ETV Bharat / entertainment

ଓସ୍କାର ମଞ୍ଚରେ ନାଟୁ ନାଟୁକୁ ଗର୍ବର ସହ ପରିଚିତ କରାଇଲେ ବଲିଉଡ ମସ୍ତାନୀ

author img

By

Published : Mar 13, 2023, 9:55 AM IST

Deepika Padukone at oscars
Deepika Padukone at oscars

ଓସ୍କାର ମଞ୍ଚରେ ନାଟୁ ନାଟୁକୁ ଗର୍ବର ସହ ପରିଚିତ କରାଇଲେ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ । ମଞ୍ଚରେ ବ୍ଲାକ୍‌ ଗାଉନ୍‌ରେ ନିଜେ ଚମକିବା ସହ ଭାରତର ସମ୍ମାନ ବଢାଇଛନ୍ତି ଦୀପିକା ପାଦୁକୋନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅପେକ୍ଷାର ଅନ୍ତ ଘଟିଲା । ଓସ୍କାର ମଞ୍ଚରେ ଭାରତର ସମ୍ମାନ ବଢାଇଲେ ଦୀପିକା ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ । 95 ତମ ଓସ୍କୋର ଆୱାର୍ଡ ସୋ’ରେ ଉପସ୍ଥାପିକା ଭାବେ ନଜର ଆସିଲେ ଦୀପିକା । ସେ ପ୍ରଥମ ଥର ପାଇଁ ଓସ୍କାରରେ ଉପସ୍ଥାପିକା ଭାବେ ନଜର ଆସିଥିବା ବେଳେ ଅଭିନେତ୍ରୀଙ୍କୁ ଏକ କଳା ରଙ୍ଗର ଅଫ ସୋଲଜର ଗାଉନରେ ଦେଖିବାକୁ ମିଳିଥିଲା । ଦୀପିକା ଆରଆରଆର ନାଟୁ ନାଟୁଙ୍କୁ ଓସ୍କାର ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ । ବ୍ଲାକ୍‌ ଗାଉନ୍‌ରେ ଗ୍ଲାମରସ୍‌ ଅନ୍ଦାଜ୍‌ ଦେଖାଇଲେ ଦୀପିକା ।

ଦୀପିକା ଓସ୍କାର ମଞ୍ଚରେ ନାଟୁନାଟୁ ଗୀତ ବିଷୟରେ କହିବା କ୍ଷଣି ଏକାଧିକ ଥର ତାଳି ବାଜିବା ସହ ସମସ୍ତ ଉପସ୍ଥିତ ଅତିଥି ଚିଅରଅପ କରିଥିଲେ । ବଲିଉଡ ମସ୍ତାନୀ ନାଟୁନାଟୁ ବିଷୟରେ ଘୋଷଣା କରିବା ପୂର୍ବରୁ ହିଁ ଅଭିନେତା ଆଓ୍ବାର୍ଡ ନେବା ପାଇଁ ଉତ୍ସାହିତ ହୋଇ ପୋଜ ଦେଉଥିବା ନଜର ଆସିଥିଲେ । 95 ତମ ଓସ୍କାର ଆୱାର୍ଡ ସୋରେ ନାଟୁନାଟୁ ଗୀତକୁ ଗର୍ବର ସହ ପରିଚିତ କରାଇ ଚମକିଥିଲେ ।

ଏହା ମଧ୍ୟ ପଢନ୍ତୁ: Oscars 2023: ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସ ହାତେଇଲା ଓସ୍କାର ଆୱାର୍ଡ

ଓସ୍କାର ୨୦୨୩ ଆଓ୍ବାର୍ଡ ସୋରେ ଦୀପିକା ପିନ୍ଧିଥିବା ଲୁଇ ଭ୍ୟୁଟନ୍ ଗାଉନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଏହାକୁ ନିକୋଲାସ୍ ଗେସ୍କୁଏର ତିଆରି କରିଥିଲେ । ହୋଷ୍ଟିଙ୍ଗ ସମୟରେ ଦୀପିକାଙ୍କ ସହ ଶାଲିନା ନଥାନି ଉପସ୍ଥିତ ରହିଥିଲେ । ତେବେ ଆଜି(ସୋମବାର) ସକାଳେ ଓସ୍କାର ସୋରୁ ନିଜର ଲୁକ ସେୟାର କରିଥିଲେ । ନିଜର ଏକ ଫଟୋ ସେୟାର କରି ଓସ୍କାର-୯୫ ଲେଖିଥିଲେ । ଅଭିନେତ୍ରୀ ଜଣକ କଳା ରଙ୍ଗର ଗାଉନ ସହ ସୁନ୍ଦର ହାର ପିନ୍ଧିଥିଲେ । ଏହାସହ ମୁଣ୍ଡର ଚୁଟିରେ ବନ କରିଥିଲେ । ଯାହାକି ତାଙ୍କ ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଥିଲା । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲେ ଦୀପିକା । ଏହି ସୋରେ ଅନେକ ହଲିଉଡ ତାରକା ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ: Oscars 2023: ଇତିହାସ ରଚିଲା RRR, ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଲା ଓସ୍କାର

ପ୍ରକାଶଥାଉକି, ଆଜି ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସକୁ ଓସ୍କାର ପୁରସ୍କାର ମିଳିଥିବା ବେଳେ ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଲା ଓସ୍କାର । କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର 'ଏଲିଫ୍ୟାଣ୍ଟ ହୁଇସପରର୍ସକୁ' ଓସ୍କାର ପୁରସ୍କାର ମିଳିଛି । 39 ମିନିଟର ତାମିଲ ଭାଷାରେ ଚଳଚ୍ଚିତ୍ରଟି ତିଆରି ହୋଇଥିଲା । ଶିଶୁ ହାତୀ ଓ ଦମ୍ପତିଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ ତିଆରି ହୋଇଥିଲା ଚଳଚ୍ଚିତ୍ରର କାହାଣୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.