ETV Bharat / international

Nepal Tara Air plane Crash: ସମସ୍ତ ୨୨ ଯାତ୍ରୀ ମୃତ ! 16 ମୃତଦେହ ଉଦ୍ଧାର

author img

By

Published : May 30, 2022, 10:26 AM IST

Updated : May 30, 2022, 1:47 PM IST

Nepal Aircraft Missing: ମିଳିଲା ନିଖୋଜ ବିମାନର ଭଗ୍ନାବଶେଷ
Nepal Aircraft Missing: ମିଳିଲା ନିଖୋଜ ବିମାନର ଭଗ୍ନାବଶେଷ

ତାରା ଏୟାରଲାଇନ୍ସର 9N-AET ବିମାନ ଦୁର୍ଘଟଣାରେ ସମସ୍ତ ୨୨ ଯାତ୍ରୀ ମୃତ ! ଅଧିକ ପଢନ୍ତୁ

କାଠମାଣ୍ଡୁ: ନେପାଳ ତାରା ଏୟାରଲାଇନ୍ସର 9N-AET ବିମାନ ନିଖୋଜ ଘଟଣା । ସମସ୍ତ ୨୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଆଜି ମୁସ୍ତୁଙ୍ଗା ଜିଲ୍ଲାରୁ ବିମାନର ଭଗ୍ନାବଶେଷ ମିଳିବା ପରେ 16ଜଣଙ୍କ ମୃତଦେହ ଉଦ୍ଧାର କରିଛି ନେପାଳ ସେନା । ଏହି ଭୟଙ୍କର ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା 16 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-Nepal aircraft Missing: ତୁଷାରପାତ ପାଇଁ ସର୍ଚ୍ଚ ଓ ଉଦ୍ଧାର ଅପରେସନ ବନ୍ଦ

ଗତକାଲି ବିମାନଟିରେ ୪ ଭାରତୀୟ ଓ କିଛି ବିଦେଶୀ ନାଗରିକଙ୍କ ସମେତ ମୋଟ ୨୨ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା । ମାତ୍ର ୧୫ ମିନିଟ ପରେ ବିମାନ ବନ୍ଦର ରାଡାରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଯାତ୍ରୀଙ୍କ ମଧ୍ୟରେ ଥିବା ୪ ଭାରତୀୟ ଓଡିଶାର ଓ ସମସ୍ତେ ଗୋଟିଏ ପରିବାରର ହୋଇଥିବା ନେଇ ମଧ୍ୟ ସୂଚନା ମିଳିଥିଲା । ନିଖୋଜ ହୋଇଥିବା ୪ ଜଣ ହେଉଛନ୍ତି ଅଶୋକ ତ୍ରିପାଠୀ, ବୈଭବୀ ୱାଣ୍ଡେକର, ଧନ୍ୟଶ୍ୟ ତ୍ରିପାଠୀ, ହ୍ରିତିକା ତ୍ରିପାଠୀ ।

ଗତକାଲି ବିମାନଟି କାଠମାଣ୍ଡୁରୁ ୨୦୦ କିଲୋମିଟର ପୂର୍ବରେ ପୋଖରାରୁ ସକାଳ ୧୦ଟା ୧୫ରେ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ଉଡାଣର କେଇ ମିନିଟ ମଧ୍ୟରେ ଯୋଗାଯୋଗ ହୋଇପାରିନଥିଲା ।

Last Updated :May 30, 2022, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.