ETV Bharat / international

ଋଷ ବିରୋଧରେ ଆଭିମୁଖ୍ୟ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛି ଭାରତ: ବାଇଡେନ

author img

By

Published : Mar 23, 2022, 1:25 PM IST

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ସୋମବାର ଦେଶର ବ୍ୟବସାୟିକ ପ୍ରତିନିଧିଙ୍କୁ ସମ୍ବୋଧନ କରି ବାଇଡେନ କହିଛନ୍ତି ଋଷ ଉପରେ ବାସନ୍ଦ ଓ କଟକଣା ଲଗାଇବାରେ ଅନ୍ୟ ଦେଶ ତୁଳନାରେ ଭାରତ ପଛଘୁଞ୍ଚା ଦେଉଛି । କ୍ବାର୍ଡ ରାଷ୍ଟ୍ର ଭିତରେ ଭାରତ ପଛରେ ପଡିଛି । ଋଷ ପ୍ରତି ଭାରତର ଆଭିମୁଖ୍ୟ ଅସ୍ଥିର ରହିଛି ବୋଲି କହିଛନ୍ତି ଜୋ ବାଇଡେନ । ଅଧିକ ପଢନ୍ତୁ

ୱାଶିଂଟନ: ୟୁକ୍ରେନ ଋଷ ଯୁଦ୍ଧକୁ ୨୭ ଦିନ ପୂରଣ ହୋଇଛି । ଯୁ୍ଦ୍ଧ ବନ୍ଦ କରିବାକୁ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଏହାରି ଭିତରେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୋମବାର ଦେଶର ବ୍ୟବସାୟିକ ପ୍ରତିନିଧିଙ୍କୁ ସମ୍ବୋଧନ କରି ବାଇଡେନ କହିଛନ୍ତି ଋଷ ଉପରେ ବାସନ୍ଦ ଓ କଟକଣା ଲଗାଇବାରେ ଅନ୍ୟ ଦେଶ ତୁଳନାରେ ଭାରତ ପଛଘୁଞ୍ଚା ଦେଉଛି । କ୍ବାର୍ଡ ରାଷ୍ଟ୍ର ଭିତରେ ଭାରତ ପଛରେ ପଡିଛି । ଋଷ ପ୍ରତି ଭାରତର ଆଭିମୁଖ୍ୟ ଅସ୍ଥିର ରହିଛି ବୋଲି କହିଛନ୍ତି ଜୋ ବାଇଡେନ ।

ସେ ଆହୁରି କହିଛନ୍ତି, ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରେ କ୍ବାର୍ଡ ଦେଶ ମଧ୍ୟରେ ଭାରତ ଏକମାତ୍ର ଦେଶ ବୋଲି କହିଛନ୍ତି ବାଇଡେନ । ଉଭୟ ପାଶ୍ଚାତ୍ୟ ଏବଂ ଋଷ ସହିତ ସନ୍ତୁଳିତ ସମ୍ପର୍କ ରଖିବାକୁ ଭାରତ ଆବଶ୍ୟକ କୂଟନୀତି ଆପଣାଉଛି । ୟୁକ୍ରେନ ଉପରେ ଆକ୍ରମଣକୁ ନିନ୍ଦା କରିଥିଲେ ମଧ୍ୟ ଋଷ ଉପରେ କୌଣସି କଟକଣା ଲଗାଇନାହିଁ ଭାରତ ବୋଲି କହିଛନ୍ତି ବାଇଡେନ ।

ଜାପାନ ଓ ଅଷ୍ଟ୍ରେଲିଆ ଭଳି କ୍ବାର୍ଡ ରାଷ୍ଟ୍ର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହେଲେ ଭାରତ ଚୁପ ବସିଛି । ଋଷ ନିକଟରୁ ସାମରିକ ଉପକରଣ ଓ ତୈଳ କିଣୁଛି । ନାଟୋ ହେଉ କି ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମକୁ ଏକାଠି ହେବାକୁ ପଡିବ । ୟୁକ୍ରେନ ସେନାଙ୍କ ସାହାସକୁ ପ୍ରଶଂସା କରିଛନ୍ତି ବାଇଡେନ । ପୁଟିନଙ୍କୁ ସତର୍କ କରାଇ ବାଇଡେନ କହିଛନ୍ତି ଯଦି ୟୁକ୍ରେନରେ ଋଷ କୌଣସି ଗଣବିଧ୍ବଂସୀ ଅସ୍ତ୍ର ପ୍ରୟୋଗ କରିବ ତେବେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଚୁପ ବସିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.