ETV Bharat / science-and-technology

ଦୀର୍ଘ 50 ବର୍ଷ ପରେ ଚନ୍ଦ୍ରକୁ ମାନବ ପଠାଇବ ନାସା, ସାମିଲ୍ ହେବେ ପ୍ରଥମ କୃଷ୍ଣକାୟ ମହିଳା

author img

By

Published : Apr 4, 2023, 10:53 AM IST

Etv Bharat
Etv Bharat

ଚନ୍ଦ୍ର ମିଶନ୍(ଆର୍ଟେମିସ୍-ଆଇ)ର ସଫଳ ଉତ୍‌କ୍ଷେପଣ ପରେ ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ କରିବ ନାସା । ପ୍ରଥମ କରି ଏଥିରେ ସାମିଲ୍ ହେବାକୁ ଯାଉଛନ୍ତି ଜଣେ କୃଷ୍ଣକାୟ ମହିଳା । ଅଧିକ ପଢନ୍ତୁ

ୱାଶିଂଟନ: ଦୀର୍ଘ 50 ବର୍ଷ ପରେ ଚନ୍ଦ୍ରକୁ ମାନବ ପ୍ରେରଣ କରିବ ଆମେରିକା ସ୍ପେସ୍ ଏଜେନ୍ସି ନାସା । 4 ଜଣ ମହାକାଶଚାରୀଙ୍କୁ ଏଥିପାଇଁ ଚୟନ କରାଯାଇ ଥିବାବେଳେ ଟିମ୍‌ରେ ଅଛନ୍ତି ଜଣେ ମହିଳା । ପ୍ରଥମ କରି ଜଣେ କୃଷ୍ଣକାୟ ମହିଳା ନାସାର ମୁନ୍ ମିଶନରେ ସାମିଲ୍ ହେବାକୁ ଯାଉଛନ୍ତି । ଚନ୍ଦ୍ର ମିଶନ୍(ଆର୍ଟେମିସ୍-ଆଇ)ର ସଫଳ ଉତ୍‌କ୍ଷେପଣ ପରେ ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ ନେଇ କାର୍ଯ୍ୟ ଆରମ୍ଭ କରିଦେଇଛି ମହାକାଶ ଅନୁସନ୍ଧାନ ସଂସ୍ଥାନ ନାସା ।

ସୂଚନା ଅନୁସାରେ, ଗତବର୍ଷ ନଭେମ୍ବରରେ ନାସାର ମୁନ୍ ମିଶନ୍ ଆର୍ଟେମିସ୍-ଆଇର ସଫଳ ଉତ୍‌କ୍ଷେପଣ ହୋଇଥିଲା । ଏହା ଥିଲା ନାସାର ଡମି ଟେଷ୍ଟ୍, ଯାହା ମାନବ ବିହୀନ । ଏହି ପରୀକ୍ଷଣ ସଫଳ ହେବା ପରେ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରପୃଷ୍ଠକୁ 4 ଜଣିଆ ଏକ ଟିମ୍ ପଠାଇବା ନେଇ ଲକ୍ଷ୍ୟ ରଖିଥିଲା, ଯାହା ବର୍ତ୍ତମାନ ସଫଳ ହେବାକୁ ଯାଉଛି । ଆର୍ଟେମିସ୍-ଆଇର ସଫଳତା ପରେ ନାସା 4 ଜଣ କ୍ରୁ ସଦସ୍ୟଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବା ନେଇ ସୋମବାର(ଅପ୍ରେଲ 3)ରେ ନାମ ଘୋଷଣା କରିଛି ।

ଏହା ମଧ୍ୟ ପଢନ୍ତୁ:- NASA Moon Rocket Finally Lift Off: ଉତକ୍ଷେପଣର 9 ଘଣ୍ଟା ପରେ ପଠାଇଲା ଚମତ୍କାର ଦୃଶ୍ୟ

