ETV Bharat / international

ଇରାନରେ ହଠାତ 1200 ଛାତ୍ରଛାତ୍ରୀ ଅସୁସ୍ଥ, ଆସିଲା ସଙ୍ଘାତିକ ଅଭିଯୋଗ

author img

By

Published : Dec 7, 2022, 3:36 PM IST

Updated : Dec 7, 2022, 3:52 PM IST

1200 students poisoned on eve of mass protest in iran
ଇରାନରେ ବିଷାକ୍ତ ଖାଦ୍ୟ ଖାଇ 1200 ଛାତ୍ରଛାତ୍ରୀ ଅସୁସ୍ଥ

ଇରାନରେ ଥମିବାର ନାଁ ଧରୁନି ହିଜାବ ବିବାଦ । ଆନ୍ଦୋଳନରେ ସାମିଲ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଷାକ୍ତ ଖାଦ୍ୟ ଦିଆଯାଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ତେହେରାନ: ହିଜାବ ବିରୋଧୀ ଆନ୍ଦୋଳନ ନେଇ ଦିନକୁ ଦିନ ଇରାନର ସ୍ଥିତି ବିଗିଡିବାରେ ଲାଗିଛି । ଏହା ମଧ୍ୟରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଇରାନରେ 1200 ଛାତ୍ରଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଛନ୍ତି । ଖାରଜମି ଓ ଅର୍କ ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଜି (ବୁଧବାର) ଇରାନ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥାନ୍ତେ । ଏହା ପୂର୍ବରୁ ବିଷାକ୍ତ ଖାଦ୍ୟ ଦେଇ ଅସୁସ୍ଥ କରାଯାଇଥିବା ଅଭିଯୋଗ ହୋଇଛି । 22 ବର୍ଷୀୟା ମହସା ଅମିନିଙ୍କ ମୃତ୍ୟୁ ପରଠାରୁ ଇରାନରେ ଦିନକୁ ଦିନ ଆନ୍ଦୋଳନ ବ୍ୟାପିବାରେ ଲାଗିଛି ।

ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଇବା ପରେ ବାନ୍ତି, ଶରୀରରେ ଯନ୍ତ୍ରଣା ଓ ମୁଣ୍ଡ ବୁଲାଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ତେଣୁ ଆକ୍ରୋଶମୂଳକ ଭାବେ ବିଷାକ୍ତ ଖାଦ୍ୟ ଦିଆଯାଇଥିବା ନେଇ ଜାତୀୟ ଛାତ୍ର ସଂଗଠନ କହିଛି। ଅନ୍ୟପଟେ ଖାରଜମି ଓ ଅର୍କ ବିଶ୍ବ ବିଦ୍ୟାଳୟ ସମେତ ଅନ୍ୟ 4ଟି ଶିକ୍ଷା ଅନୁଷ୍ଠାନରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ଏହାକୁ ବିରୋଧ କରି ଇରାନର ଅନେକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ୟାଣ୍ଟିନ ଖାଇବା ବର୍ଜନ କରି ରାସ୍ତାରେ ଫିଙ୍ଗୁଛନ୍ତି ।

22 ବର୍ଷୀୟା ମହସା ଅମିନିଙ୍କ ମୃତ୍ୟୁ ପରଠାରୁ ଇରାନରେ ଦିନକୁ ଦିନ ଆନ୍ଦୋଳନ ବ୍ୟାପିବାରେ ଲାଗିଛି । ଦେଶବ୍ୟାପୀ ଭୟାନକ ସ୍ଥିତି ସୃଷ୍ଟି ହୋଇଛି । ସାରା ଦେଶରେ ବିକ୍ଷୋଭ ନିଆଁ ଜଳୁଛି । ଏହି ପରିପ୍ରେକ୍ଷୀରେ ବୁଧବାର ଠାରୁ ତିନି ଦିନିଆ ଇରାନରେ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ଧର୍ମଘଟ ଆରମ୍ଭ ହୋଇଛି। କିନ୍ତୁ ଏହାର ଗୋଟିଏ ରାତି ପୂର୍ବରୁ ଆନ୍ଦୋଳନରେ ସାମିଲ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଷାକ୍ତ ଖାଦ୍ୟ ଦିଆଯିବା ଯୋଗୁଁ ଆତଙ୍କ ଖେଳିଯାଇଛି ।

ପ୍ରକାଶ ଥାଉକି, ହିଜାବ ପିନ୍ଧିଥିବାବେଳେ ମୁଣ୍ଡର କେଶ ଦେଖାଯାଉଥିବାରୁ ଇରାନର ୨୨ ବର୍ଷୀୟ ଯୁବତୀ ମହସା ଅମିନିଙ୍କୁ ଗିରଫ କରିଥିଲା ପୋଲିସ । ଯୁବତୀ ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୋଲିସ (ଧାର୍ମିକ ବ୍ୟାପାର ସଂପର୍କିତ ପୋଲିସ) ତାଙ୍କୁ ଗିରଫ କରିଥିଲା । ଗତ ସେପ୍ଟେମ୍ବର ୧୫ ତାରିଖରେ ପୋଲିସ ହେପାଜତରେ ଅମିନିଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ତେଜିଥିଲା ବିବାଦ । ଏହି ବିବାଦ ସାରା ଦେଶରେ ବ୍ୟାପିଥିବାବେଳେ ଇସଲାମ ଧର୍ମୀ ମହିଳା ହିଜାବ ଖୋଲି ଫିଙ୍ଗିଥିଲେ । ସମୟ ସହିତ ଏହି ବିବାଦ ଧୀରେ ଧୀରେ ତେଜିବାରେ ଲାଗିଛି ।

Last Updated :Dec 7, 2022, 3:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.