ETV Bharat / entertainment

Tiger 3 Twitter Review: ଦିୱାଲୀରେ ଭାଇଜାନଙ୍କ ଧମାକା, ଫିଲ୍ମକୁ ଫ୍ୟାନ୍ସଙ୍କ 'ଶ୍ରେଷ୍ଠ ଆକ୍ସନ ଫିଲ୍ମ'ର ଟ୍ୟାଗ

author img

By ETV Bharat Odisha Team

Published : Nov 12, 2023, 9:55 AM IST

Tiger 3 Twitter Review: ଦିୱାଲୀରେ ଭାଇଜାନଙ୍କ ଧମାକା, ଫିଲ୍ମକୁ 'ଶ୍ରେଷ୍ଠ ଆକ୍ସନ ଫିଲ୍ମ'ର ଟ୍ୟାଗ ଦେଲେ ଫ୍ୟାନ୍ସ
Tiger 3 Twitter Review: ଦିୱାଲୀରେ ଭାଇଜାନଙ୍କ ଧମାକା, ଫିଲ୍ମକୁ 'ଶ୍ରେଷ୍ଠ ଆକ୍ସନ ଫିଲ୍ମ'ର ଟ୍ୟାଗ ଦେଲେ ଫ୍ୟାନ୍ସ

Tiger 3 Twitter Review: ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମି ଷ୍ଟାରର ଫିଲ୍ମ 'ଟାଇଗର ୩' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳୁଛି । ଫିଲ୍ମ ଦେଖି ଫ୍ୟାନ୍ସମାନେ ଏକ୍ସରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ସ୍ପାଇ ଥ୍ରୀଲର ଫିଲ୍ମ 'ଟାଇଗର ୩' ଆଜି ବଡ ପରଦାରେ ମୁକ୍ତିଲାଭ କରିଛି । ଭାଇଜାନଙ୍କ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଦିୱାଲୀର ଏହି ବିଶେଷ ଉତ୍ସବରେ ଏହି ଫିଲ୍ମ ମୁକ୍ତିଲାଭ କରିଛି । ବର୍ତ୍ତମାନ ଯେଉଁମାନେ ଫିଲ୍ମ ଦେଖିଛନ୍ତି ସେମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି ଏବଂ ଟ୍ୱିଟର (ଏକ୍ସ) ରେ 'ଟାଇଗର ୩'ର ସମୀକ୍ଷା ସେୟାର କରିଛନ୍ତି । କିଛି ଦର୍ଶକ ଏହି ଫିଲ୍ମକୁ ପ୍ରଶଂସା କରୁଥିବା ବେଳେ କିଛି ଲୋକ ଏହାକୁ ଶାହାରୁଖ ଖାନଙ୍କ ଜବାନ ସହ ତୁଳନା କରୁଛନ୍ତି ।

ଜଣେ ୟୁଜର୍ସ 'ଟାଇଗର ୩' ଦେଖିବା ପରେ ଟ୍ୱିଟର(ଏକ୍ସ)ରେ ନିଜର ମତାମତ ଦେଇଛନ୍ତି । ସେ ଲେଖିଛନ୍ତି, ସଲମାନ ଖାନ ଏବଂ ବିଶେଷକରି କ୍ୟାଟ୍ରିନା କୈଫଙ୍କ ଅବିଶ୍ୱସନୀୟ ଅଭିନୟ ଏବଂ ଆକ୍ସନ ସହ ଟାଇଗର ୩' ହେଉଛି ଶ୍ରେଷ୍ଠ ଆକ୍ସନ୍ ଫିଲ୍ମ । ଟାଇଗର ୩ ପାଇଁ ମୋର ମୂଲ୍ୟାୟନ 5/5 । ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, 'ଟାଇଗର ୩' ସ୍ପାଇ ୟୁନିଭର୍ସର ତଥା ସମଗ୍ର ବଲିଉଡର ଶ୍ରେଷ୍ଠ ଆକ୍ସନ୍ ଫିଲ୍ମ । ଦମଦାର ଆକ୍ସନ ସହ ଏପରି ଏକ ଜବରଦସ୍ତ କାହାଣୀ ଯାହା ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ । ଫିଲ୍ମର ପ୍ରତ୍ୟେକ ଦୃଶ୍ୟ ଦେଖି କରତାଳି ଦେବାକୁ ଇଚ୍ଛା ହେଉଛି ।'

  • Now Time for #Tiger3Review ⭐️⭐️⭐️⭐️ 1/2

    This is the best action movie of the entire Bollywood along with the SPY UNIVERSE

    Along with explosive 🧨 Action, such a awesome story which will touch your heart❤️

    You won't realize when you will be forced to whistle and clap while… pic.twitter.com/7ot9BtOEAo

    — Wasim Ahmad (@wasimopedia) November 11, 2023 " class="align-text-top noRightClick twitterSection" data=" ">

