ETV Bharat / international

ଟ୍ରମ୍ପଙ୍କ ସମର୍ଥନରେ ରାମାସ୍ବାମୀ, ଜିଓପି ପ୍ରାଥମିକ ମତଦାନରୁ ଓହରିବାକୁ ନିଷ୍ପତ୍ତି

author img

By ETV Bharat Odisha Team

Published : Dec 20, 2023, 9:20 PM IST

ଟ୍ରମ୍ପଙ୍କ ସମର୍ଥନରେ ରାମାସ୍ବାମୀ,  ଜିଓପି ପ୍ରାଥମିକ ମତଦାନରୁ ଓହରିବାକୁ ନିଷ୍ପତ୍ତି
ଟ୍ରମ୍ପଙ୍କ ସମର୍ଥନରେ ରାମାସ୍ବାମୀ, ଜିଓପି ପ୍ରାଥମିକ ମତଦାନରୁ ଓହରିବାକୁ ନିଷ୍ପତ୍ତି

Ramaswamy vows to withdraw: କୋଲେରାଡୋ ସୁପ୍ରିମକୋର୍ଟଙ୍କ ଫଇସଲା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅନ୍ୟତମ ଆଶାୟୀ ବିବେକ ରାମାସ୍ବାମୀଙ୍କ ସମର୍ଥନ । କୋଲେରାଡୋରେ ଜିଓପି ପ୍ରାଥମିକ ମତଦାନରୁ ଓହରିବାକୁ ନିଷ୍ପତ୍ତି । ଅଧିକ ପଢନ୍ତୁ

ୱାଶିଂଟନ: ରିପବ୍ଲିକାନ ପାର୍ଟିର ଅନ୍ୟତମ ରାଷ୍ଟ୍ରପତି ପଦ ଆଶାୟୀ ବିବେକ ରାମାସ୍ବାମୀ କୋଲେରାଡୋରେ ଜିଓପି ପ୍ରାଥମିକ ମତଦାନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିର୍ଣ୍ଣୟ ପଛରେ ନିକଟରେ କୋଲେରାଡୋ ସୁପ୍ରିମକୋର୍ଟଙ୍କ ଫଇସଲା ରହିଛି । ପ୍ରକାଶଯୋଗ୍ୟ ଯେ କୋଲେରାଡୋ ସୁପ୍ରିମକୋର୍ଟ ୬ ଜାନୁଆରୀ ୨୦୨୧ ରେ କ୍ୟାପିଟାଲରେ ହୋଇଥିବା ଆକ୍ରମଣ ଏବଂ ହିଂସାରେ ସମ୍ପୃକ୍ତି କାରଣରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମତଦାନରୁ ପ୍ରତିବନ୍ଧିତ କରିବା ସହ ଅଯୋଗ୍ୟ ଘୋଷିତ କରିଛନ୍ତି । 'ଦ ହିଲ'ର ରିପୋର୍ଟ ମୁତାବକ କ୍ୟାପିଟାଲ ଆକ୍ରମଣରେ ଟ୍ରମ୍ପଙ୍କ ଭୂମିକା ଥିବା ଆଧାରରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦ ପାଇଁ ଦାବିଦାରିତାକୁ ବିରୋଧ କରୁଥିବା ପ୍ରଥମ ରାଜ୍ୟ ହୋଇଛି କୋଲେରାଡୋ ।

ଏହି କାର୍ଯ୍ୟାନୁଷ୍ଠାନର ପ୍ରତିକ୍ରିୟାରେ ରାମାସ୍ବାମୀ ଜିଓପି ରାଷ୍ଟ୍ରପତି ପଦର ପ୍ରାଇମରୀରେ ନିଜର ସାଥୀ ପ୍ରାର୍ଥୀ ମାନଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ ସେ କୋଲେରାଡୋ ଜିଓପି ପ୍ରାଥମିକ ପଦରୁ ଓହରୁଛନ୍ତି , ଯେ ଯାଏଁ ଟ୍ରମ୍ପଙ୍କୁ ମଧ୍ୟ ଏଥି ନିମିତ୍ତ ଅନୁମତି ମିଳିନାହିଁ । ଏହା ସହ ସେ ରନ ଡେସେଣ୍ଟିସ , କ୍ରିସ କ୍ରିଷ୍ଟି ଏବଂ ନିକି ହେଲିଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ ସେମାନେ ମଧ୍ୟ ଏହା ବିରୋଧରେ ବୟକଟ କରନ୍ତୁ । ଯଦି ସେମାନେ ଏହା ନ କରନ୍ତି ତାହାଲେ ଏହାର ଅର୍ଥ ସେମାନେ ମଧ୍ୟ କୋର୍ଟର ଏହି ଅବୈଧ ଚାଲବାଜିକୁ ନୀରବ ସମର୍ଥନ କରୁଛନ୍ତି । ଏହା ଆମ ଦେଶ ପାଇଁ ବିନାଶ କାରୀ ପରିଣାମ ଆଣି ଦେବ ।

ଏହା ମଧ୍ୟ ପଢନ୍ତୁ ... ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଅଯୋଗ୍ୟ ଘୋଷିତ, ଲଢି ପାରିବେନି ନିର୍ବାଚନ

ସେ ଲେଖିଛନ୍ତି ଯେ ଏହା ଆମେରିକୀୟ ଗଣତନ୍ତ୍ର ଉପରେ ବାସ୍ତବିକ ଆକ୍ରମଣ ଭଳି ଦେଖାଯାଉଛି । ଏକ ଅଣ-ଆମେରିକୀୟ, ଅସମ୍ବିଧାନିକ ଏବଂ ଅଦ୍ଭୁତପୂର୍ଣ୍ଣ ନିର୍ଣ୍ଣୟ ଜରିଆରେ ଡେମୋକ୍ରେଟିକ ସମର୍ଥିତ ବିଚାରପତିମାନଙ୍କ ଏକ ଗ୍ରୁପ ଟ୍ରମ୍ପଙ୍କୁ କୋଲେରାଡୋରେ ମତଦାନରେ ଭାଗ ନେବାକୁ ରୋକୁଛି । ଏଥି ପାଇଁ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଦୌଡ଼ରୁ ବାହାର କରିବା ପାଇଁ ସମସ୍ତ ପ୍ରକାର ଫନ୍ଦି ଫିକର ବ୍ୟବହାର କରାଯାଉଛି । ରାଷ୍ଟ୍ରପତି ପଦ ପାଇଁ ଜିଓପିର ଅନ୍ୟ ଏକ ପ୍ରମୁଖ ଆଶାୟୀ କ୍ରିସ କ୍ରିଷ୍ଟି ମଧ୍ୟ ଏହାକୁ ନେଇ ଆପତ୍ତି ଜଣାଇଛନ୍ତି । ଟ୍ରମ୍ପଙ୍କୁ ନିର୍ବାଚନରେ ଅଯୋଗ୍ୟ ଘୋଷଣା କରାଯିବା ଠିକ କି ଭୁଲ ଏହା ଭୋଟରଙ୍କୁ ନିଷ୍ପତ୍ତି କରିବାକୁ ଦିଆଯାଉ । ଏହା ସହ ସେ କହିଛନ୍ତି ଯେ ଟ୍ରମ୍ପଙ୍କୁ କୌଣସି ବି ଅଦାଲତ ଦ୍ବାରା ରାଷ୍ଟ୍ରପତି ନିର୍ବାଚନ ଲଢିବାରେ ରୋକିବା କଥା ଆଦୌ ଗ୍ରହଣୀୟ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.