ETV Bharat / international

ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା

author img

By

Published : Jun 27, 2022, 12:57 PM IST

Indian origin man shot dead in New York
ନ୍ୟୁୟର୍କରେ ଭାରତୀୟ ମୂଳ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା

ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଜଣକ ସତ୍ୟନାଥ ସିଂ ହୋଇଥିବା ଜଣାପଡ଼ିଛି । ସତ୍ୟନାଥ ଘର ଆଗରେ ଥିବା ଏକ ଜିପରେ ବସିଥିବାବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି କରି ହତ୍ୟା କରିଥିଲା । ଅଧିକ ପଢ଼ନ୍ତୁ

ନ୍ୟୁୟର୍କ: ଜଣେ ଭାରତୀୟ ମୂଳ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଜଣକ ସତ୍ୟନାଥ ସିଂ । ସତ୍ୟନାଥ ଘର ଆଗରେ ଥିବା ଏକ ଜିପରେ ବସିଥିବାବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଲାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ରିଚମଣ୍ଡ ହିଲ ନିକଟସ୍ଥ ସାଉଥ ଓଜନ ପାର୍କ ନିକଟରେ ଏଭଳି ଘଟଣା ଘଟିଛି । ତେବେ ଗୁଳିକାଣ୍ଡକୁ ନେଇ ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କଥା ତାଳମେଳ ଖାଉନାହିଁ । ପୋଲିସର ସୂଚନା ଅନୁଯାୟୀ ଜଣେ ଦୁର୍ବୃତ୍ତ ଚାଲିକି ଆସି ସତ୍ୟନାଥଙ୍କ ଗୁଳି କରିଥିଲା । ମାତ୍ର ସ୍ଥାନୀୟ ପଡୋଶୀ କହିଛନ୍ତି କେହି ଜଣେ କାରରେ ଆସି ତାଙ୍କୁ ଗୁଳିକରି ହତ୍ୟା କରିଥିଲା। ଯାହା ସେମାନଙ୍କ ଘରର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ଗତ ଏପ୍ରିଲରେ ଦୁଇ ଜଣ ମୂଳ ଭାରତୀୟଙ୍କୁ ଆକ୍ରମଣ କରାଯାଇଥିଲା । ଅନ୍ୟପଟେ ରିଚମଣ୍ଡ ହିଲ ନିକଟରେ ଅନେକ ପ୍ରବାସୀ ଭାରତୀୟ ବସବାସ କରୁଥିବାବେଳେ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.