ସେହିପରି ଆଉ ଜଣେ ଲେଖିଛନ୍ତି- 'ସଲମାନ ଖାନଙ୍କୁ ଏହି ରୂପରେ ଦେଖାଇଥିବାରୁ ମନୀଷ ଶର୍ମାଙ୍କୁ ଧନ୍ୟବାଦ । ଇମ୍ରାନ୍ ହାଶମୀ ବାପ୍ ରେ ବାପ୍, ସେ କି ଖଳନାୟକ ଭୂମିକା ଗ୍ରହଣ କରିଛନ୍ତି, ଏହା ଦେଖିବାକୁ ବେଶ ମଜା ଲାଗିଲା । ଶେଷରେ ମୁଁ କହିବି ଯେ ଟାଇଗର ନିଶ୍ଚିତ ଭାବରେ 3 ହଜାର କୋଟି ଟଙ୍କା ବ୍ୟବସାୟ କରିବ । ଅନ୍ୟ ଜଣେ ଲେଖିଛନ୍ତି - 'ଟାଇଗର ୩' ରେ ଭିନ୍ନ ସ୍ବାଗ୍ ସହ ଚମତ୍କାର ଆକ୍ସନ୍‌, ଦିୱାଲୀରେ ସଲମାନଙ୍କ ତାଙ୍କ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ।'

ସେପଟେ 'ଟାଇଗର ୩'ରେ ସଲମାନ ଖାନଙ୍କ ଆକ୍ସନକୁ ଏନେକ ପ୍ରଶଂସା କରିଥିବା ବେଳେ କିଛି ଲୋକ ଫିଲ୍ମକୁ ଆଦୌ ପସନ୍ଦ କରିନାହାନ୍ତି । ଜଣେ ୟୁଜର୍ସ ଏକ୍ସରେ ଲେଖିଛନ୍ତି, ଟାଇଗର ୩ ଏକ ନିରାଶଜନକ ଫିଲ୍ମ ଅଟେ । ସଲମାନ ଖାନ ଅଳସୁଆ ଲାଗୁଛନ୍ତି ଏବଂ ସ୍କ୍ରିନ୍ ଉପସ୍ଥାପନା ଆନିମେଟେଡ୍ ଲାଗୁଛି । SRKଙ୍କ ଏଣ୍ଟ୍ରି ସହ ଫିଲ୍ମକୁ ଆଗକୁ ନେଇଥିଲେ କିନ୍ତୁ ତାଙ୍କ କ୍ୟାମିଓ ପରେ ଫିଲ୍ମ ପୁଣି ଦେଖିଲେ ବିରକ୍ତି ପ୍ରକାଶ ହେଉଛି । ତେବେ 'ଟାଇଗର 3' 250 କୋଟିରୁ କମ୍ ମୂଲ୍ୟରେ ସୀମିତ ରହିବ ।

ଆଉ ଜଣେ ସଲମାନ ଖାନ ଏବଂ ତାଙ୍କ ଚଳଚ୍ଚିତ୍ରକୁ ଶାହାରୁଖ ଖାନଙ୍କ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଜବାନ ସହ ତୁଳନା କରୁଛନ୍ତି । ସେ ଲେଖିଛନ୍ତି, 'ଟାଇଗର ୩ରେ ସଲମାନ ଖାନଙ୍କ ଏଣ୍ଟ୍ରି ଦେଖିବା ପରେ ଅଟଲିଙ୍କ ପ୍ରତି ସମ୍ମାନ ହଜାରେ ଗୁଣ ବଢିଯାଇଛି । 400 କୋଟି ଟଙ୍କା ବଜେଟରେ YRF ବିଫଳ! 'ଟାଇଗର 3'ର ସମୀକ୍ଷା ଜବାନରେ ଶାହାରୁଖ ଖାନଙ୍କ ଏଣ୍ଟ୍ରି ଆଜିର ଯୁଗରେ ଏକ ସିନେମାଟିକ୍ ଅନୁଭୂତି ହୋଇରହିବ । ଜବାନ ସହ କୌଣସି ଫିଲ୍ମର ତୁଳନା ନାହିଁ ।

ଏହା ମଧ୍ୟ ପଢନ୍ତୁ: ଦର୍ଶକଙ୍କୁ ସଲମାନ ଓ କ୍ୟାଟ୍ରିନାଙ୍କ ମେସେଜ, ସିନ୍ ରିଭିଲ କରନ୍ତୁନି

ଫିଲ୍ମ ବିଷୟରେ କହିବାକୁ ଗଲେ, ଏହା YRF ସ୍ପାଏ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଟାଇଗର ଫ୍ରାଞ୍ଚାଇଜର ଏହା ହେଉଛି ତୃତୀୟ ଭାଗ । ଏବଂ ଫିଲ୍ମକୁ ମନୀଷ ଶର୍ମାଙ୍କ ନିର୍ଦ୍ଦେଶନା ଦେଇଥିବା ବେଳେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡିକୁ ପୁଣି ଥରେ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିଛି । ଏଥର 'ସିରିଏଲ କିସର' ଅର୍ଥାତ୍ ଖଳନାୟକ ଭାବେ ଇମ୍ରାନ ହାଶମୀଙ୍କୁ ଏଥିରେ ଦେଖିବାକୁ ମିଳିବ । ଏଥିସହ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନଙ୍କ ଦମଦାର କ୍ୟାମିଓ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.