ETV Bharat / international

ଇରାକରେ ଭୟଙ୍କର ଦୁର୍ଘଟଣା, ତୀର୍ଥଯାତ୍ରୀ ବସ ଓଲଟି ୧୮ ଜଣଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Sep 3, 2023, 7:05 AM IST

pilgrims bus overturned in iraq
ଇରାକରେ ଭୟଙ୍କର ଦୁର୍ଘଟଣା

ଇରାକରେ ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସ ଓଲଟି ୧୮ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ବାଗଦାଦ: ଇରାକରେ ଭୟଙ୍କର ଦୁର୍ଘଟଣା । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଓଲଟି ୧୮ ଜଣଙ୍କ ମୃତ୍ୟୁ ଘଟିଛି । ସିୟା ତୀର୍ଥଯାତ୍ରୀଙ୍କୁ ନେଇ କର୍ବଲା ଯାଉଥିବା ବେଳେ ଉତ୍ତର ବାଗଦାଦରେ ବସଟି ଓଲଟି ପଡ଼ିଥିଲା । ମୃତକଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ସୁରକ୍ଷାକାରୀ ଦଳ ପହଞ୍ଚି ମୃତାହତଙ୍କୁ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ନେପାଳରେ ରାସ୍ତା ତଳକୁ ଖସିଲା ବସ, 6 ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଏହା ମଧ୍ୟ ପଢ଼ନ୍ତୁ: ନେପାଳରେ ନଦୀକୁ ଖସିଲା ଯାତ୍ରୀବାହି ବସ, ୮ ମୃତ

ସୂଚନା ଅନୁଯାୟୀ, ବାଗଦାଦ ଠାରୁ ପ୍ରାୟ ୫୫ କିଲୋମିଟର ଦୂରରେ ଥିବା ବଲାଦ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିବା ଅନୁମାନ କରାଯାଉଛି । ମୃତକଙ୍କ ମଧ୍ୟରେ ୧୦ ଜଣ ଇରାନୀ ନାଗରିକ ଥିବା ବେଳେ ୬ ଜଣ ଅଜ୍ଞାତ ଦେଶର ନାଗରିକ ଅଟନ୍ତି । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଡ୍ରାଇଭର ଏବଂ ତାଙ୍କ ପୁଅର ମୃତ୍ୟୁ ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ କେତେ ଜଣ ଯାତ୍ରୀ ଆହତ ହୋଇଛନ୍ତି ତା'ର ସଂଖ୍ୟା ସ୍ପଷ୍ଟ ହୋଇ ନାହାନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି । ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ସିୟା ଅଲ ସୁଦାନୀ ଏହି ଘଟଣା ନେଇ ଶୋକ ପ୍ରକାଶ କରିଥିବା ବେଳେ ଦୁର୍ଘଟଣାରେ ମୃତ ତୀର୍ଥଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା, ବସରେ ନିଆଁ ଲାଗି 16 ଜୀବନ୍ତ ଦଗ୍ଧ

ଏହା ମଧ୍ୟ ପଢ଼ନ୍ତୁ: ସମୁଦ୍ରରେ ବୁଡିଲା ପ୍ରବାସୀ ଜାହାଜ, ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ !

ଇରାକରେ ଏବେ ଆର୍ବିନ ଉତ୍ସବ ପାଳନ ହେଉଛି । ଏହି ଅବସରରେ ବିଶ୍ବର ବିଭିନ୍ନ ଦେଶରୁ ହଜାର ହଜାର ତୀର୍ଥଯାତ୍ରୀ ଇରାକୁ ଆସୁଛନ୍ତି । କର୍ବଲାରେ ଅନୁଷ୍ଠିତ ଏହି ଉତ୍ସବକୁ କିଛି ତୀର୍ଥଯାତ୍ରୀ ଯାନବାହାନରେ ଯାଉଥିବା ବେଳେ ଅନ୍ୟ କେତେଜଣ ପାଦଚଲା ରାସ୍ତା ବ୍ୟବହାର କରି ଆସୁଛନ୍ତି । ଏହାରି ମଧ୍ୟରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହେବା ଖବର ସମସ୍ତଙ୍କୁ ବ୍ୟଥିତ କରିଛି । ଅନ୍ୟପଟେ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.