ETV Bharat / science-and-technology

WhatsApp New Features: ଏଣିକି ଏକକାଳୀନ ପଠାଇ ପାରିବେ 100 ଫଟୋ ଓ ଭିଡିଓ

author img

By

Published : Feb 17, 2023, 11:25 AM IST

ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ବାଟ୍‌ସଆପ୍ ଆଣୁଛି ନୂଆ ଫିଚର୍ସ । ଏଣିକି ଏଣିକି ଏକକାଳୀନ 100 ଫଟୋ-ଭିଡଓ ପଠାଇ ପାରିବେ । ଅଧିକ ପଢନ୍ତୁ

WhatsApp
WhatsApp

ନୂଆଦିଲ୍ଲୀ: ଏକାଧିକ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମଧ୍ୟରୁ ହ୍ବାଟ୍‌ସଆପ୍ ଅଧିକ ଲୋକପ୍ରିୟ । ବାର୍ତ୍ତା ହେଉ ଅବା ଫଟୋ କିମ୍ବା ଭିଡିଓ ପ୍ରେରଣ ପାଇଁ ୟୁଜର୍ସ ହ୍ବାଟ୍‌ସଆପ୍ ଉପରେ ହିଁ ଅଧିକ ବିଶ୍ବାସ କରିଥାନ୍ତି ଏବଂ ଏହାର ସର୍ବାଧିକ ବ୍ୟବହାର ହୋଇଥାଏ । ମାତ୍ର ଏହି ପ୍ଲାଟଫର୍ମରେ ଏକକାଳୀୟ 30ରୁ ଅଧିକ ଫାଇଲ୍ ପ୍ରେରଣ ହୋଇପାରେ ନାହିଁ, ଯାହା ଫଳରେ ୟୁଜର୍ସଙ୍କୁ ସାମାନ୍ୟ ଅସୁବିଧା ହେଉଥିଲା । ଏବେ ଆଉ ଏହି ଅସୁବିଧା ରହିବ ନାହିଁ । ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ବାଟ୍‌ସଆପ୍ ଆଣୁଛି ନୂଆ ଫିଚର୍ସ ।

ଏହା ମଧ୍ୟ ପଢନ୍ତୁ:- ଛଟେଇ ମଧ୍ୟରେ ମାର୍କ ଜୁକରବର୍ଗଙ୍କ ସୁରକ୍ଷା ରାଶି ବଢାଇଲା ମେଟା

ସୂଚନା ଅନୁସାରେ, ମାର୍କ ଜୁକରବର୍ଗଙ୍କ ମାଲିକାନା ମେଟା ଅଧୀନରେ ପରିଚାଳିତ ହ୍ବାଟ୍‌ସଆପ୍‌ରେ ଏଣିକି ଏକକାଳୀନ 100 ଫାଇଲ୍ ସେଣ୍ଡ୍(ପ୍ରେରଣ) କରାଯାଇ ପାରିବ । ସବୁଠୁ ବଡ କଥା ହେଉଛି କି ଏଣିକି ଏକାସାଙ୍ଗରେ 100ଟି ଡକ୍ୟୁମେଣ୍ଟ ମଧ୍ୟ ପଠାଇପାରିବେ ୟୁଜର୍ସ । ଏଥିସହ ସମସ୍ତ ଫାଇଲ୍‌ରେ କ୍ୟାପ୍ସନ୍ ସଂଯୋଗ ମଧ୍ୟ କରିପାରିବେ । ବ୍ୟବହାରକାରୀ ଆପ୍ ଅପଡେଟ୍‌ କରିବା ପରେ ଏହି ନୂଆ ଫିଚର୍ସ ପାଇପାରିବା ।

ଏହା ମଧ୍ୟ ପଢନ୍ତୁ:- 2035ରୁ ୟୁରୋପିୟାନ ୟୁନିଅନ୍‌ରେ ଆଉ ଗଡିବନି ଗ୍ୟାସ ଓ ଡିଜେଲ କାର

ହ୍ବାଟ୍‌ସଆପ୍‌ର ଏହି ନୂଆ ଫିଚର୍ସ 2.23.3.77 ଆପ୍‌ ଭର୍ସନର ଉପଲବ୍ଧ ହେବ । ଯଦି ଅପଡେଟ୍ ଫିଚର୍ସ କାର୍ଯ୍ୟ ନକରେ, ତେବେ ବିଶ୍ବସ୍ତରରେ ଅପଡେଟ୍ ଲାଗୁ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ଅପଡେଟ୍ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋର ଯାଞ୍ଚ କରନ୍ତୁ । ଅନ୍ୟପଟେ ଏହି ନୂତନ ଫିଚର୍ସ ସାଙ୍ଗକୁ ଆଉ ଦୁଇଟି ନୂଆ ଫିଚର୍ସ ମଧ୍ୟ ଆଣିଛି କମ୍ପାନୀ । ନୂଆ ଫିଚର୍ସ ହେଉଛି ଅବତାର ଷ୍ଟିକର୍ । ଅବତାରକୁ ଏଡିଟ୍ କରିବା ପାଇଁ 36 ପ୍ରକାର ନୂଆ ଷ୍ଟିକର୍ ଉପଲବ୍ଧ କରିଛି କମ୍ପାନୀ ।

ଏହା ମଧ୍ୟ ପଢନ୍ତୁ:- ଅବାଞ୍ଛିତ ଗର୍ଭଧାରଣ ରୋକିବାକୁ ପୁରୁଷ ବି ଖାଇପାରିବେ ଗର୍ଭନିରୋଧକ ବଟିକା

ଏଥିସହ ଆଉ ଏକ ନୂଆ ଫିଚର୍ସ ଉପରେ କାର୍ଯ୍ୟ କରୁଛି କମ୍ପାନୀ, ଯାହା ଆଗାମୀ ଦିନରେ କାର୍ଯ୍ୟକାରୀ ହୋଇପାରେ । ଏହି ଫିଚର୍ସ ଆସିବା ପରେ ଫଟୋର କ୍ଲାରିଟି ସଠିକ୍ ବଜାୟ ରହିବ । ପୂର୍ବରୁ ଡାଇରେକ୍ଟ ଫଟୋ ପଠାଇବା ଦ୍ବାର କ୍ଲାରିଟି କମି ଯାଉଥିଲା । ଏଥିପାଇଁ ଡକ୍ୟୁମେଣ୍ଟ ଆକାରରେ ଫଟୋ ସେଣ୍ଡ୍ କରିବାକୁ ପସନ୍ଦ କରିଥାନ୍ତି ୟୁଜର୍ସ । ନୂଆ ଫିଚର୍ସ ଆସିବା ପରେ ବିନା ଡକ୍ୟୁମେଣ୍ଟରେ ବି ଫଟୋ କ୍ଲାରିଟି ଉତ୍ତମ ମାନର ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.