ETV Bharat / entertainment

ଗୋଲ୍ଡ ପ୍ଲେଟେଡ ଆଇଫୋନ ହଜାଇଲେ ଉର୍ବଶୀ, ସୋସିଆଲ ମିଡିଆରେ ମାଗିଲେ ସାହାଯ୍ୟ

author img

By ETV Bharat Odisha Team

Published : Oct 16, 2023, 11:16 AM IST

urvashi rautela lost gold iphone
urvashi rautela lost gold iphone

ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଯାଇଥିଲେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା। ସେହି ସମୟରେ ଅଭିନେତ୍ରୀଙ୍କ ଗୋଲ୍ଡ ପ୍ଲେଟେଡ ଆଇଫୋନ ଷ୍ଟାଡିୟମରେ ହଜିଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ମ୍ୟାଚ୍‌ ଦେଖିବାକୁ ଆସି ଆଇଫୋନ ହଜାଇଲେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗତ ୧୪ ତାରିଖ ଦିନ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଅଭିନେତ୍ରୀ ଉର୍ବଶୀ ରାଉତେଲା ଆସିଥିଲେ । ଏହି ସମୟରେ ଅଭିନେତ୍ରୀଙ୍କ ସହ ଏକ ବଡ଼ ଘଟଣା ଘଟିଛି ​​। ଅଭିନେତ୍ରୀଙ୍କ ଗୋଲ୍ଡ ପ୍ଲେଟେଡ ଆଇଫୋନ ଷ୍ଟାଡିୟମରେ ହଜିଯାଇଛି । ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ସେ ଏନେଇ ସମସ୍ତଙ୍କୁ ସୂଚନା ଦେଇଛନ୍ତି ।

ଅକ୍ଟୋବର 14 ଦେଶ ପାଇଁ ସେଲିବ୍ରେସନର ମାହୋଲ ଥିଲା । ICC ୱାର୍ଲ୍ଡ କପ୍ ମ୍ୟାଚରେ ପାକିସ୍ତାନକୁ 7 ୱିକେଟରେ ହରାଇ ବିଜୟ ହାସଲ କଲା ଭାରତ । ଏହି ମ୍ୟାଚ୍ ଅମହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ତେବେ ମ୍ୟାଚ୍‌ ଦେଖିବାକୁ ଉର୍ବଶୀ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଥିଲେ । ଆଉ ମ୍ୟାଚ ଦେଖିବା ସମୟରେ ଅଭିନେତ୍ରୀଙ୍କ ଆଇଫୋନ ହଜିଯାଇଥିଲା । ଏନେଇ ସେ ତାଙ୍କର ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏଥିସହ ଫୋନ ଫେରି ପାଇବା ପାଇଁ ସେ ନେଟିଜେନ୍ସଙ୍କୁ ସୋସିଆଲ ମିଡିଆରେ ଅପିଲ କରିଛନ୍ତି । ତାଙ୍କର ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ- Ind Vs Pak: 'ୱାନ୍ ଫଟୋ ଫ୍ଲିଜ୍' ! ୱାର୍ଲ୍ଡ କପ୍ ମ୍ୟାଚରେ ଅରିଜିତ ସିଂଙ୍କ ପାଇଁ ପୋଜ ଦେଲେ ଅନୁଷ୍କା

ସେହିପରି ସେ ତାଙ୍କ ପୋଷ୍ଟରେ ଅହମ୍ମଦାବାଦ ପୋଲିସକୁ ବି ଟ୍ୟାଗ କରି ଲେଖିଛନ୍ତି ଯେ "ମୋର ଗୋଲ୍ଡ ପ୍ଲେଟେଡ ଆଇଫୋନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହଜିଯାଇଛି । ଦୟାକରି ଯଦି କେହି ଏହା ପାଆନ୍ତି , ତୁରନ୍ତ ଯୋଗାଯୋଗ କରନ୍ତୁ… ” ବର୍ତ୍ତମାନ ଅଭିନେତ୍ରୀ ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ତେବେ ଶନିବାର ଦିନ ଉର୍ବଶୀ ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଭାରତ ବିଜୟ ଆଡକୁ ଗତି କରୁଥିବା ଦେଖି ସେ ଉତ୍ସାହିତ ଥିଲେ । କିନ୍ତୁ ଏହାପରେ ତାଙ୍କ ମୋବାଇଲ ହଜି ଯାଇଥିଲା । ଟିମ୍‌ ଇଣ୍ଡିଆକୁ ସମର୍ଥନ କରିବା ପାଇଁ ଅଭିନେତ୍ରୀ ନୀଳ ରଙ୍ଗର ଆଉଟଫିଟ୍‌ ପିନ୍ଧି ଷ୍ଟାଡିୟମରେ ପହଞ୍ଚିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.