ETV Bharat / science-and-technology

ଛଟେଇ ମଧ୍ୟରେ ମାର୍କ ଜୁକରବର୍ଗଙ୍କ ସୁରକ୍ଷା ରାଶି ବଢାଇଲା ମେଟା

author img

By

Published : Feb 17, 2023, 9:05 AM IST

ଫେସବୁକ୍ ସିଇଓ ତଥା ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସୁରକ୍ଷା ରାଶି ବୃଦ୍ଧି କରିଛି ମେଟା । ଅଧିକ ପଢନ୍ତୁ

Mark Zuckerberg
Mark Zuckerberg

ନୂଆଦିଲ୍ଲୀ: ସିଇଓ ତଥା ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏବଂ ତାଙ୍କ ପରିବାରକୁ ଦିଆଯାଇଥିବା ସୁରକ୍ଷା ରାଶି ବୃଦ୍ଧି କରିଛି ମେଟା । ବୁଧବାର(ଫେବ୍ରୁଆରୀ 15)ରେ ଜୁକରବର୍ଗଙ୍କ ସୁରକ୍ଷା ରାଶିକୁ 4 ନିୟୁତ ଡଲାରରୁ 14 ଲକ୍ଷ ଡ଼ଲାରକୁ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ଭତ୍ତା ଯୁକ୍ତିଯୁକ୍ତ ଏବଂ ଆବଶ୍ୟକ ବୋଲି ମେଟା କହିଛି ।

ମାର୍କ ଜୁକରବର୍ଗ ବିଶ୍ବର 16ତମ ଧନୀ ବ୍ୟକ୍ତି: ଜୁକରବର୍ଗ ବର୍ତ୍ତମାନ ଫୋର୍ବସ୍ ବିଲେୟନେୟାର ତାଲିକାରେ 16ତମ ସ୍ଥାନରେ ଅଛନ୍ତି, ଯାହାଙ୍କ ସମ୍ପତ୍ତି 63 ବିଲିୟନ ଡଲାରରୁ ଅଧିକ । 2021 ବର୍ଷ ପାଇଁ, ସେ ପ୍ରାୟ 27 ଲକ୍ଷ ଡଲାର୍ କ୍ଷତିପୂରଣ(କମ୍ପାନସେସନ୍) ଅର୍ଜନ କରିଥିଲେ । ଅନ୍ୟପକ୍ଷରେ, ଯଦି ଆମେ 2022 ବର୍ଷ ବିଷୟରେ କଥା ହେବା, ତେବେ ଏହି ବର୍ଷ ପାଇଁ ତାଙ୍କର କ୍ଷତିପୂରଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ:- Menstrual Pain Leave: ଋତୁସ୍ରାବରେ ମିଳିବ ଛୁଟି ! ଆବେଦନକୁ ଗୁରୁତ୍ବ ଦେଲେ ସୁପ୍ରିମକୋର୍ଟ

ମେଟାରେ ଅଧିକ ଛଟେଇ ଆଶା କରାଯାଉଛି: ସେପଟେ ଆର୍ଥିକ ସଙ୍କଟ ଦର୍ଶାଇ ମେଟା ହଜାର ହଜାର କର୍ମଚାରୀଙ୍କ ଛୁଟି ଘୋଷଣା କରିବ ବୋଲି ଜଣାପଡିଛି । କମ୍ପାନୀ 2023 ପାଇଁ ଅନେକ ଟିମ୍‌ର ବଜେଟ୍ ପ୍ରକାଶ କରିନାହିଁ, ଫଳରେ ଛଟେଇ ଆଶଙ୍କା ଆହୁରି ଘନୀଭୂତ ହୋଇଛି । କହି ରଖୁଛୁ ଯେ, ଗତ ବର୍ଷ ନଭେମ୍ବରରେ ମେଟା 11,000 କର୍ମଚାରୀ ଅର୍ଥାତ୍ ସମଗ୍ର ବିଶ୍ବର କର୍ମଚାରୀଙ୍କ ମଧ୍ୟରୁ 13 ପ୍ରତିଶତଙ୍କୁ ଚାକିରିରୁ ବିଦା କରିଥିଲା ।

ଏହା ମଧ୍ୟ ପଢନ୍ତୁ:- ଅବାଞ୍ଛିତ ଗର୍ଭଧାରଣ ରୋକିବାରେ ସହାୟକ ହେବେ ପୁରୁଷ, ଖାଇପାରିବେ ଗର୍ଭନିରୋଧକ ବଟିକା !

2.9 ବିଲିୟନରୁ ଅଧିକ ଫେସବୁକ୍ ସକ୍ରିୟ ଉପଭୋକ୍ତା: ଜୁକରବର୍ଗ 2004 ରେ ହାଭାର୍ଡର ତାଙ୍କ ଛାତ୍ରାବାସରେ ତିନିଜଣ ସାଥୀ(ଡୁଷ୍ଟିନ୍ ମସ୍କୋଭିଜ୍, ଏଡୁଆର୍ଡୋ ସାଭେରିନ୍ ଏବଂ କ୍ରିସ୍ ହ୍ୟୁଜ୍)ଙ୍କ ସହଯୋଗରେ ଫେସବୁକ୍ ପ୍ରତିଷ୍ଠା କରିଥିଲେ । ସାଇଟ୍ ପାଇଁ ମୂଳ ଧାରଣା ଥିଲା, ଏକ ସାମାଜିକ ନେଟୱାର୍କ ସୃଷ୍ଟି କରିବା, ଯାହା ହାଭାର୍ଡ ଛାତ୍ରମାନଙ୍କୁ ପରସ୍ପର ସହିତ ଅନଲାଇନରେ ସଂଯୋଗ କରିବାରେ ପ୍ରଥମେ ସାହାଯ୍ୟ କରିଥିଲା । ଏହାର ଲୋକପ୍ରିୟତା ବିଦ୍ୟୁତ୍ ବେଗରେ ବ୍ୟାପିଥିଲା । ପ୍ରଥମେ ପାଖ ବିଶ୍ବବିଦ୍ୟାଳୟର ଛାତ୍ରମାନେ ଏହାକୁ ବ୍ୟବହାର କରିବା ପରେ ବିଶ୍ବବ୍ୟାପୀ ହୋଇଥିଲା ଫେସ୍‌ବୁକ୍ ।

ମାର୍କ ଜୁକରବର୍ଗଙ୍କ ନେତୃତ୍ୱ: ମାର୍କ ଜୁକରବର୍ଗ ଆରମ୍ଭରୁ ଫେସବୁକର ସିଇଓ ରହିଆସିଛନ୍ତି । ସେ ତାଙ୍କର ଉଦ୍ୟୋଗୀ ମନୋଭାବ ଏବଂ ଏକ ସଫଳ କମ୍ପାନୀ ଗଠନ ପାଇଁ ବେଶ୍ ଜଣାଶୁଣା । ତାଙ୍କ ନେତୃତ୍ୱରେ ଫେସବୁକ୍ ଏକ ଛୋଟ ଷ୍ଟାର୍ଟଅପରୁ ଏକ ବିଶ୍ୱ ସୋସିଆଲ ମିଡିଆ ଜଏଣ୍ଟରେ ପରିଣତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.