ETV Bharat / science-and-technology

Best Phone Under 25000: 25 ହଜାର ଭିତରେ ମୋବାଇଲ ଖୋଜୁଛନ୍ତି କି ? ନଜର ପକାନ୍ତୁ ଏହି ଲିଷ୍ଟ୍‌ ଉପରେ

author img

By

Published : Aug 4, 2023, 3:07 PM IST

Best Phone Under 25000
Best Phone Under 25000

5G ଲଞ୍ଚ୍‌ ହେବାପରେ ନୂଆ ମୋବାଇଲ ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି । ବିଶେଷ କରି ୨୦ରୁ ୨୫ ହଜାର ମଧ୍ୟରେ ମୋବାଇଲର ଚାହିଦ ଅଧିକ ରହୁଛି । ତେବେ କମ୍‌ ଦାମ୍‌ରେ ଭଲ ଫିଚର ସହ କେଉଁ ମୋବାଇଲ କିଣିଲେ ଲାଭରେ ରହିବେ ଥରେ ନଜର ପକାନ୍ତୁ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଦିନକୁ ଦିନ ବଜାରକୁ ମର୍ଡନ ଫିଚର ସହ କମ ଦାମର ମୋବାଇଲ ମାର୍କେଟକୁ ଆସୁଛି । ପ୍ରାୟତଃ ଲୋକ କମ ଦାମରେ ଅଧିକ ଫିଚର ରହିଥିବା ଫୋନ ଖୋଜନ୍ତି। କମ ଦାମ ହୋଇଥିବା ଫୋନରେ ଅଧିକ ଦାମର ଫୋନରେ ରହିଥିବା ଫିଚର ଖୋଜନ୍ତି। କିନ୍ତୁ କହିରଖୁଛୁ କି, 25 ହଜାରରୁ କମ ଦାମରେ ମଧ୍ୟ ଏଭଳି କିଛି ସ୍ମାର୍ଟ ଫୋନ ରହିଛି, ଯେଉଥିରେ ପାଓ୍ବାରଫୁଲ ପ୍ରୋସେସର୍ ଠାରୁ ଆରମ୍ଭ କରି ଉତ୍ତମ ଡିସପ୍ଲେ ରହିଛି। ସମସ୍ତ ଫୋନରେ ଅଧିକ MHର ବ୍ୟାଟେରୀ ସହିତ ଅଧିକ MP କ୍ୟାମେରା ରହିଛି। ଯଦି ଆପଣ ମଧ୍ୟ ଏଭଳି କିଛି ସ୍ମାର୍ଟଫୋନ ଚାହୁଁଛନ୍ତି ତେବେ ଏହି ବିବରଣୀ ଉପରେ ନଜର ପକାନ୍ତୁ।

୧. ଲାଭା ଅଗ୍ନି2 5G ସ୍ମାର୍ଟଫୋନ୍‌: 25 ହଜାର ଭିତରେ ଫୋନ ଖୋଜୁଥିଲେ ଲାଭା ଅଗ୍ନି 2 5G ଫୋନ୍‌ ସବୁଠାରୁ ଭଲ ବିକଳ୍ପ ଅଟେ। ଭାରତୀୟ ବ୍ରାଣ୍ଡ ବୋଲି ଏହାକୁ ସର୍ବତ୍ତୋମ କୁହାଯାଏ ନାହିଁ ବରଂ କମ ଦାମରେ ଏହି ଫୋନରେ ଅଧିକ ଫିଚର ରହିଛି। ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ବର୍ତ୍ତମାନ 21 ହଜାର 999 ଟଙ୍କା ରହିଥିବା ବେଳେ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡରେ 2 ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି । 19 ହଜାର 999 ଟଙ୍କାରେ ମଧ୍ୟ ଏହି ଫୋନ୍‌ ପାଇପାରିବେ । ଯଦି ଫିଚର କଥା ଦେଖିବା, ତେବେ ଏହି ଫୋନ୍‌ର ଡିଭାଇସ 8GB RAMରୁ ଆରମ୍ଭ ହୋଇ 16 GB ପର୍ଯ୍ୟନ୍ତ ରହିଛି । ଏହାସହ ଷ୍ଟୋରେଜ୍‌ 256 GB ରହିଛି । ଏଥିରେ ମିଡିଆଟେକ୍‌ର ସର୍ବଶେଷ ଡାଇମେନସିଟି 7050 ପ୍ରୋସେସର୍ ଅଛି, ଯାହା ଗେମ ଖେଳାଳିଙ୍କୁ ଆକୃଷ୍ଟ କରିବ। ଡାଇମେନସିଟି 7050 ମିଡିଆଟେକ 5G ଅଲଟ୍ରାସେଭ୍‌ରୁ କମ୍‌ ରହିଛି । ଷ୍ଟ୍ରିମର୍‌ମାନଙ୍କ ପାଇଁ ଏଥିରେ Mira Vision 4K HDR ଭିଡିଓ ପ୍ରୋସେସିଂ ଦିଆଯାଇଛି । ଡିଭାଇସରେ ସୁପର-ଫାଷ୍ଟ୍‌ ପ୍ରୋସେସିଂ ବ୍ୟବସ୍ଥା, ହାଇ-ରିଜୋଲ୍ୟୁସନ୍ ଡିସ୍‌ପ୍ଲେ' ସହିତ ହାଇପର ଇଞ୍ଜିନ ଗେମିଂ ଫିଚର ରହିଛି । 25 ହଜାର ଭିତରେ ଏହା ସବୁଠାରୁ ବେଷ୍ଟ ସ୍ମାର୍ଟଫୋନ ହିସାବରେ ବିବେଚିତ ହୋଇଛି ।

