ETV Bharat / international

ସାଉଦି ବାୟୁସେନାର ଫାଇଟର ଜେଟ ଦୁର୍ଘାଟଣାଗ୍ରସ୍ତ, 2କ୍ରୁ ସଦସ୍ୟ ମୃତ

author img

By ETV Bharat Odisha Team

Published : Dec 8, 2023, 9:30 AM IST

Updated : Dec 8, 2023, 1:24 PM IST

fighter jet crashes
fighter jet crashes

Saudi Air Force Fighter Jet Crashes: ଟ୍ରେନିଂ ସମୟରେ ସାଉଦି ବାୟୁସେନାର ଫାଇଟର ଜେଟ ଦୁର୍ଘଟଣା ଗ୍ରସ୍ତ । ଦୁଇ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ରିୟାଦ: ସାଉଦି ଆରବରେ ସେନା ବିମାନ ଦୁର୍ଘଟଣା । ସାଉଦି ବାୟୁସେନାର ଫାଇଟର ଜେଟ ଦୁର୍ଘାଟଣା ହୋଇଥିବା ସୂଚନା ମିଳିଛି। ଟ୍ରେନିଂ ସମୟରେ ସେନା ବିମାନ ଦୁର୍ଘଟଣା ହେବାରୁ 2 ଜଣ କ୍ରୁ ମେମ୍ବରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ସାଉଦି ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ତୁର୍କି ଅଲ ମଲ୍ଲିକ ସୂଚନା ଦେଇଛନ୍ତି । ଗୁରୁବାର ମଧ୍ୟାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଛି । କେଉଁ କାରଣରୁ ସେନା ବିମାନ କ୍ରାସ୍‌ ହେଲା ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ସାଉଦି ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଗୁରୁବାର F-15SA ଫାଇଟର ଜେଟ୍‌ ରୁଟିନ୍ ଟ୍ରେନିଂ ମିଶନରେ ନିୟୋଜିତ ଥିଲା । ମଧ୍ୟାହ୍ନ 12ଟା 50 ମିନିଟରେ ପୂର୍ବ ଧହରାନର କିଙ୍ଗ ଅବଦୁଲାଜିଜ ଏୟାର୍‌ ବେସ୍‌ରେ ଟ୍ରେନିଂ ଚାଲିଥିବା ବେଳେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଯାହା ଫଳରେ ବିମାନରେ ଥିବା 2 ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । କେଉଁ କାରଣ ଯୋଗୁଁ ଫାଇଟର ଜେଟ୍‌ଟି କ୍ରାସ୍‌ ହେଲା ତାହା ଜଣାପଡିନାହିଁ । ସେନେଇ ତଦନ୍ତ ଜାରି ରହିଛି । ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ କ୍ରୁ ସଦସ୍ୟ ପରିଚୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଉଭୟଙ୍କ ପରିବାର ସଦସ୍ୟଙ୍କୁ ଏ ବିଷୟରେ ଅବଗତ କରାଯାଇଛି ନା ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ସେନା ବିମାନ ଦୁର୍ଘଟଣା, ଚାଲିଗଲା ୬ ଜୀବନ

ଗତ ଜୁନ ମାସରେ ହଙ୍ଗେରୀ ସେନାର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଟ୍ରେନିଂ ସମୟରେ ପଡ଼ୋଶୀ ଦେଶ କ୍ରୋଏସିଆରେ ଦୁର୍ଘଟଣା ଗସ୍ତ ହୋଇଥିଲା ସେନାର ହେଲିକପ୍ଟର । ଏଥିରେ 2ଜଣଙ୍କର ମୃତ୍ୟୁ ହୋଇଥିବା ହଙ୍ଗେରୀ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ବାୟୁସେନାର ଦୁଇଟି ଏୟାରବସ୍‌ H145 ହେଲିକପ୍ଟରରେ ପାଇଲଟ ପ୍ରଶିକ୍ଷଣ ନେଉଥିବା ବେଳେ ଗୋଟିଏ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଗତ ନଭେମ୍ବର ମାସରେ ଆମେରିକାରେ ଏୟାର ସୋ ବେଳେ ଧକ୍କା ହୋଇଥିଲା ଦୁଇ ବିମାନ । ଫଳରେ ଦୁଇଟି ବିମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ବୋଇଂ ବୋମା ବର୍ଷକ ବିମାନ B-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ P-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ । ଡଲାସ ଏକ୍‌ଜିକ୍ୟୁଟିଭ ଏୟାରପୋର୍ଟରେ ଏୟାର ଶୋ' ଚାଲିଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Last Updated :Dec 8, 2023, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.