ETV Bharat / international

ଆର୍ଜେଣ୍ଟିନାର ନୂତନ ରାଷ୍ଚ୍ରପତି ହେଲେ ଜାଭିଅର ମିଲେଇ, ଆର୍ଥିକ ସଙ୍କଟର ମୁକାବିଲା ପାଲଟିବ ବଡ଼ ଚାଲେଞ୍ଜ

author img

By ETV Bharat Odisha Team

Published : Nov 20, 2023, 8:46 AM IST

ଆର୍ଜେଣ୍ଟିନାର ନୂତନ ରାଷ୍ଚ୍ରପତି ହେଲେ ଜାଭିଅର ମିଲେଇ
ଆର୍ଜେଣ୍ଟିନାର ନୂତନ ରାଷ୍ଚ୍ରପତି ହେଲେ ଜାଭିଅର ମିଲେଇ

ଆର୍ଜେଣ୍ଟିନାର ନୂତନ ରାଷ୍ଚ୍ରପତି ହେଲେ ଜାଭିଅର ମିଲେଇ । ଆର୍ଥିକ ସଙ୍କଟ ମଧ୍ୟରେ ଦେଶ ଗତି କରୁଥିବା ବେଳେ ଏହାର ମୁକାବିଲା କରିବା ତାଙ୍କ ପାଇଁ ଚାଲେଞ୍ଜ ରହିବ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆର୍ଜେଣ୍ଟିନାର ପରବର୍ତ୍ତୀ ରାଷ୍ଚ୍ରପତି ହେବେ ଜାଭିଅର ମିଲେଇ । ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଅସ୍ଥାୟୀ ଫଳାଫଳ ଅନୁସାରେ ଉଦାରବାଦୀ ସ୍ୱାଧୀନତା ସଂଗ୍ରାମୀ ଜାଭିୟର୍ ମିଲି ଆର୍ଜେଣ୍ଟିନାର ରାଷ୍ଟ୍ରପତି ରନ୍ ଅଫ୍ ପୋଲରେ ବାଜିମାତ କରିଥିବା ଜଣାପଡିଛି । ମିଲେଇଙ୍କ ସପକ୍ଷରେ ପାଖାପାଖି 56 ପ୍ରତିଶତ ଭୋଟ ଆସିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସର୍ଜିଓ ମାସାଙ୍କୁ ମିଳିଛି ପାଖାପାଖି 44 ପ୍ରତିଶତ ଭୋଟ । ତେବେ ଅଭିଭାଷଣ ବେଳେ ଏନେଇ ସୂଚନା ଦେଇଛନ୍ତି ପେରୋନିଷ୍ଟ ଅର୍ଥମନ୍ତ୍ରୀ ସର୍ଜିଓ ମାସା ।

ତେବେ ବର୍ତ୍ତମାନ ସ୍ଥିତିରେ ଆର୍ଜେଣ୍ଟିନା ମୁଦ୍ରାସ୍ଫୀତି ବୃଦ୍ଧି, ଆର୍ଥିକ ସଙ୍କଟ ଓ ଦାରିଦ୍ରତା ମଧ୍ୟରେ ଗତି କରୁଥିବା ବେଳେ ଏହାର ମୁକାବିଲା ପାଇଁ ନବନିର୍ବାଚିତ ରାଷ୍ଟ୍ରପତି ଜାଭିଅରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ସାଧାରଣ ନାଗରିକ । ଦେଶରେ ଚାଲିଥିବା ଏହି ସଙ୍କଟକୁ ମୁକାବିଲା କରିବା ପାଇଁ ଜାଭିଅରଙ୍କ ପାଇଁ ବଡ ଚାଲେଞ୍ଜ ଅଟେ ।

ଆର୍ଜେଣ୍ଟିନା ରାଷ୍ଟ୍ରପତି ନିର୍ବାଚନରେ ଜାଭିୟର୍ ମିଲି ଓ ସର୍ଜିଓ ମାସା ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଅନ୍ୟପଟେ ରାଷ୍ଟ୍ରପତି ଭାବେ ଜାଭିଅର ମିଲିଙ୍କ ନାଁ ଘୋଷଣା ହେବା ପରେ ଆର୍ଜେଣ୍ଟିନାରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଥିଲା । ଡାଉନ ଟାଉନ ବୁଏନସ ଆରେସରେ ମିଲେଇଙ୍କ ଶତାଧିକ ସମର୍ଥକ ବାଣ ଫୁଟାଇ, ପାରମ୍ପରିକ ବାଦ୍ୟ ବଜାଇ ସେଲିବ୍ରେସନ କରିଥିଲେ ।

