ETV Bharat / international

UNGA Vote: ଋଷ ବିରୋଧି ପ୍ରସ୍ତାବ ଭୋଟରୁ ପୁଣି ବିରତ ରହିଲା ଭାରତ

author img

By

Published : Mar 3, 2022, 8:28 AM IST

UNGA Vote: ଋଷ ବିରୋଧି ପ୍ରସ୍ତାବରେ ଭୋଟରୁ ପୁଣିଥରେ ବିରତ ରହିଲା ଭାରତ
UNGA Vote: ଋଷ ବିରୋଧି ପ୍ରସ୍ତାବରେ ଭୋଟରୁ ପୁଣିଥରେ ବିରତ ରହିଲା ଭାରତ

ଜାତିସଂଘରେ ଋଷ ବିରୋଧି ପ୍ରସ୍ତାବରେ ପୁଣି ଥରେ ଭୋଟ ଦେଲାନି ଭାରତ । ଭାରତ ସମେତ ୩୫ ରାଷ୍ଟ୍ର ଭୋଟ ଦେବାରୁ ବିରତ ରହିଲେ । ଅଧିକ ପଢନ୍ତୁ

ୱାଶିଂଟନ: ୟୁକ୍ରେନରେ ଧ୍ବଂସଲୀଳା ରଚୁଛି ଋଷିଆ । ରାଜଧାନୀ କିଭ୍‌ ଦଖଲ କରିବାକୁ ଘନ ଘନ ବୋମା ପକାଉଛି ଋଷ । ବିଶେଷକରି ଦେଶର ଦ୍ବିତୀୟ ବୃହତ୍ତମ ସହର ଖାରକିଭରେ ସ୍ଥିତି ଭୟଙ୍କର ରହିଛି । ଯୁଦ୍ଧ ଘନଘଟା ମଧ୍ୟରେ ଏଯାବତ୍ ପାଖାପାଖି ୨୦୦୦ ୟୁକ୍ରେନ ନାଗିରକଙ୍କ ମୃତ୍ୟୁ ଘଟିଥିବାବେଳେ ଯୁଦ୍ଧରେ ବିରାମ ଲଗାଇବାକୁ ପୁଣିଥରେ ଜାତିସଂଘରେ ପ୍ରସ୍ତାବ ଗୃହୀତ ହୋଇଛି । ବୁଧବାର ପୁନର୍ବାର ଜାତିସଂଘରେ ଋଷ ବିରୁଦ୍ଧରେ ଏକ ନିନ୍ଦା ପ୍ରସ୍ତାବ ଆଗତ ହୋଇଥିଲା । ଏଥିରେ ଋଷ ତୁରନ୍ତ ୟୁକ୍ରେନରୁ ନିଜର ସୈନ୍ୟ ପ୍ରତ୍ୟାହାର କରୁ ବୋଲି ଦାବି କରାଯାଇଥିଲା । ହେଲେ ପୂର୍ବଥର ପରି ଏଥର ମଧ୍ୟ ଋଷ ବିରୋଧି ପ୍ରସ୍ତାବ ଉପରେ ଭୋଟ ଦେବାରୁ ବିରତ ରହିଛି ଭାରତ । ନିନ୍ଦା ପ୍ରସ୍ତାବ ଉପରେ ଭୋଟଦାନରୁ ଭାରତ ସମେତ ୩୫ଟି ରାଷ୍ଟ୍ର ନିବୃତ୍ତ ରହିଛନ୍ତି ।

ସୂଚନାଯୋଗ୍ୟ, ବୁଧବାର ଆଗତ ପ୍ରସ୍ତାବ ସପକ୍ଷରେ ମୋଟ ୧୪୧ଟି ଭୋଟ ପଡିଥିଲା । ପ୍ରସ୍ତାବର ବିରୋଧରେ ମାତ୍ର ୫ଟି ରାଷ୍ଟ୍ର ଭୋଟ ଦେଇଥିଲେ । ଭାରତ ସମେତ ୩୫ ରାଷ୍ଟ୍ର ଭୋଟ ଦେଇନଥିଲେ ଏବଂ ୧୨ ରାଷ୍ଟ୍ର ଅନୁପସ୍ଥିତ ରହିଥିଲେ । ମତଦାନରୁ ବିରତ ରହିବା ନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧିତ୍ବ କରୁଥିବା ଟି.ଏସ ତିରୁମୂର୍ତ୍ତୀ କହିଛନ୍ତି, ୟୁକ୍ରେନ ଉପେର ଋଷିଆର ପ୍ରଚଣ୍ଡ ଆକ୍ରମଣ ଜାରି ରହିଥିବାବେଳେ ଭାରତ ମଧ୍ୟ ଏହି ମାନବୀୟ ସଙ୍କଟକୁ ନେଇ ଚିନ୍ତିତ । ତୁରନ୍ତ ଅସ୍ତ୍ରବିରତି ପାଇଁ ଭାରତ ଅନ୍ତରାଷ୍ଟ୍ରୀୟ ସଙ୍ଗଠନର ଆହ୍ବାନ ସମର୍ଥନ କରୁଛି । ହେଲେ ଆଲୋଚନା ଏବଂ କୂଟନୀତି ଜରିଆରେ ୟୁକ୍ରେନ-ଋଷିଆ ବିବାଦର ସମାଧାନ ହୋଇପାରିବ ବୋଲି ଆମେ ଏହି ବିଶ୍ବାସ ଉପରେ କାଏମ ରହିଛୁ ।

ପ୍ରକାଶଥାଉ କି, ଜାତିସଂଘରେ ୟୁକ୍ରେନ ସଙ୍କଟ ସଂକ୍ରାନ୍ତୀୟ ମତଦାନ ଉପରେ ଚତୁର୍ଥ ଥର ପାଇଁ ଭାରତ ଏଥିରୁ ବିରତ ରହିଛି । ପୂର୍ବରୁ ସୁରକ୍ଷା ପରିଷଦରେ ତିନି ଥର ଭୋଟିଂ ହୋଇଥିଲା । ନିକଟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ବିନା ସର୍ତ୍ତରେ ତୁରନ୍ତ ୟୁକ୍ରେନରୁ ଋଷ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ପ୍ରସ୍ତାବରେ ଯେତେବେଳେ ଭୋଟିଂ ହୋଇଥିଲେ ଏହି ପ୍ରସ୍ତାବ ଉପରେ ଭିଟୋ ପାୱାର ପ୍ରୟୋଗ ଏହାକୁ ନାକଚ କରିଦେଇଥିଲା ଋଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.