୨. ସାମସଙ୍ଗ ଗ୍ୟାଲେକ୍ସି M33 5G: ଯଦିଓ ଲାଭା ଅଗ୍ନି ଭଳି ଏହି ଫୋନର ଡିଜାଇନ ଏତେ ସୁନ୍ଦର ହୋଇନଥିଲେ ହେଁ ଏହାର ଏକ ସ୍ବତନ୍ତ୍ର ଡିଜାଇନ ରହିଛି । ଯାହାକୁ ଦେଖିବା ମାତ୍ରେ ଜାଣିହେବ କି ଏହା ସାମସଙ୍ଗ ସ୍ମାର୍ଟଫୋନ। ଏହି ଫୋନର ସବୁଠାରୁ ବେଷ୍ଟ ପାର୍ଟ ହେଉଛି ଏହାର ବ୍ଯାଟେରୀ। ଏଥିରେ 6,000mAhର ବ୍ୟାଟେରୀ ରହିଛି। ଏତିକି ଦାମରେ ଅନ୍ୟ କୌଣସି ସ୍ମାର୍ଟଫୋନରେ ଏହି ବ୍ୟାଟେରୀ ସୁବିଧା ମିଳେ ନାହିଁ। ଅନ୍ୟପଟେ ଏହି ଫୋନରେ 120Hz ସୁପର AMOLED ଡିସ୍‌ପ୍ଲେ ରହିଛି। ଏହାର ମୂଲ୍ୟ 16 ହଜାରରରୁ ଆରମ୍ଭ ହେଉଛି ।

ଏହା ମଧ୍ୟ ପଢନ୍ତୁ: Lava smartphone: ମର୍ଡନ ଫିଚର ସହ ବଜାରରେ ଏଣ୍ଟ୍ରି ମାରିଲା Yuva 2, ଦାମ 10 ହଜାରରୁ କମ୍‌

୩. ଓ୍ବାନପ୍ଲସ ନର୍ଡ CE 3 Lite 5G: ଓ୍ବାନପ୍ଲସ ବ୍ରାଣ୍ଡର କମ ଦାମରେ ଅଧିକ ଫିଚର ରହିଥିବା ଫୋନ୍‌ ହେଉଛି ଓ୍ବାନ୍‌ପ୍ଲସ୍‌ ନର୍ଡ CE 3 Lite 5G । ଏହାର ଦାମ ମାତ୍ର 20 ହଜାର ଟଙ୍କା ରହିଛି । ଏହା ଦେଖିବା ପାଇଁ ହାଇ ଆଣ୍ଡ ନର୍ଡ 3 ଭଳି । ଏହାର ପଛଭାଗ ହାଇ ଆଣ୍ଡ୍‌ ନର୍ଡ୍‌ 3 ଭଳି ଦେଖାଯାଏ । ଗ୍ରୀନ୍‌ କଲରରେ ଏହି ଫୋନ ଏକ ସ୍ବତନ୍ତ୍ର ଲୁକ ଦେଇଥାଏ। 120Hz ଏଲଇଡି ଡିସପ୍ଲେ, ସ୍ନାପଡ୍ରାଗନ 695 ଚିପରେଟ ଏବଂ 5,000mAh ବ୍ୟାଟେରୀ ସହିତ ଏହି ଫୋନରେ 67W ଓ୍ବାଟର ଚାର୍ଜିଂ ସପୋର୍ଟ ରହିଛି ।

୪. ପକୋ ଏକ୍ସ5 ପ୍ରୋ 5G: ଏହି ଫୋନ୍‌ର ଡିଜାଇନ ପୁରା ଜବରଦସ୍ତ ରହିଛି । ବ୍ରାଇଟ୍‌ କଲରର ଫୋନ୍‌ ଦୃଷ୍ଟି ଆକର୍ଷଣ କରୁଛି । ଏଥିରେ ସ୍ନାପଡ୍ରାଗନ 778 ଚିପସେଟ୍‌ ରହିଛି । ଗେମର୍‌ମାନଙ୍କ ଏହା ପ୍ରଥମ ପସନ୍ଦ ହେବ । ଫୋନରେ 108MP କ୍ୟାମେରା ରହିଛି । ମଲ୍ଡିମିଡିଆ ଲଭରଙ୍କ ପାଇଁ 120Hz ଡିସ୍‌ପ୍ଲେ ସହିତ ସାନଦାନ ଅଡିଓ ସ୍ପିକର ରହିଛି । ଏହାସହ ପାଣି ଏବଂ ଧୂଳିରୁ ରକ୍ଷା କରିବା ପାଇଁ IP53 ରେଟିଂ ରହିଛି । 25 ହଜାରରରୁ କମ ଦାମରେ ଷ୍ଟାଇଲିଷ୍ଟ ଏବଂ ଫିଚର ହିସାବରେ ଏହି ଫୋନକୁ ମଧ୍ୟ କିଣିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.