ETV Bharat / entertainment

Oscars 2023: ଇତିହାସ ରଚିଲା RRR, ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଲା ଓସ୍କାର

author img

By

Published : Mar 13, 2023, 8:55 AM IST

Updated : Mar 13, 2023, 9:49 AM IST

naatu naatu wins oscars
naatu naatu wins oscars

ଭାରତୀୟ ସିନେ ପ୍ରେମୀଙ୍କ ସ୍ବପ୍ନ ପୂରଣ ହୋଇଛି । ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଲା ଓସ୍କାର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅପେକ୍ଷାର ଅନ୍ତ ଘଟିଲା । ସୀନେପ୍ରେମୀ ଅପେକ୍ଷା କରିଥିବା ସମୟ ଆସିଯାଇଛି । ମନୋରଞ୍ଜନ ସବୁଠୁ ବଡ଼ ପୁରସ୍କାର ଭାବେ ବିବେଚନା କରାଯାଉଥିବା ଓସ୍କାର ପୁରସ୍କାର ଘୋଷଣା ହୋଇଛି । ଓସ୍କାରରେ ଇତିହାସ ରଚିଛି ଏସ୍.ଏସ୍‌ ରାଜାମୌଲିଙ୍କ ଫିଲ୍ମ RRRର ନାଟୁ ନାଟୁ ଗୀତ । ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଲା ଓସ୍କାର ଆଓ୍ବାର୍ଡ । ଗୋଲ୍ଡେନ ଗ୍ଲୋବ୍ସ୍-୨୦୨୩ ଆୱାର୍ଡ ହାତେଇବା ପରେ ଏବେ ଓସ୍କାରରେ ଚମକିଲା ନାଟୁନାଟୁ ।

ଆଜି ଆମେରିକାର ଲସ୍‌ ଆଞ୍ଜେଲସ ସ୍ଥିତ ଡୋଲବୀ ଥିଏଟରରେ ଚାଲିଛି ୯୫ ତମ ଓସ୍କାର ପୁରସ୍କାର । ସର୍ବଶ୍ରେଷ୍ଠ ଅରିିଜିନାଲ ସଙ୍ଗ୍‌ କ୍ୟାଟେଗୋରୀ ପାଇଁ ନାଟୁ ନାଟୁ ଗୀତ ଓସ୍କାର ଆୱାର୍ଡ ହାତେଇଛି । ଏହି ଆୱାର୍ଡ ହାତେଇବା ପରେ ବିଶ୍ବ ମାନଚିତ୍ରରେ ସ୍ଥାନ ପାଇଛି । ଏହି ବିଜୟ ଯୋଗୁଁ ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଛି । ସୋସିଆଲ ମିଡିଆରେ ଆରଆରଆର ଟିମକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏସ୍.ଏସ୍‌ ରାଜାମୌଲି, ରାମଚରଣ ଏବଂ ଜୁନିଅର ଏନଟିଆରଙ୍କ ସମେତ ପୁରା ଟିମ ଖୁସି ରହିଥିବା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Oscars 2023: ଇତିହାସ ରଚିଲା ଭାରତୀୟ ଡକ୍ୟୁମେଣ୍ଟାରୀ, ଏଲିଫ୍ୟାଣ୍ଟ ହୁଇସପରର୍ସକୁ ମିଳିଲା ଓସ୍କାର

ଶ୍ରେଷ୍ଠ ଅରିଜିନାଲ ଗୀତ ଦୌଡରେ ରହିଥିବା RRR ଫିଲ୍ମର ନାଟୁନାଟୁ ଗୀତ ଓସ୍କାର ପୁରସ୍କାର ପାଇଛି । ଏହି ବର୍ଗରେ RRR ପ୍ରଥମ ଭାରତୀୟ ଫିଲ୍ମ ଭାବେ ସ୍ଥାନ ପାଇଥିଲା । ପୁରସ୍କାର ହାତେଇବା ନେଇ ଅଧିକ ସମ୍ଭାବନା ରହିଥିଲା । ପୂର୍ବରୁ ନାଟୁ ନାଟୁକୁ ଗୋଲଡେନ ଗ୍ଲୋବ ଆୱାର୍ଡ ମିଳିସାରିଛି । ଏହାଛଡା ଓସ୍କାର ପୁରସ୍କାର ଦୌଡରେ ଦ କାଶ୍ମୀର ଫାଇଲ୍ସ ସମେତ 9ଟି ଭାରତୀୟ ଚଳଚ୍ଚିତ୍ର ସାମିଲ ହୋଇଥିଲେ।

