ETV Bharat / entertainment

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଶମଶେରା, ଜିତିବ କି ଦର୍ଶକଙ୍କ ଦିଲ୍‌

author img

By

Published : Jul 22, 2022, 1:22 PM IST

Shamshera Twitter review: 5000 ରୁ ଉର୍ଦ୍ଧ୍ବ ସ୍କ୍ରିନ୍‌ରେ ରିଲିଜ୍‌ ହେଲା ଫିଲ୍ମ ଶମଶେରା, ଜିତି ପାରିବ କି ଦର୍ଶକଙ୍କ ଦିଲ୍‌
Shamshera Twitter review: 5000 ରୁ ଉର୍ଦ୍ଧ୍ବ ସ୍କ୍ରିନ୍‌ରେ ରିଲିଜ୍‌ ହେଲା ଫିଲ୍ମ ଶମଶେରା, ଜିତି ପାରିବ କି ଦର୍ଶକଙ୍କ ଦିଲ୍‌

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଫିଲ୍ମ ଶମଶେରା । ଫିଲ୍ମ ଦେଖିବା ପରେ ରଣବୀରଙ୍କ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦୀର୍ଘ ସମୟର ବ୍ରେକ ପରେ ବଲିଉଡ ଅଭିନେତା ରଣବୀର କପୁର ଆଜି ଫିଲ୍ମ 'ଶମଶେରା' ସହିତ ବଡ ପରଦାରେ କମବ୍ୟାକ୍‌ କରିଛନ୍ତି । ଫିଲ୍ମ ଫ୍ରାଇଡେରେ 5000ରୁ ଊର୍ଦ୍ଧ୍ବ ହଲ୍‌ରେ ରିଲିଜ୍‌ ହୋଇଛି ରଣବୀରଙ୍କ ଅଭିନୀତ ଶମଶେରା । ରଣବୀରଙ୍କ ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି ଏବଂ ସକାଳୁ ସୋସିଆଲ ମିଡିଆରେ ଏହି ଚଳଚ୍ଚିତ୍ର ବିଷୟରେ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ଫ୍ୟାନ୍ସ ମାନେ ଫିଲ୍ମ ବିଷୟରେ କ’ଣ କହୁଛନ୍ତି ଜାଣନ୍ତୁ...

ଫିଲ୍ମ ଦେଖିବା ପରେ ରଣବୀରଙ୍କ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଛନ୍ତି । ଯେପରି ଆମେ ଦେଖିଛୁ, ଲୋକମାନେ ଫିଲ୍ମରେ ରଣବୀରଙ୍କ ବୃଦ୍ଧାବସ୍ଥାକୁ ବେଶୀ ପସନ୍ଦ କରୁଛନ୍ତି । ଲୋକମାନେ ଏହାକୁ ଖୋଲାଖୋଲି ପ୍ରଶଂସା କରିବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ, ସଞ୍ଜୟ ଦତ୍ତଙ୍କ ତିଲକଧାରୀ ଲୁକ୍ ମଧ୍ୟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । କିଛି ଲୋକ ଏହି ବିଷୟରେ ପ୍ରଶ୍ନ ଉଠାଉଥିବାବେଳେ କେତେକ ଏହି ଗେଟଅପ୍‌କୁ ପସନ୍ଦ କରିଛନ୍ତି ।

16 ରୁ ଆରମ୍ଭ ହୋଇଥିଲା ପ୍ରି ବୁକିଂ

ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଥିଲା । ଯଦିଓ ଫିଲ୍ମ ଶୁକ୍ରବାର ଦିନ ରିଲିଜ ହେଉଛି, କିନ୍ତୁ ଏହାର ପ୍ରି ବୁକିଂ ଜୁଲାଇ 16ରୁ ଆରମ୍ଭ ହୋଇଛି । ଆଗୁଆ ବୁକିଂରେ ଫିଲ୍ମ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି । ସେହି ଅନୁଯାୟୀ, ଏହା ରିଲିଜ୍ ହେବାର ପ୍ରଥମ ଦିନରେ ମଧ୍ୟ ଭଲ ରୋଜଗାର କରିପାରିବ ବୋଲି କୁହାଯାଇପାରେ । ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ, ଶମଶେରା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସାରା ବିଶ୍ୱରେ 5,550 ସ୍କ୍ରିନ ରିଲିଜ କରାଯାଇଛି, ସେଥିମଧ୍ୟରୁ 4350ଟି କେବଳ ଭାରତରେ ଅଛି । ବାକିଗୁଡିକ ବିଦେଶରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.