ETV Bharat / international

Russia-Ukraine War: 6 ଫାଇଟରଜେଟ୍ ଖସାଇବା, 50 ଋଷ ସେନାଙ୍କ ମୃତ୍ୟୁ ଦାବି କଲା ୟୁକ୍ରେନ

author img

By

Published : Feb 24, 2022, 3:22 PM IST

Russia-Ukraine War: ୫୦ ଋଷିଆ ସେନାଙ୍କ ମୃତ୍ୟୁ ଦାବି କଲା ୟୁକ୍ରେନ ସେନା
Russia-Ukraine War: ୫୦ ଋଷିଆ ସେନାଙ୍କ ମୃତ୍ୟୁ ଦାବି କଲା ୟୁକ୍ରେନ ସେନା

ଶେଷରେ ଋଷ ଆକ୍ରମଣରେ ଧରାଶୟୀ ହେବାରେ ଲାଗିଛି ୟୁକ୍ରେନ । ତେବେ ୫୦ ଋଷୀୟ ସେନାଙ୍କୁ ମାରିଥିବା ୟୁକ୍ରେନ ସେନା ପକ୍ଷରୁ ଦାବି କରାଯାଇଛି । ଅଧିକ ପଢନ୍ତୁ

ନୂଆଦୀଲ୍ଲୀ: ଶେଷରେ ଋଷ ଆକ୍ରମଣରେ ଧରାଶୟୀ ହେବାରେ ଲାଗିଛି ୟୁକ୍ରେନ । ଏପଟେ ଋଷ ଗୋଟିଏ ପରେ ଗୋଟିଏ ସହର କବଜା କରୁଥିବା ଦାବି କରୁଥିବା ବେଳେ ସେପଟେ ୫୦ ଋଷୀୟ ସେନାଙ୍କୁ ମାରିଥିବା ୟୁକ୍ରେନ ସେନା ପକ୍ଷରୁ ଦାବି କରାଯାଇଛି । ସେହିପରି କ୍ରାମଟୋର୍ସକ ଅଞ୍ଚଳରେ ୬ଟି ଋଷୀୟ ବାୟୁସେନା ଯୁଦ୍ଧଜାହଜକୁ ଖସେଇ ଦେଇଥିବା ୟୁକ୍ରେନ ଦାବି କରିଛି ।

ତେବେ ଋଷିଆର ଜଏଣ୍ଟ ଫୋର୍ସ କମାଣ୍ଡୋର ୫୦ ଜଣ ସୈନ୍ୟ ମରିଥିବା ଦାବି କରିଛି ୟୁକ୍ରେନ । ଅନ୍ୟପଟେ ଆଉ ଏକ ବିସ୍ଫୋରଣ ପୂର୍ବ ୟୁକ୍ରେନର ଡୋନେଟସ୍କ୍ ଅଞ୍ଚଳର ମାରିଉପୋଲ ଏୟାରପୋର୍ଟରେ ହୋଇଛି । ଏହା ପୂର୍ବ ୟୁକ୍ରେନର ଡୋନେଟସ୍କ୍‌ର ସବୁଠୁ ବଡ ସହର ହୋଇଥିବା ବେଳେ ଋୁଷର ଆକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି ।

ଏପଟେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ଦେଶବାସୀଙ୍କୁ ଅସ୍ତ୍ର ଉଠାଇବାକୁ ଅପିଲ କରିଥିବା ବେଳେ କୌଣସି ପରିସ୍ଥିତିରେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.