2024 ଶେଷ ଭାଗକୁ କେନେଡି ସ୍ପେସ୍ ସେଣ୍ଟରରୁ ଓରିଅର୍ କ୍ୟାପ୍ସୁଲ୍ ଜରିଆରେ ଉଡାଣ ଭରିବେ ଏହି କ୍ରୁ ସଦସ୍ୟ । ଆର୍ଟେମିସ-ଦ୍ବିତୀୟ ମିଶନ୍ ମାଧ୍ୟମରେ 10 ଦିନିଆ ଚନ୍ଦ୍ରପୃଷ୍ଠ ଯାତ୍ରା କରିବେ । ନାସା କହିଛି ଯେ, ଏହି ଚାରି ଜଣ ମହାକାଶଚାରୀଙ୍କ ମଧ୍ୟରେ ଆମେରିକାର ଖ୍ରୀଷ୍ଟିନା କୋଚ, କାନାଡାର ଜେରମି ହେନ୍ସନ୍, ଆମେରିକୀୟ ନାଗରିକ ଭିକ୍ଟର ଗ୍ଲୋଭର ଏବଂ ରିଡ ୱାଇଜ୍‌ମ୍ୟାନ ଅଛନ୍ତି । ଏମାନଙ୍କ ମଧ୍ୟରୁ ହାନସେନ୍‌ଙ୍କ ବ୍ୟତୀତ ଅନ୍ୟମାନେ ପୂର୍ବରୁ ମହାକାଶକୁ ଯାଇଛନ୍ତି । ଏହି ମହାକାଶଚାରୀମାନେ ଚନ୍ଦ୍ରର କକ୍ଷପଥକୁ ଯିବେ ନାହିଁ, ବରଂ ଚନ୍ଦ୍ରର ଚତୁପାର୍ଶ୍ବରେ ବୁଲି ପୃଥିବୀକୁ ଫେରିବେ । ଏହି ମିଶନ୍ ସଫଳ ହେବା ପରେ ଏହାର ଗୋଟିଏ ବର୍ଷ ପରେ ଅର୍ଥାତ୍ 2025 ରେ ନାସା ପୁନର୍ବାର ଆର୍ଟେମିସ୍-ତୃତୀୟ ମାଧ୍ୟମରେ ଦୁଇ ଜଣ କ୍ରୁ ସଦସ୍ୟଙ୍କୁ ଚନ୍ଦ୍ରରେ ଅବତରଣ କରାଇବ ।

ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ କରିବାରେ ଏହା ନାସାର ଏକ ଶକ୍ତିଶାଳୀ ମିଶନ୍ । ଏହା ନାସାର 'ଆପୋଲୋ ମିଶନ୍'ରେ ଅନ୍ତର୍ଭୁକ୍ତ । ଏହି ମିଶନ୍ ମାଧ୍ୟମରେ ଦୀର୍ଘ 50 ବର୍ଷ ପରେ ପୁନର୍ବାର ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ କରିବ ନାସା । ନାସା 1968 ରୁ 1972 ପର୍ଯ୍ୟନ୍ତ ଆପୋଲୋ କାର୍ଯ୍ୟକ୍ରମ ଅଧୀନରେ 24 ଜଣ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇଥିଲା । ସେଥିମଧ୍ୟରୁ 12 ଜଣ ଚନ୍ଦ୍ରରେ ଅବତରଣ କରିଥିଲେ । ଭୂବିଜ୍ଞାନୀ ହ୍ୟାରିସନ୍ ଶିମିଡ୍‌ଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ସାମରିକ ତାଲିମପ୍ରାପ୍ତ ପାଇଲଟ୍ ଥିଲେ । ଆପୋଲୋ-17 ନାସର ଶେଷ ମିଶନ୍ ଥିଲା ।

ମୁନ୍ ମିଶନରେ ସାମିଲ୍ ଥିବା ପ୍ରଥମ ମହିଳା

ମହାକାଶଚାରୀ ଖ୍ରୀଷ୍ଟିନା 2013ରେ ନାସାରେ ଯୋଗ ଦେଇଥିଲେ । ସେ ନାସାର ଅନେକ ମିଶନରେ ଫ୍ଲାଇଟ୍ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ । ସେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗରେ ମାଷ୍ଟର୍ ଡିଗ୍ରୀ ହାସଲ୍ କରିଛନ୍ତି । ଜଣେ ମହାକାଶଚାରୀ ହେବା ପୂର୍ବରୁ ଖ୍ରୀଷ୍ଟିନା ଉଭୟ ମହାକାଶ ବିଜ୍ଞାନ ଯନ୍ତ୍ରର ବିକାଶ ଏବଂ ଦୂର ବୈଜ୍ଞାନିକ କ୍ଷେତ୍ର ଇଞ୍ଜିନିୟରିଂରେ କାର୍ଯ୍ୟ କରିଛନ୍ତି । ତାଙ୍କ କ୍ୟାରିୟର ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟରରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ଭାବରେ ଆରମ୍ଭ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.