ETV Bharat / entertainment

ଉର୍ବଶୀଙ୍କ ଆଇଫୋନ ଚୋରି କରିଥିବା ଚୋରର ଆସିଲା ମେଲ, ଫୋନ ଫେରାଇବାକୁ ରଖିଛି ଏପରି ସର୍ତ୍ତ

author img

By ETV Bharat Odisha Team

Published : Oct 19, 2023, 8:54 PM IST

ଉର୍ବଶୀ ରୌତେଲାଙ୍କୁ ଚୋରି କରିଥିବା ବ୍ୟକ୍ତିଙ୍କ ଇମେଲ୍, ଗୋଲ୍ଡ ଆଇଫୋନ ବଦଳରେ ରଖିଲେ ଏହି ସର୍ତ୍ତ
ଉର୍ବଶୀ ରୌତେଲାଙ୍କୁ ଚୋରି କରିଥିବା ବ୍ୟକ୍ତିଙ୍କ ଇମେଲ୍, ଗୋଲ୍ଡ ଆଇଫୋନ ବଦଳରେ ରଖିଲେ ଏହି ସର୍ତ୍ତ

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକ୍ ମ୍ୟାଚ୍ ସମୟରେ ଉର୍ବଶୀ ରୌତେଲା ଗୋଲ୍ଡର ଆଇଫୋନ୍ ହଜିଯାଇଥିଲା । ଯାହା ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଅହମ୍ମଦାବାଦ ପୋଲିସର ସାହାଯ୍ୟ ଲୋଡିଥିଲେ । ବର୍ତ୍ତମାନ ଜଣେ ବ୍ୟକ୍ତି ଉର୍ବଶୀଙ୍କୁ ମେଲ କରି କହିଛନ୍ତି ଯେ, ଗୋଲ୍ଡ ଆଇଫୋନ୍ ଦେବା ବଦଳରେ ଏକ ସର୍ତ୍ତ ରଖିଛନ୍ତି । ଅଧିକ ପଢନ୍ତୁ,

ହାଇଦ୍ରାବାଦ: ଅକ୍ଟୋବର 14ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲା ଯାଇଥିଲେ । ମ୍ୟାଚ୍ ଶେଷ ହେବା ପରେ ଅଭିନେତ୍ରୀଙ୍କ ଗୋଲ୍ଡ ଆଇଫୋନ ହଜିଯାଇଥିଲା । ସେ ନିଜ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଥିଲେ । ବର୍ତ୍ତମାନ ଖବର ଆସୁଛି କି ଅଭିନେତ୍ରୀଙ୍କୁ ଫୋନ ଚୋରି କରିଥିବା ବ୍ୟକ୍ତି ଜଣଙ୍କ ଇମେଲ କରିଛନ୍ତି । ଫୋନ ବଦଳରେ ଏକ ସର୍ତ୍ତ ରଖିଛନ୍ତି । ସେ କହିଛନ୍ତି, ଫୋନ ବଦଳରେ ଉର୍ବଶୀ ବ୍ୟକ୍ତିଙ୍କ କର୍କଟ ରୋଗରେ ପୀଡିତ ଭାଇଙ୍କୁ ଚିକିତ୍ସା କରାଇବେ । ଏନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଇମେଲର ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି ।

ଜଣେ ବ୍ୟକ୍ତି ଅଭିନେତ୍ରୀଙ୍କୁ ଷ୍ଟାଡିୟମରେ ଚୋରି ହୋଇଥିବା ଉର୍ବଶୀଙ୍କ ଗୋଲ୍ଡ ଆଇଫୋନ୍ ବିଷୟରେ ଇମେଲ କରିଛନ୍ତି । ଉର୍ବଶୀ ରୌତେଲା ନିଜ ଇନଷ୍ଟା ଷ୍ଟୋରୀରେ ଇମେଲର ସ୍କ୍ରିନସଟ୍ ସେୟାର କରିଛନ୍ତି । ଇମେଲରେ ଅକ୍ଟୋବର 16 ତାରିଖ ଲେଖାଇଛି । 'ମୋ ପାଖରେ ଫୋନ୍ ଅଛି, ଯଦି ତୁମେ ଏହା ଚାହଁ, ତୁମେ ମୋତେ ମୋ ଭାଇକୁ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିବାକୁ ପଡିବ'। ଯେଉଁଥିରେ ଉର୍ବଶୀ ଓକେ ଇମୋଜି ଦେଇଛନ୍ତି । ତେବେ ଅନୁମାନ କରାଯାଉଛି ଯେ, ଉର୍ବଶୀ ଏହି ସର୍ତ୍ତରେ ରାଜି ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗୋଲ୍ଡ ପ୍ଲେଟେଡ ଆଇଫୋନ ହଜାଇଲେ ଉର୍ବଶୀ, ସୋସିଆଲ ମିଡିଆରେ ମାଗିଲେ ସାହାଯ୍ୟ

ସୂଚନା ଥାଉ କି, ଅକ୍ଟୋବର 14 (ଶନିବାର) ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଉର୍ବଶୀ ରୌତେଲା ଗୋଲ୍ଡ ଆଇଫୋନ୍ ହରାଇବା ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଫୋନ ଖୋଜିବାରେ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଏଥିସହ ସେ ଅକ୍ଟୋବର 15 ଅହମ୍ମଦାବାଦରେ ପୋଲିସର ଅଭିଯୋଗ କରିଥିଲେ ଏବଂ ତାହାର ଏକ ଫଟୋ କପି ମଧ୍ୟ ସେୟାର କରିଥିଲେ । ପୋଷ୍ଟରେ ଅହମ୍ମଦାବାଦ ପୋଲିସକୁ ଟ୍ୟାଗ କରି ଲେଖିଥିଲେ ଯେ "ମୋର ଗୋଲ୍ଡ ପ୍ଲେଟେଡ ଆଇଫୋନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହଜିଯାଇଛି । ଦୟାକରି ଯଦି କେହି ଏହା ପାଆନ୍ତି , ତୁରନ୍ତ ଯୋଗାଯୋଗ କରନ୍ତୁ…'' । ଏହି ପୋଷ୍ଟ ସେୟାର ହେବା ପରେ ୟୁଜର୍ସ ପ୍ରତିକ୍ରିୟା ଦେଇଥିଲେ । ଅନେକ ୟୁଜର୍ସ ଉର୍ବଶୀଙ୍କୁ ତାଙ୍କ ଯୋଗାଯୋଗ ନମ୍ବର ମାଗିଥିବା ବେଳେ ଅନେକ ଉର୍ବଶୀଙ୍କ ଘର ଠିକଣା ପଚାରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.