ତେବେ ନିର୍ବାଚନ ପୂର୍ବରୁ ମିଲେଇ ଆର୍ଜେଷ୍ଟିନାର ଆର୍ଥିକ ସ୍ଥିତିରେ ସୁଧାର ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ଯୋଜନାଗୁଡ଼ିକ ହେଉଛି କେନ୍ଦ୍ରୀୟ ବ୍ୟାଙ୍କ ବନ୍ଦ କରିବା, ଖର୍ଚ୍ଚ ହ୍ରାସ କରିବା, ଆର୍ଥନୈତିର ସୁଦୃଢ଼ତା ପାଇଁ କିଛି କଡା ସଂସ୍କାର ଆଣିବା ।

ଏହାମଧ୍ୟ ପଢନ୍ତୁ..ମାଳଦ୍ବୀପ ରାଷ୍ଟ୍ରପତି ଭାବେ ଶପଥ ନେଲେ ମହମ୍ମଦ ମୁଇଜୁ, ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତକୁ କଲେ ନିବେଦନ

ତେବେ ଜାଭିଅର ମିଲେଇ 1970 ମସିହା ଅକ୍ଟୋବର 22ତାରିଖରେ ବୁଏନସ ଆରେସରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ଅର୍ଥନୈତିଜ୍ଞ, ଲେଖକ ଓ ରାଜନେତା ଅଟନ୍ତି । ତାଙ୍କର ବିଶେଷକରି ଯୁବ ସମର୍ଥକ ଅଧିକ ରହିଛନ୍ତି । ତେବେ ଆର୍ଜେଣ୍ଟିନା ନବନିର୍ବାଚିତ ରାଷ୍ଟ୍ରପତିଙ୍କ ନିକଟକୁ ଶୁଭେଚ୍ଛା ସୁଅ ଛୁଟିଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଉଦାରବାଦୀ ନେତା ଆର୍ଜେଣ୍ଟିନାକୁ ଆହୁରି ଉତ୍କୃଷ୍ଟ କରିବେ ବୋଲି ଲେଖିଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ କଲୋମ୍ବିଆର ବାମପନ୍ଥୀ ରାଷ୍ଟ୍ରପତି ପେଟ୍ରୋ ଦେଶ ପାଇଁ ଦୁଃଖଦ ଦିନ ବୋଲି କହିଛନ୍ତି ।

ଅକ୍ଟୋବରର ପ୍ରଥମ ରାଉଣ୍ଡ ଭୋଟ୍ ପରେ ମିଲେଇ କନଜର୍ଭଭେଟିଭ୍ସ ସହ ଏକ ଅସହଯୋଗ ମେଣ୍ଟ କରିଥିଲେ । ଯାହା ପରେ ତାଙ୍କ ସମର୍ଥକଙ୍କ ସଂଖ୍ୟା ଆହୁରୀ ବୃଦ୍ଧି ପାଇଥିଲା । ହେଲେ କଂଗ୍ରେସର ବିଭାଜନ ହେତୁ ତାଙ୍କ ଟିମରେ ସଂଖ୍ୟା ଗରିଷ୍ଠତାର ଅଭାବ ରହିବ । ଅର୍ଥାତ କୌଣସି ଆଇନ ପ୍ରଣୟନ କରିବାକୁ ହେଲେ ତାଙ୍କୁ ଅନ୍ୟ ଦଳର ସମର୍ଥନର ଆବଶ୍ୟକତା ପଡ଼ିବ । ଏଭଳିକି ମିଲେଇଙ୍କ ଟିମ୍‌ରେ କୌଣସି ଆଞ୍ଚଳିକ ଗଭର୍ଣ୍ଣର କିମ୍ବା ମେୟର ମଧ୍ୟ ନାହାଁନ୍ତି । ତେଣୁ ରାଷ୍ଟ୍ରପତି ଭାବେ କାର୍ଯ୍ୟ ବେଶ ଚାଲେଞ୍ଜ ଭରା ରହିବ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.