ETV Bharat / science-and-technology

Instagram New Features: କ୍ରିଏଟର୍ସ-ଫଲୋର୍ସ ଯୋଗାଯୋଗ ହେବ ସହଜ, ଇନଷ୍ଟାଗ୍ରାମ ଆଣିଲା ଏହି ଫିଚର୍ସ

author img

By

Published : Feb 18, 2023, 8:29 AM IST

Instagram New Features
Instagram New Features

ଫଲୋର୍ସଙ୍କ ସହ ଯୋଗାଯୋଗକୁ ଆହୁରି ସୁବିଧା କରିବା ପାଇଁ ନୂଆ ଫିଚର୍ସ ଲଞ୍ଚ୍ କଲା ଇନଷ୍ଟାଗ୍ରାମ । ଖୁବ୍‌ଶୀଘ୍ର ଫେସବୁକ୍ ମେସେଞ୍ଜରରେ ବି ଆରମ୍ଭ ହେବ । ଅଧିକ ପଢନ୍ତୁ

ସାନ ଫ୍ରାନ୍ସିସ୍କୋ: ଫଲୋର୍ସଙ୍କ ସହ ଯୋଗାଯୋଗକୁ ଆହୁରି ସୁବିଧା କଲା ଇନଷ୍ଟାଗ୍ରାମ । ମେଟା ମାଲିକାନା ଇନଷ୍ଟାଗ୍ରାମ ନୂତନ ବ୍ରୋଡକାଷ୍ଟ ଚ୍ୟାନେଲ ଆରମ୍ଭ କରିଛି । ଏହି ବ୍ରୋଡକାଷ୍ଟ ଚ୍ୟାନେଲ ଏକାଧିକ ମେସେଜିଂ ଟୁଲ୍ ବା ଉପକରଣ, ଯାହାକି ଭିଡିଓ କ୍ରିଏଟର୍ସଙ୍କୁ ସେମାନଙ୍କ ଫଲୋର୍ସଙ୍କ ସହ ସିଧାସଳଖ ଜଡିତ ରହିବାର ସୁଯୋଗ ଦେହ । ମେଟା ସିଇଓ ମାର୍କ ଜୁକରବର୍ଗ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମରେ ତାଙ୍କ ମେଟା ଚ୍ୟାନେଲ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ।

Instagram New Features
Instagram New Features

କ୍ରିଏଟର୍ସ ସଦ୍ୟତମ ଅପଡେଟ୍‌ରେ ଏହି ଫିଚର୍ସ ପାଇପାରିବେ । ଫଲୋର୍ସଙ୍କ ମତାମତ ପାଇଁ କ୍ରିଏଟର୍ସ ନିଜେ ପୋଲ୍(କୌଣସି ବିଷୟବସ୍ତୁକୁ ନେଇ ସର୍ଭେ) ମଧ୍ୟ କରିପାରିବେ ବୋଲି କମ୍ପାନୀ ଗୁରୁବାର ଏକ ବ୍ଲଗ୍ ପୋଷ୍ଟରେ କହିଛି । କେବଳ କ୍ରିଏଟରମାନେ ଇନଷ୍ଟାଗ୍ରାମ ପ୍ରସାରଣ ଚ୍ୟାନେଲକୁ ବାର୍ତ୍ତା ପଠାଇ ପାରିବେ ଏବଂ ଅନୁସରଣକାରୀମାନେ ବିଷୟବସ୍ତୁ ଉପରେ ପ୍ରତିକ୍ରିୟା କରିପାରିବେ ଏବଂ ମତାମତ ପାଇପାରିବେ । କମ୍ପାନୀ କହିଛି ଯେ, ଆସନ୍ତା ମାସରେ ଏହି ଚ୍ୟାନେଲ ଗୁଡିକରେ ଅଧିକ ଫିଚର୍ସ ଯୋଡାଯିବ ।

