପରିବର୍ତ୍ତେ ଉକ୍ତ ରୋଗୀଙ୍କ ଗୋଡ଼ ଉପରକୁ ଲଗାଯାଇଥିଲା । ତେବେ ଏହା ସଫଳ ହୋଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.