ETV Bharat / international

ଆମେରିକା ରାଷ୍ଟ୍ରପତି ରେସରୁ ଓହରିଲେ ରାମାସ୍ବାମୀ, ଟ୍ରମ୍ପକୁ କରିବେ ସମର୍ଥନ

author img

By ETV Bharat Odisha Team

Published : Jan 16, 2024, 11:28 AM IST

ବିବେକ ରାମାସ୍ବାମୀ
Vivek Ramaswami

America Presidential Election: ଆମେରିକାର ରାଷ୍ଟ୍ରପତି ରେସରୁ ଓହରିଲେ ରାମାସ୍ବାମୀ । ଏନେଇ ସେ ଖୋଦ୍ ଘୋଷଣା କରିବା ସହିତ ଟ୍ରମ୍ପଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରୁ ଓହରିଲେ ରିପବ୍ଲିକାନ ପାର୍ଟିର ନେତା ବିବେକ ରାମାସ୍ବାମୀ । ଜାନୁଆରୀ ୧୫ ତାରିଖରେ ହୋଇଥିବା ରିପବ୍ଲିକାନ ପାର୍ଟିର ଆଓ୍ବା କକ୍‌ସରେ ଡୋନାଲ୍ଡ ଟ୍ରମ୍ପ ବାଜି ମାରିବା ପରେ ରାଷ୍ଟ୍ରପତି ରେସରୁ ଭାରତୀୟ ବଂଶୋଦ୍ଭବ ରାମାସ୍ବାମୀ ଓହରି ଯାଇଛନ୍ତି । ସେ ରାଷ୍ଟ୍ରପତି ପଦ ପାଇଁ ନିଜ ଦାବି ପ୍ରତ୍ୟାହୃତ କରି ନେଇଛନ୍ତି ଏବଂ ଟ୍ରମ୍ପଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି ।

ରାଷ୍ଟ୍ରପତି ରେସ୍‌ରୁ ଓହରିବା ନେଇ ଘୋଷଣା କରିବା ସହ ଟ୍ରମ୍ପଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ବିବେକ ରାମାସ୍ବାମୀ । ତେବେ ସେ ଏହି ଘୋଷଣା କରିବା ସମୟରେ ଏକ ମହିଳା ଏଭଳି ନକରିବା ପାଇଁ ଚିତ୍କାର କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ରାମାସ୍ବାମୀ ଘୋଷଣା କରିଥିଲେ, "ମୁଁ କୌଣସି ସ୍ଥାନକୁ ଚାଲିଯାଉ ନାହିଁ । ମୁଁ ସମସ୍ତଙ୍କ ସହ ରହି ଟ୍ରମ୍ପଙ୍କୁ ସମର୍ଥନ କରିବି ।"

ପ୍ରକାଶ ଥାଉକି, ଜାନୁଆରୀ 15 ତାରିଖରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ପାଇଁ ଆଇଓଏସରେ କକ୍‌ସ ଆୟୋଜିତ ହୋଇଥିଲା । ସେଥିରେ ବାଜିମାତ କରିଥିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କକସରେ ପଛରେ ରହିବା ପରେ 38 ବର୍ଷୀୟ ବିବେକ ରାମାସ୍ବାମୀ ତାଙ୍କ ପ୍ରାର୍ଥିତ୍ବ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲେ ।

ଟ୍ରମ୍ପଙ୍କ ଭିଜନ 2024: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପାଇଁ ପ୍ରଥମ ରେସ୍ ଜିତିଛନ୍ତି । ଏହାପରେ ସେ କହିଛନ୍ତି, "ଯଦି ମୁଁ ରାଷ୍ଟ୍ରପତି ହୁଏ, ତେବେ ମୁଁ କ'ଣ କରିବି ? ଆମେ ସୀମାକୁ ବନ୍ଦ କରିବୁ । ବର୍ତ୍ତମାନ ଆମ ଦେଶ ଉପରେ ଆକ୍ରମଣ କରାଯାଉଛି ।"

ଏହା ମଧ୍ୟ ପଢନ୍ତୁ: ଟ୍ରମ୍ପଙ୍କ ସମର୍ଥନରେ ରାମାସ୍ବାମୀ, ଜିଓପି ପ୍ରାଥମିକ ମତଦାନରୁ ଓହରିବାକୁ ନିଷ୍ପତ୍ତି

କକ୍‌ସ କ'ଣ: ସାଧାରଣ ଭାଷାରେ କହିଲେ କକ୍‌ସ ଏକ ସାଧାରଣ ବୈଠକ ସଦୃଶ ଅଟେ । ଏହା ସ୍ଥାନୀୟ ସ୍ତରରେ ସଂଗଠିତ ହୋଇଥାଏ । ସର୍ବସାଧାରଣ ସ୍ଥାନରେ ଏହା ଆୟୋଜିତ କରାଯାଇଥାଏ । ଏହି ବୈଠକରେ ଦଳର ସଦସ୍ୟମାନେ ଏକାଠି ହୋଇ ଦଳର ଜାତୀୟ ପ୍ରାର୍ଥୀ ଚୟନ କରିଥାଆନ୍ତି । ତେବେ କାକସରେ ଏକାଠି ହୋଇଥିବା ଦଳର ସଦସ୍ୟମାନେ ସିଧାସଳଖ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରନ୍ତି ନାହିଁ । ସେମାନେ କେବଳ ପ୍ରତିନିଧି ଚୟନ କରିଥାଆନ୍ତି । ଏହି ପ୍ରତିନିଧିମାନେ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଥାଆନ୍ତି । କିନ୍ତୁ ଅନେକ ଆମେରିକୀୟ ରାଜ୍ୟରେ ମତଦାନ ପରିବର୍ତ୍ତେ ପ୍ରାଇମେରୀ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ଏବଂ ସେହି ଆଧାରରେ ପ୍ରାର୍ଥୀ ଚୟନ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.