ETV Bharat / entertainment

Gadar 2: ନୂଆ ପାର୍ଲାମେଣ୍ଟରେ ଗଦର 2 ଫିଲ୍ମର ସ୍ପେଶାଲ ସ୍କ୍ରିନିଂ

author img

By ETV Bharat Odisha Team

Published : Aug 25, 2023, 3:32 PM IST

Gadar 2: ପାର୍ଲାମେଣ୍ଟ ସଦସ୍ୟ ଦେଖିବେ ଗଦର 2, 3 ଦିନ ପାଇଁ ନୂଆ ସଂସଦ ଭବନରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ
Gadar 2: ପାର୍ଲାମେଣ୍ଟ ସଦସ୍ୟ ଦେଖିବେ ଗଦର 2, 3 ଦିନ ପାଇଁ ନୂଆ ସଂସଦ ଭବନରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ

ସନ୍ନି ଦେଓଲଙ୍କ ଫିଲ୍ମ ଗଦର ୨ ପ୍ରେକ୍ଷାଳୟରେ ଧମାକା କରୁଛି। ଫିଲ୍ମ 400କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି। ଫିଲ୍ମକୁ ନେଇ ସବୁଠି ପ୍ରଶଂସା କରାଯାଉଥିବା ବେଳେ ବର୍ତ୍ତମାନ ନୂଆ ସଂସଦ ଭବନରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହେବ। ପାର୍ଲାମେଣ୍ଟ ସଦସ୍ୟ 3 ଦିନ ଯାଏଁ ଗଦର 2 ଦେଖିବେ। ଅଧିକ ପଢନ୍ତୁ,

ହାଇଦ୍ରାବାଦ: ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଦର ୨' ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ଫିଲ୍ମ ରିଲିଜକୁ 14 ଦିନ ବିତିଥିଲେ ସୁଦ୍ଧା ବମ୍ପର କଲେକ୍ସନ ସହ ଆଗକୁ ବଢିଚାଲିଛି ଫିଲ୍ମ। ଦେଶ ତଥା ବିଦେଶରେ ଫିଲ୍ମକୁ ନେଇ କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ 400କୋଟିରୁ ଅଧିକ ଆୟ କରି ଚଳିତ ବର୍ଷର ବ୍ଲକବ୍ଲାଷ୍ଟର ଫିଲ୍ମ ଭାବେ ପରିଗଣିତ ହୋଇଛି। ଏହାରି ମଧ୍ୟରେ ଫିଲ୍ମକୁ ନେଇ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଫିଲ୍ମକୁ ବର୍ତ୍ତମାନ ପାର୍ଲାମେଣ୍ଟ ସଦସ୍ୟ ଦେଖିବେ। 3 ଦିନ ପାଇଁ ନୂଆ ସଂସଦ ଭବନରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହେବ।

'ଗଦର 2' 2001 ଚଳଚ୍ଚିତ୍ର 'ଗଦର ଏକ ପ୍ରେମ କଥା'ର ଏକ ସିକ୍ୱେଲ ଅଟେ। ଏହାର ପ୍ରଥମ ଭାଗ ପରି ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି। ଏବଂ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ରିଲିଜ୍ ହେବାର ଦୁଇ ସପ୍ତାହ ମଧ୍ୟରେ 400 କୋଟିରୁ ଅଧିକ ଆୟ କରି ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆଜି (ଅଗଷ୍ଟ 25) ତାରିଖରୁ ସଂସଦର ନୂତନ ଭବନରେ ତିନି ଦିନ ପାଇଁ ପ୍ରଦର୍ଶିତ ହେବ ବୋଲି ଖବର ଆସୁଛି। ଫିଲ୍ମର ନିର୍ମାତା କମ୍ପାନୀ ଜି ଷ୍ଟୁଡିଓ ଏହି ଖବରକୁ ନିଶ୍ଚିତ କରିଛି, କିନ୍ତୁ ଏହା ବ୍ୟତୀତ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ। ପ୍ରତ୍ୟେକ ଦିନ ସକାଳ 11 ଟାରୁ ଫିଲ୍ମର ସ୍କ୍ରିନିଂ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟରେ ପ୍ରଦର୍ଶିତ ହୋଇ ଗଦର 2 ପୁଣି ଆଉ ଏକ ରେକର୍ଡ ସୃଷ୍ଟି କରିଛି।

ନୂତନ ସଂସଦ ଗୃହରେ 'ଗଦର ୨'ର ସ୍କ୍ରିନିଂ ଉପରେ ନିର୍ଦ୍ଦେଶକ ଅନିଲ ଶର୍ମା ଏକ ସାକ୍ଷାତକାରରେ କହିଛନ୍ତି, “ଫିଲ୍ମର ସ୍କ୍ରିନିଂ ପାଇଁ ଆମେ ସଂସଦରୁ ଏକ ମେଲ୍ ପାଇଛୁ।" ମୁଁ ସତରେ ସମ୍ମାନିତ ମନେ କରୁଛି। ସେ ତିନି ଦିନିଆ ଶୋ’ରେ ଯୋଗଦେବେ କି ନାହିଁ ପଚରାଯିବାରୁ ଶର୍ମା କହିଛନ୍ତି, "ଦିଲ୍ଲୀ ଯାତ୍ରା କରିବା ମୋ ପାଇଁ କଷ୍ଟକର ହେବ କିନ୍ତୁ ଆସନ୍ତାକାଲି ମୁଁ ଯାତ୍ରା କରିପାରିବି। ମୋତେ କୁହାଯାଇଛି ଯେ ଉପରାଷ୍ଟ୍ରପତି ମଧ୍ୟ ଏହି ଫିଲ୍ମ ଦେଖିବାର ସମ୍ଭାବନା ରହିଛି।"

ଏହା ମଧ୍ୟ ପଢନ୍ତୁ: ଦ୍ୱିତୀୟ ସପ୍ତାହରେ ସର୍ବାଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ, ଏବେ ନଜରରେ ତୃତୀୟ ସପ୍ତାହ

ସୂଚନା ଥାଉ କି, ଅଗଷ୍ଟ 11 ରେ ରିଲିଜ ହୋଇଥିବା ଏହି ଫିଲ୍ମ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ 400 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ନିକଟରେ ସଫଳତା ନେଇ ସନ୍ନି ଦେଓଲ୍ ଏକ ଭିଡିଓ ସେୟାର କରି ଫିଲ୍ମ ପାଇଁ ଏତେ ମାତ୍ରାରେ ଭଲପାଇବା ନେଇ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, 'ସର୍ବପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ, ମୁଁ କେବେ ଭାବି ନଥିଲି ଯେ ଆପଣମାନେ ଗଦର 2 କୁ ଏତେ ପସନ୍ଦ କରିବେ। ତୁମ ସମସ୍ତଙ୍କ ପାଇଁ, ଆମେ 400 କୋଟି ମାର୍କ ଅତିକ୍ରମ କରିଛୁ। ତେବେ ଫିଲ୍ମରକ ପୁରା ଟିମ ଏବେ ଫିଲ୍ମର ସଫଳତାକୁ ବେଶ ଉପଭୋଗ କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.