ETV Bharat / science-and-technology

କିଆର ପ୍ରଥମ ଅଲ-ଇଲେକ୍ଟ୍ରିକ କାର ଲଞ୍ଚ

author img

By

Published : Apr 2, 2021, 10:39 PM IST

କିଆର ପ୍ରଥମ ଅଲ-ଇଲେକ୍ଟ୍ରିକ କାର ଲଞ୍ଚ
କିଆର ପ୍ରଥମ ଅଲ-ଇଲେକ୍ଟ୍ରିକ କାର ଲଞ୍ଚ

ପ୍ରଥମ ଅଲ-ଇଲେକ୍ଟ୍ରୋନିକ କାର ଇଭି6 ଲଞ୍ଚ କଲା କିଆ । 800-ଭୋଲ୍ଟ ସିଷ୍ଟମ ସହିତ ଏହି ମଡେଲଟି ଗୋଟିଏ ଥର ଚାର୍ଜ ହେଲେ 510 କିଲୋମିଟରରୁ ଅଧିକ ଯାତ୍ରା କରିପାରିବ । ଅଧିକ ପଢନ୍ତୁ...

ସିଓଲ୍: କିଆ କମ୍ପାନୀ ନିଜର ପ୍ରଥମ ଅଲ-ଇଲେକ୍ଟ୍ରୋନିକ କାର ଇଭି6 ଲଞ୍ଚ କରିଛି । ଏହି କାରଟିର ମୂଲ୍ୟ ପ୍ରାୟ 4.5 କୋଟିରୁ ଆରମ୍ଭ ହୋଇ 5.5 କୋଟି ରହିଛି ।

ଏକ ଅନଲାଇନ ୱାଲ୍ଡ ପ୍ରିମିୟର କାର୍ଯ୍ୟକ୍ରମରେ ଦକ୍ଷିଣ କୋରିଆର ସର୍ବବୃହତ ଦ୍ବିତୀୟ କାର ନିର୍ମାତା କମ୍ପାନୀ ଏହାର ମୂଳ କମ୍ପାନୀ ହୁଣ୍ଡାଇ ମୋଟର ଗ୍ରୁପ୍ର ଇଲେକ୍ଟ୍ରିକ୍ ଗ୍ଲୋବାଲ୍ ମଡ୍ୟୁଲାର୍ ପ୍ଲାଟଫର୍ମ (ଇ-ଜିଏମ୍ପି) ଉପରେ ଆଧାର କରି ଏହାର କ୍ରସଓଭର ଇବି6 ପ୍ରଦର୍ଶନ କରିଛି । ଗତ ମାସରେ ଲଞ୍ଚ ହୋଇଥିବା ହୁଣ୍ଡାଇ ଇଓନିକ5 ଲଞ୍ଚ ପାଇଁ ମଧ୍ୟ ସମାନ ପ୍ଲାର୍ଟଫର୍ମର ବ୍ୟବହାର କରିଥିଲା ।

ଇଭି5 ହେଉଛି ପ୍ରଥମ ଇଲେକ୍ଟ୍ରିକ କାର । ଅଟୋମେକରର ଅନ୍ୟ ଇଭି ମଡେଲଗୁଡିକ ହେଉଛି ନେରୋ ଏବଂ ସୋଲ୍, ଯାହା ଗ୍ୟାସ୍ ଏବଂ ହାଇବ୍ରିଡ୍ ପ୍ରକାର ସହିତ ଉପଲବ୍ଧ ହୋଇଛି । କିଆର ଅଧ୍ୟକ୍ଷ ସାଙ୍ଗ-ହୁଇ-ସୁଙ୍ଗ ଏକ ଅନଲାଇନ ପ୍ରେସମିଟ ଜରିଆରେ କହିଛନ୍ତି, ଇବି6 ଏକ ପ୍ରତିକାରତ୍ମକ ମଡେଲ ଅଟେ । ଯାହାକୁ ଦୀର୍ଘକାଳୀନ ଯୋଜନା ଆଧାରରେ ବିକଶିତ କରାଯାଇଛି । ଏହାସହ ଏହି ଗାଡିଟି 2030 ଯାଏଁ 40 ପ୍ରତିଶତ ଇକୋ-ଫ୍ରେଣ୍ଡଲି ପ୍ରମାଣିତ ହେବ ।

ଏହି ମଡେଲ୍ ଦୁଇଟି ବ୍ୟାଟେରୀ ବିକଳ୍ପ ପ୍ରଦାନ କରିବ । ଏଥିରେ ଗୋଟିଏ ବିକଳ୍ପ ଷ୍ଟାଣ୍ଡାର୍ଡ 58-kWh-hour (kWh) ବ୍ୟାଟେରୀ ସହିତ ଉପଲବ୍ଧ ଥିବାବେଳେ ଅନ୍ୟ ବିକଳ୍ପ ଦୀର୍ଘ ଦୂରତା 77.4kwh ସହିତ ଉପଲବ୍ଧ ହେବ । କମ୍ପାନୀର ବିବୃତ୍ତି ଅନୁସାରେ, 800-ଭୋଲ୍ଟ ସିଷ୍ଟମ ସହିତ ଏହି ମଡେଲଟି ଗୋଟିଏ ଥର ଚାର୍ଜ ହେଲେ 510 କିଲୋମିଟରରୁ ଅଧିକ ଯାତ୍ରା କରିପାରିବ, ଯାହା ଇଓନିକ 5ର 430 କିଲୋମିଟର ଡ୍ରାଇଭିଂ ରେଞ୍ଜରୁ ଅଧିକ ଅଟେ । ଏହାସହ ଇବି6ର 18 ମିନିଟରେ 80 ପ୍ରତିଶତ ଚାର୍ଜିଂ କ୍ଷମତା ରହିଛି । ଏହି ମଡେଲ ଅନ୍ୟ ଇବିଏସର ତୁଳନାରେ ଅଧିକ ସ୍ପେଶ ସହିତ ଉତ୍କୃଷ୍ଟ ଇଣ୍ଟିରିୟର କ୍ଷମତା ବିଶିଷ୍ଟ ଅଟେ ।

ତେବେ ଚଳିତ ବର୍ଷ ବିଶ୍ବସ୍ତରରେ ଇବି6ର 30 ହଜାର ୟୁନିଟ ଏବଂ ଆଗାମୀ ବର୍ଷ ମଧ୍ୟରେ 1 ଲକ୍ଷ ୟୁନିଟ ବିକ୍ରି କରିବାକୁ ଲକ୍ଷ୍ୟ ରହିଥିବା କମ୍ପାନୀ ପ୍ରକାଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.