ETV Bharat / international

କଡ ଲେଉଟାଇଲା କୋରୋନା, ବଢିଲା ଭୟ

author img

By

Published : Oct 22, 2021, 9:14 PM IST

କଡ ଲେଉଟାଇଲା କୋରୋନା, ବଢିଲା ଭୟ
କଡ ଲେଉଟାଇଲା କୋରୋନା, ବଢିଲା ଭୟ

କ୍ରମାଗତ ଚୀନରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସେଠାକାର ସରକାର କଡା ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ଚୀନରେ ସଂକ୍ରମଣ ରୋକିବାକୁ ଅନେକ ବିମାନ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

ବେଜିଂ: ପୁଣି କଡ ଲେଉଟାଉଛି କୋରୋନା । ମହାମାରୀର ପ୍ରତ୍ୟାବର୍ତ୍ତନ ସାରା ବିଶ୍ବର ଚିନ୍ତା ବଢାଇଛି । ଏହାରି ମଧ୍ୟରେ କ୍ରମାଗତ ଚୀନରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସେଠାକାର ସରକାର କଡା ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି ।

ଚୀନରେ ସଂକ୍ରମଣ ରୋକିବାକୁ ଅନେକ ବିମାନ ବାତିଲ କରାଯାଇଛି । ଶିକ୍ଷାନୁଷ୍ଠାନରେ ମଧ୍ୟ ତାଲା ଝୁଲିଲାଣି । ପୁଣି ଥରେ ଚୀନରେ ଲକଡାଉନ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଚୀନରୁ ହିଁ ହୋଇଥିଲା କୋରୋନାର ଉତ୍ପତି । ତେବେ ପୁଣି ଥରେ ସଂକ୍ରମଣ ବୃଦ୍ଧି ଟେନସନ ବଢାଇଛି ।

ସଂକ୍ରମଣ ଚୀନ୍‌ର ଉତ୍ତର ଏବଂ ଉତ୍ତର-ପଶ୍ଚିମ ସହରରେ ଦ୍ରୁତ ଗତିରେ ବ୍ୟାପୁଛି। ଏହାର କାରଣର ବାହାର ଦେଶର ଯାତ୍ରୀ ବୋଲି ସେଠାକାର ସରକାର ସନ୍ଦେହ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କଡା ପଦକ୍ଷେପ ନେବା ଆରମ୍ଭ କରିଛି। ସ୍କ୍ରିନିଂ ସହ ପର୍ଯ୍ୟଟନ ସ୍ଥାନଗୁଡିକ ବନ୍ଦ କରାଯାଇଛି । ଚୀନର ଅନେକ ସ୍ଥାନରେ ଲକଡାଉନ ସ୍ଥିତି ଫେରିଛି ।

ଚୀନର ଲାନଜୋ ସହରରେ ଲୋକଙ୍କୁ ଘରୁ ବାହାରକୁ ନଆସିବାକୁ ନିର୍ଦ୍ଦେଶ କରାଯାଇଛି। ଯେଉଁମାନେ ବାହାରକୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ କୁହାଯାଉଛି। ରିପୋର୍ଟ ମୁତାବକ, ସିଆନ ଏବଂ ଲାନଜୋ ସହରରେ ବଢୁଥିବା ମାମଲା ହେତୁ 60 ପ୍ରତିଶତ ବିମାନ ବାତିଲ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.