ETV Bharat / bharat

Nepal aircraft Missing: ତୁଷାରପାତ ପାଇଁ ସର୍ଚ୍ଚ ଓ ଉଦ୍ଧାର ଅପରେସନ ବନ୍ଦ

author img

By

Published : May 29, 2022, 8:03 PM IST

ନେପାଳର ନିଖୋଜ ବିମାନ ଠାବ ହୋଇଥିଲେ ସୁଦ୍ଧା ସର୍ଚ୍ଚ ଓ ଉଦ୍ଧାର ଅପରେସନରେ ବାଧା ସାଜିଛି ପ୍ରତିକୂଳ ପାଗ । ତୁଷାରପାତ ପାଇଁ ସର୍ଚ୍ଚ ଓ ଉଦ୍ଧାର ଅପରେସନ ବନ୍ଦ । କାଲି ସକାଳକୁ ଅପେକ୍ଷା । ଅଧିକ ପଢନ୍ତୁ

Nepal aircraft Missing: ତୁଷାରପାତ ପାଇଁ ସର୍ଚ୍ଚ ଓ ଉଦ୍ଧାର ଅପରସନ ବନ୍ଦ, ଆସନ୍ତାକାଲି ସକାଳକୁ ଅପେକ୍ଷା
Nepal aircraft Missing: ତୁଷାରପାତ ପାଇଁ ସର୍ଚ୍ଚ ଓ ଉଦ୍ଧାର ଅପରସନ ବନ୍ଦ, ଆସନ୍ତାକାଲି ସକାଳକୁ ଅପେକ୍ଷା

କାଠମାଣ୍ଡୁ: ନେପାଳର ତାରା ଏୟାର ଲାଇନ୍ସର ନିଖୋଜ ବିମାନ ଠାବ ହୋଇଥିଲେ ମଧ୍ୟ ସର୍ଚ୍ଚ ଓ ଉଦ୍ଧାର ଅପରେସନରେ ସମସ୍ୟା ସୃଷ୍ଟି କରିଛି ପ୍ରତିକୂଳ ପାଗ । ଘଟଣାସ୍ଥଳରେ ତୁଷାରପାତ ଯୋଗୁଁ ଲୋ ଭିଜିବିଲିଟି କାରଣରୁ ଆଜି ପାଇଁ ଅପରେସନକୁ ବନ୍ଦ ରଖାଯାଇଛି । ଆସନ୍ତକାଲି ସକାଳେ ପୁଣି ଥରେ ଅପରେସନ ଆରମ୍ଭ କରାଯିବ । ଆଜି ସର୍ଚ୍ଚ ଅପରେସନରେ ନିୟୋଜିତ ହେଲିକପ୍ଟର ଗୁଡିକୁ ବେସକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିବା ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

  • #UPDATE | Due to the snowfall at the possible air crash site, the search and rescue operation has been called off for today. All the helicopters deployed for search and rescue have been called back to bases: Premnath Thakur, General Manager, TIA

    — ANI (@ANI) May 29, 2022 " class="align-text-top noRightClick twitterSection" data=" ">

ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିବା ସ୍ଥାନୀୟ ସୂତ୍ରରୁ ସୂଚନା ମିଳିଥିବାବେଳେ ସେନା ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ପହଞ୍ଚି ପାରିନାହାନ୍ତି । ତେଣୁ ଦୁର୍ଘଟଣା ନେଇ ସରକାରୀ ଭାବେ ମଧ୍ୟ ନେପାଳ କିଛି ସ୍ପଷ୍ଟ କରିନାହିଁ । ଆସନ୍ତାକାଲି ସକାଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚିବା ପରେ ମୃତାହତଙ୍କ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ।

ବିମାନଟି 4 ଭାରତୀୟ ଓ କିଛି ବିଦେଶୀ ନାଗରିକଙ୍କ ସମେତ ମୋଟ 22 ଯାତ୍ରୀଙ୍କୁ ନେଇ ଉଡାଣ ଭରିବାର ମାତ୍ର 15 ମିନିଟ ପରେ ବିମାନ ବନ୍ଦର ରାଡାରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଯାତ୍ରୀଙ୍କ ମଧ୍ୟରେ ଥିବା 4 ଭାରତୀୟ ଓଡିଶାର ଓ ସମସ୍ତେ ଗୋଟିଏ ପରିବାରର ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.