ETV Bharat / science-and-technology

2035 ସୁଦ୍ଧା ପ୍ରଥମ ଭାରତୀୟ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ: ଇସ୍ରୋ ମୁଖ୍ୟ

author img

By ETV Bharat Odisha Team

Published : Jan 12, 2024, 10:09 AM IST

ISRO Chief Somnath reveals goals
2035 ସୁଦ୍ଧା ପ୍ରଥମ ଭାରତୀୟ ସ୍ସେସ ଷ୍ଟେସନ ଲକ୍ଷ୍ୟ

S Somanath at International Space Conference: ମହାକାଶରେ ମାନବ ଉପସ୍ଥିତି ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟିମକୁ ଉତ୍ସାହିତ କରୁଥିବା କହିଛନ୍ତି ଏସ ସୋମନାଥ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ହାତେଇ ଚାଲିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ତେବେ ଆଗକୁ ମଧ୍ୟ ଆହୁରି ସଫଳତା ହାତେଇବା ନେଇ କହିଛନ୍ତି ଇସ୍ରୋ ମୁଖ୍ୟ । ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିତ କରି ଏସ୍ ସୋମନାଥ କହିଛନ୍ତି, 2035 ସୁଦ୍ଧା ଭାରତ ପ୍ରଥମ ସ୍ପେସ ଷ୍ଟେସନ ସ୍ଥାପନ କରିବା ନେଇ ଲକ୍ଷ୍ୟ ରହିଛି । ସ୍ପେସ ଷ୍ଟେସନ ପ୍ରତିଷ୍ଠା କରିବା ପରେ ଆମେ ଏହାକୁ ଏକ ଲାବ୍ରୋଟୋରୀରେ ପରିଣତ କରିବାକୁ ଚାହୁଁଛୁ । ଏହା ଏକ ପ୍ରୟୋଗଶାଳା ହେବ ଯେଉଁଠାରେ ସମସ୍ତେ ଭାରତୀୟ ଆସି ପରୀକ୍ଷଣ କରିପାରିବେ ବୋଲି କହିଛନ୍ତି ସୋମନାଥ ।

ଇସ୍ରୋ ମୁଖ୍ୟଙ୍କ କହିବା ଅନୁସାରେ, "ସ୍ପେସ ଷ୍ଟେସନ ପ୍ରତିଷ୍ଠା କରିବା ଆମେ ସମ୍ଭବ ବୋଲି ଭାବୁଛୁ । ମନୁଷ୍ୟ ଚନ୍ଦ୍ରରେ ପହଞ୍ଚିବା ଦ୍ବାରା ଏହାର ଆର୍ଥିକ ପ୍ରଭାବ ପଡିବ । କାରଣ ଭବିଷ୍ୟତରେ କେବଳ ପୃଥିବୀ ପାଖରେ ରଣନୀତିକ କାର୍ଯ୍ୟକଳାପ ରହିବ ନାହିଁ । ପୃଥିବୀର ବିଭିନ୍ନ କାର୍ଯ୍ୟ ପାଇଁ ଆସନ୍ତା 5ରୁ 10 ବର୍ଷ ମଧ୍ୟରେ ଶିଳ୍ପ ସଂସ୍ଥା ଗୁଡିକୁ ଶହ ଶହ ମହାକାଶ ଯାନ ତିଆରି କରିବାକୁ ହେବ । 2040 ସୁଦ୍ଧା ଚନ୍ଦ୍ରରେ ଭାରତର ଉପସ୍ଥିତି ରହିବ ।"

ପୂର୍ବରୁ ଚନ୍ଦ୍ରଯାନ-3ରେ ଇସ୍ରୋ ଐତିହାସିକ ସଫଳତା ହାସଲ କରିଥିବା ବେଳେ ଆଦିତ୍ୟ ଏଲ-1 ମଧ୍ୟ ସଫଳତା ଦିଗରେ ଆଗେଇ ଚାଲିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନକୁ ନେଇ ସୋମନାଥ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ମହାକାଶ ଜଡିତ କ୍ଷେତ୍ରରେ ଜଣେ ଉତ୍ସାହୀ ସମର୍ଥକ । ଯେତେବେଳେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ, ସେତେବେଳୁ ସେ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ସମର୍ଥକ ଅଟନ୍ତି । ମହାକାଶରେ ମାନବ ଉପସ୍ଥିତି ପାଇଁ ନିରନ୍ତର କାର୍ଯ୍ୟ କରିବା ଉଚିତ ବୋଲି ସେ ସର୍ବଦା ଆମକୁ ଅନୁପ୍ରାଣିତ କରିଥାଆନ୍ତି ।"

ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ଲୋକଙ୍କ ହୃଦୟ ସହିତ ଜଡ଼ିତ: ଇସ୍ରୋ ମୁଖ୍ୟ

ଖୁବଶୀଘ୍ର ଗଗନଯାନ ମିଶନ ଆରମ୍ଭ ହେବ । ଆଗାମୀ କିଛି ବର୍ଷ ମଧ୍ୟରେ ଅର୍ଥାତ 2040 ସୁଦ୍ଧା ଚନ୍ଦ୍ରରେ ମାନବ ଉପସ୍ଥିତି ଜାହିର କରିବା ପାଇଁ ଆମେ ସର୍ବଦା ଚେଷ୍ଟା କରିବୁ । ଆମେ ବହୁତ ଦୂର ବୋଲି ଚାଲୁଥାଇପାରେ କିନ୍ତୁ ଏହି ସମୟ ଅତି ନିକଟତର ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । 2035 ସୁଦ୍ଧା ଆମକୁ ଅନ୍ତରୀକ୍ଷ ଷ୍ଟେସନ ତିଆରି କରିବାକୁ ହେବ ବୋଲି ସେ କହିଛନ୍ତି । ତେବେ ଆଶା କରୁଛୁ ଆମେ ଏଭଳି ଅକ ସ୍ସେସ ଷ୍ଟେସନ ତିଆରି କରିବୁ ଯେଉଁଠାରେ ଭାରତୀୟ ଯାଇ ଗବେଷଣା କରିବାରେ ସଫଳ ହେବେ । 2047 ମସିହା ପର୍ଯ୍ୟନ୍ତ ଆମେ ଯେଉଁ ଯୋଜନା ତିଆରି କରିଛୁ, ସେନେଇ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ ହୋଇ ରହିଛି ବୋଲି ସୋମନାଥ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.