ଏହା ମଧ୍ୟ ପଢନ୍ତୁ: SwaadAnusaar Wedding: ହିନ୍ଦୁ ରୀତିନୀତିରେ ପଡିବ ସ୍ବରାଙ୍କ ହାତଗଣ୍ଠି, ବିବାହ ପ୍ରସ୍ତୁତି ଆରମ୍ଭ

RRR ଫିଲ୍ମର ନିର୍ଦ୍ଦେଶକ ଏସ୍.ଏସ୍‌ ରାଜାମୌଲି, ଅଭିନେତା ରାମ ଚରଣ, ଜୁନିଅର ଏନଟିଆର, ସଙ୍ଗୀତ ନିର୍ଦ୍ଦେଶକ ଏମଏମ କିରାବାନିଙ୍କ ସମେତ ଫିଲ୍ମର ସମସ୍ତ ସଦସ୍ୟ ନଜର ଆସିଥିଲେ । ଏହି ଆଓ୍ବାର୍ଡ ଘୋଷଣା ହେବା ପରେ ସଙ୍ଗୀତ ନିର୍ଦ୍ଦେଶକ ଏମଏମ କିରାବାନି କହିଛନ୍ତି, "ମୁଁ ନିଶ୍ଚିତ ଥିଲି ଯେ ଆମ ପରିବାରର ନାଟୁ ନାଟୁକୁ ଓସ୍କାର ମିଳିବ । ଆଜି ସତ ହେଲା । ଏହି ଆଓ୍ବାର୍ଡ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଏହି ଆଓ୍ବାର୍ଡ ମୋତେ ବିଶ୍ବରେ ପରିଚିତ କରାଇପାରିଛି । "

ପ୍ରକାଶଥାଉକି, ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ବ୍ୟତୀତ ରାମ ଚରଣ ଏବଂ ଆଲିଆ ଭଟ୍ଟ, ଶ୍ରୀୟା ସରନ, ଅଜୟ ଦେବଗନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ତେବେ RRR ହେଉଛି ଏକମାତ୍ର ଭାରତୀୟ ଚଳଚ୍ଚିତ୍ର, ଯାହା ଅନ୍ତର୍ଜାତୀୟ ପୁରସ୍କାର ପାଇଛି । RRRର ରୋଜଗାର ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 1200 କୋଟିରୁ ଅଧିକ ରୋଜଗାର କରିଥିଲା ​​।

  • We’re blessed that #RRRMovie is the first feature film to bring INDIA's first ever #Oscar in the Best Song Category with #NaatuNaatu! 💪🏻

    No words can describe this surreal moment. 🙏🏻

    Dedicating this to all our amazing fans across the world. THANK YOU!! ❤️❤️❤️

    JAI HIND!🇮🇳 pic.twitter.com/9g5izBCUks

    — RRR Movie (@RRRMovie) March 13, 2023 " class="align-text-top noRightClick twitterSection" data=" ">

ଏନେଇ ଆରଆର ମୁଭି ପକ୍ଷରୁ ଟ୍ବିଟ କରି କୁହାଯାଇଛି, "ପ୍ରଥମ ପୁରସ୍କାର ଜିତିଛି ଆରଆରଆର ଫିଲ୍ମ । ଏହି ଖୁସିକୁ ବଖାଣିବା ପାଇଁ ଆମ ପାଖରେ ଶବ୍ଦ ନାହିଁ । ଏହି ଆଓ୍ବାର୍ଡ ଆମେ ବିଶ୍ବବାସୀଙ୍କୁ ସମର୍ପଣ କରୁଛି । ସମସ୍ତଙ୍କୁ ଧନ୍ୟବାଦ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 13, 2023, 9:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.