ETV Bharat / international

ତୋଶଖାନା ମାମଲାରେ ସିରଫଙ୍କୁ ବେଲ, ପୂର୍ବରୁ ନିଲମ୍ବିତ ହୋଇସାରିଛି ଷ୍ଟିଲ ମିଲ ଦଣ୍ଡାଦେଶ

author img

By ETV Bharat Odisha Team

Published : Oct 24, 2023, 5:32 PM IST

ତୋଶଖାନା ମାମଲାରେ ସିରଫଙ୍କୁ ବେଲ, ପୂର୍ବରୁ ନିଲମ୍ବିତ ହୋଇସାରିଛି ଷ୍ଟିଲମିଲ ଦଣ୍ଡାଦେଶ
ତୋଶଖାନା ମାମଲାରେ ସିରଫଙ୍କୁ ବେଲ, ପୂର୍ବରୁ ନିଲମ୍ବିତ ହୋଇସାରିଛି ଷ୍ଟିଲମିଲ ଦଣ୍ଡାଦେଶ

ତୋଶଖାନା ଘୋଟାଲା ମାମଲାରେ ନଓ୍ବାଜ ସିରଫଙ୍କୁ ବେଲ । ଅଲଜିଜିଆ ଷ୍ଟିଲ ମିଲ୍‌ ମାମଲାରେ ମଧ୍ୟ ପୂର୍ବ ଦଣ୍ଡାଦେଶ ନିଲମ୍ବିତ । 4 ବର୍ଷ ପରେ ଶନିବାର ଫେରିଛନ୍ତି ପାକିସ୍ତାନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: 4 ବର୍ଷ ପରେ ସ୍ବଦେଶ ଫେରିଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ନିଜ ବିରୋଧରେ ଥିବା ଗୋଟିଏ ପରେ ଗୋଟିଏ ମାମଲାରେ ଆଶ୍ବସ୍ତି ପାଇବାରେ ଲାଗିଛନ୍ତି । ସ୍ବଦେଶ ଫେରିବା ପରେ ଆଜି ପ୍ରଥମ ଥର ସେ କୋର୍ଟରେ ମଧ୍ୟ ହାଜର ହୋଇଥିଲେ । ବହୁଚର୍ଚ୍ଚିତ ତୋଶଖାନା ଘୋଟାଲା ମାମଲାରେ ସେ ଆଜି କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କୁ ଜାମିନ ମଧ୍ୟ ମିଳିଛି ।

ଆଜି ପୂର୍ବାହ୍ନରେ ସେ ଇସଲାମାବାଦରେ ଥିବା ଆକାଉଣ୍ଟବିଲିଟି କୋର୍ଟରେ ହାଜର ହୋଇଥିଲେ । ବିଚାପତି ମହମ୍ମଦ ବସିର ତାଙ୍କ ବିରୋଧରେ ଥିବା ଏହି ତୋଶଖାନା ଦୁର୍ନୀତି ମାମଲାର ଶୁଣାଣି କରି ବେଲ ପ୍ରଦାନ କରିଛନ୍ତି । ପୂର୍ବରୁ ମଧ୍ୟ ଏହି କୋର୍ଟ ସରିଫଙ୍କ ଗିରଫ ପରଓ୍ବାନା ଖାରଜ କରିବା ସହ ତାଙ୍କୁ ସ୍ବଦେଶ ଫେରିବା ପାଇଁ ଅନୁମତି ଦେଇଥିଲେ । ଏହା ପରେ ସେ ପାକିସ୍ତାନ ଫେରିଥିଲେ ।

ଆଜି ତୋଶଖାନା ମାମଲା ବ୍ୟତୀତ ତାଙ୍କ ନାମରେ ଥିବା ଆଉ ଏକ ଦୁର୍ନୀତି ମାମଲା ଷ୍ଟିଲ ମିଲ ଘୋଟାଲା ମାମଲାରେ ମିଳିଥିବା ଦଣ୍ଡାଦେଶକୁ ମଧ୍ୟ ସ୍ଥଗିତ ରଖାଯାଇଛି । ପାକିସ୍ତାନର 3 ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ ସିରଫଙ୍କ ଭାଇ ଶେହଓ୍ବାଜ ସରିଫ ଏବେ ପ୍ରଧାନମନ୍ତ୍ରୀ ରହିଛନ୍ତି । ଏବେ ଗୋଟିଏ ପରେ ଗୋଟିଏ ପୂର୍ବ ମାମଲାରେ ନଓ୍ବାଜ ଆଶ୍ବସ୍ତି ପାଇବାରେ ଲାଗିଛନ୍ତି ।

ତିନିଥର ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନୀ ମୁସଲିମ୍ ଲିଗ୍-ନୱାଜ୍ (ପିଏମ୍ଏଲ୍-ଏନ) ର 73 ବର୍ଷୀୟ ସରିଫ ଲଣ୍ଡନରେ ଆତ୍ମନିର୍ବାସନରେ ଚାରି ବର୍ଷ ବିତାଇବା ପରେ ଶନିବାର ପାକିସ୍ତାନକୁ ଫେରିଛନ୍ତି । 2017 ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ ହୋଇଥିଲେ ସରିଫ । 2016 ପାନାମା ପେପର ଲିକ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- 4 ବର୍ଷ ପରେ ପାକିସ୍ତାନ ଫେରିଲେ ସରିଫ, ଲାହୋରରେ ଜନସଭାକୁ କରିବେ ସମ୍ବୋଧିତ

ପରେ ସେ ଅଲ-ଜିଜିରା ଘୋଟାଲା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ 7 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । 2019 ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା । ସେ ଉନ୍ନତ ଚିକିତ୍ସା ପାଇଁ ଲଣ୍ଡନ ଯିବାପାଇଁ ବେଲ ଆବେଦନ କରିଥିଲେ । କେବଳ ମେଡିକାଲ ଗ୍ରାଉଣ୍ଡରେ ତାଙ୍କୁ 4 ସପ୍ତାହ ବେଲ ମିଳିଥିଲେ ସୁଦ୍ଧା ସେ ଲଣ୍ଡନ ଯାଇ ପରବର୍ତ୍ତୀ ସମୟରେ ଆଉ ପାକିସ୍ତାନ ଫେରିନଥିଲେ । ତେବେ ଶନିବାର ସେ ପାକିସ୍ତାନ ଫେରିବା ପରେ ଇସଲମାବାଦରେ ଏକ ବିଶାଳ ଜନସଭାକୁ ମଧ୍ୟ ସମ୍ବୋଧିତ କରି ନିଜ ରାଜନୈତିକ ପ୍ରଭାବ ଦେଖାଇଥିଲେ । କାର୍ଯ୍ୟକ୍ରମରେ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ଶେହେଓ୍ବାଜୃ ସରିଫ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.