ଏହା ମଧ୍ୟ ପଢନ୍ତୁ:- WhatsApp New Features: ଏଣିକି ଏକକାଳୀନ ପଠାଇ ପାରିବେ 100 ଫଟୋ ଓ ଭିଡିଓ

ଷ୍ଟୋରୀରେ ଷ୍ଟିକର୍ ବ୍ୟବହାର: ଥରେ ଜଣେ କ୍ରିଏଟର୍ ଏହି ବ୍ରୋଡ୍‌କାଷ୍ଟ ଚ୍ୟାନେଲକୁ ପ୍ରବେଶ କରି ସେମାନଙ୍କ ଇନଷ୍ଟାଗ୍ରାମ ଇନବକ୍ସରୁ ପ୍ରଥମ ବାର୍ତ୍ତା ପଠାଇଲେ, ସେମାନଙ୍କ ଫଲୋର୍ସ ଚ୍ୟାନେଲରେ ଯୋଗଦେବା ପାଇଁ ସମାନ ସମୟରେ ବିଜ୍ଞପ୍ତି ପାଇବେ । ଏହା ସହିତ, ଫଲୋର୍ସ ଏହି ଚ୍ୟାନେଲ ଗୁଡ଼ିକୁ ଯେକୌଣସି ସମୟରେ ଲିଭ୍ ହୋଇପାରିବେ କିମ୍ବା ମ୍ୟୁଟ୍ କରିପାରିବେ ଏବଂ କ୍ରିଏଟର୍‌ସଙ୍କ ଠାରୁ ଆସୁଥିବା ନୋଟିଫିକେସନକୁ ନିୟନ୍ତ୍ରଣ କରିପାରିବେ । କ୍ରିଏଟର୍‌ମାନେ ସେମାନଙ୍କର ଫଲୋର୍ସଙ୍କୁ ମଧ୍ୟ ଯୋଗଦେବାକୁ ଉତ୍ସାହିତ କରିବା ପାଇଁ ଷ୍ଟୋରୀରେ ଷ୍ଟିକର ବ୍ୟବହାର କରିପାରିବେ ।

ଏହା ମଧ୍ୟ ପଢନ୍ତୁ:- 2035ରୁ ୟୁରୋପିୟାନ ୟୁନିଅନ୍‌ରେ ଆଉ ଗଡିବନି ଗ୍ୟାସ ଓ ଡିଜେଲ କାର

ମେଟା କହିଛି ଯେ, ଆମେ ବର୍ତ୍ତମାନ ଆମେରିକାର ହାତଗଣତି ନିର୍ମାତାଙ୍କ ସହ ପ୍ରସାରଣ ଚ୍ୟାନେଲ ପରୀକ୍ଷା କରୁଛୁ ଏବଂ ଆସନ୍ତା ମାସରେ ବିସ୍ତାର କରିବାକୁ ଯୋଜନା କରୁଛୁ । ଏଥିସହ ଆସନ୍ତା ମାସରେ ଏହା ମେସେଞ୍ଜର ଏବଂ ଫେସବୁକରେ ପ୍ରସାରଣ ଚ୍ୟାନେଲ ପରୀକ୍ଷା କରିବ ବୋଲି କମ୍ପାନୀ କହିଛି । ତେବେ କହି ରଖୁଛୁ ଯେ, ଦେଶରେ ଟିକ୍‌ଟକ୍‌ ବ୍ୟାନ୍ ହେବା ପରଠାରୁ ଇନଷ୍ଟାଗ୍ରାମ ରିଲ୍ସ କ୍ରିଏଟରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ସର୍ବାଧିକ ଯୁବପିଢି ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି । ଦିନକୁ ଦିନ ଏହାର ଲୋକପ୍ରିୟତା ବଢୁ ଥିବାବେଳେ କମ୍ପାନୀ ପ୍ଲାଟଫର୍ମରେ ନୂଆ ନୂଆ ଫିଚର୍ସ ଯୋଡୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.