ETV Bharat / bharat

Tiger 3 Release: ଦର୍ଶକଙ୍କୁ ସଲମାନ ଓ କ୍ୟାଟ୍ରିନାଙ୍କ ମେସେଜ, ସିନ୍ ରିଭିଲ କରନ୍ତୁନି

author img

By ETV Bharat Odisha Team

Published : Nov 11, 2023, 6:18 PM IST

ଦୀପାବଳିରେ ରିଲିଜ ହେବାକୁ ଯାଉଛି 'ଟାଇଗର-୩' । ଫିଲ୍ମ ରିଲିଜ ପୂର୍ବରୁ ଦର୍ଶକଙ୍କ ପାଇଁ ମେସେଜ ଦେଇଛନ୍ତି ସଲମାନ ଖାନ ଓ କ୍ୟାଟ୍ରିନା କୈଫ । ଅଧିକ ପଢନ୍ତୁ

Tiger3 Release
ଫିଲ୍ମ ରିଲିଜ ପୂର୍ବରୁ ଦର୍ଶକଙ୍କ ପାଇଁ ମେସେଜ

ହାଇଦ୍ରାବାଦ: ଦୀପାବଳିରେ ରିଲିଜ ହେବାକୁ ଯାଉଛି 'ଟାଇଗର-୩' । ଯେଉଁଥିରେ ଲିଡରେ ଅଛନ୍ତି ସଲମାନ ଖାନ ଓ କାଟ୍ରିନା କୈଫ । ଏହାସହ ଇମ୍ରାନ ହାସମିଙ୍କ ଅଭିନୟ ମଧ୍ୟ ଦେଖିବାକୁ ପାଇବେ ଫ୍ୟାନ୍ସ । ସେପଟେ ଟାଇଗର-୩ ପାଇଁ ଆଗୁଆ ବୁକିଂ ମଧ୍ୟ ଜୋରଦାର ଚାଲିଛି । ରିଲିଜ ପୂର୍ବରୁ ହିଁ ବକ୍ସ ଅଫିସରେ କମାଲ କରୁଛି 'ଟାଇଗର-୩' ।

Tiger3 Release
ଫିଲ୍ମ ରିଲିଜ ପୂର୍ବରୁ ଦର୍ଶକଙ୍କ ପାଇଁ ମେସେଜ

ନିଜର ଟ୍ବିଟର ହ୍ୟାଣ୍ଡେଲ (X)ରେ ଟ୍ବିଟ୍ କରି ସଲମାନ ଖାନ ଲେଖିଛନ୍ତି, "ଆମେ 'ଟାଇଗର-୩'କୁ ଖୁବ ଉତ୍ସାହର ସହ ଦର୍ଶକଙ୍କ ଭରପୂର ମନୋରଞ୍ଜନ ପାଇଁ ତିଆରି କରିଛୁ । ଆମେ ଆଶା କରୁଛୁ ଯେ, 'ଟାଇଗର-୩' ଆପଣମାନଙ୍କ ପାଇଁ ଏକ ସୁନ୍ଦର ଦୀପାବଳି ଭେଟି ହେବ । ଏଥିରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀମାନେ ମଧ୍ୟ ଖୁବ ପରିଶ୍ରମ କରିଛନ୍ତି । ହେଲେ କେତେକ ଖଳ ପ୍ରକୃତିର ବ୍ୟକ୍ତିଙ୍କ ପାଇଁ ଅନେକ ସମୟରେ ଫିଲ୍ମ ରିଲିଜ ବେଳେ କ୍ଷତି ସହିବାକୁ ପଡିଥାଏ । ସେମାନେ ଫିଲ୍ମର ଦୃଶ୍ୟ ସବୁ ଅନଲାଇନରେ ଲିକ୍ କରିଥାନ୍ତି । ହେଲେ ଏଥର 'ଟାଇଗର-୩'ର କ୍ଲାଇମାକ୍ସ ଲିକ୍ ନକରିବାକୁ ଅନୁରୋଧ । ଆମେ ଆପଣଙ୍କୁ ବିଶ୍ବାସ କରୁ । ଯାହା ଉଚିତ ସମସ୍ତେ ସେପରି କରିବେ । "

  • We have made #Tiger3 with a lot of passion & we are counting on you to protect our spoilers when you see the film. Spoilers can ruin the movie-watching experience. We trust you to do what is right. We hope #Tiger3 is the perfect Diwali gift from us to you!! Releasing in cinemas…

    — Salman Khan (@BeingSalmanKhan) November 11, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Tiger 3: ଆଡଭାନ୍ସ ବୁକିଂରେ ୧୨ କୋଟି କଲାଣି ଆୟ, ପ୍ରଥମ ସପ୍ତାହରେ କରିପାରେ ବମ୍ପର କଲେକ୍ସନ

  • " class="align-text-top noRightClick twitterSection" data="">

ସେପଟେ କ୍ୟାଟ୍ରିନା କୈଫ୍ ମଧ୍ୟ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, "ଟ୍ବିଷ୍ଟ ଏବଂ ସରପ୍ରାଇଜର ସହିତ ଆମେ ଆପଣଙ୍କୁ ଭେଟି ଦେବାକୁ ଯାଉଛୁ 'ଟାଇଗର-୩' । ଫିଲ୍ମର ପାର୍ଟକୁ ରିଭିଲ ନକରିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ । ଆମର ପରିଶ୍ରମର ଉଚିତ ମୂଲ୍ୟ ଦେଇ ଏହାକୁ ସଫଳ କରିବା ଆପଣଙ୍କ ହାତରେ ରହିଛି । ଧନ୍ୟବାଦ ଏବଂ ଶୁଭ ଦୀପାବଳି ।"

ସୂଚନା ଅନୁସାରେ, ଚଳଚ୍ଚିତ୍ର 'ଟାଇଗର 3' ସାରା ବିଶ୍ବରେ ପ୍ରାୟ 10 ହଜାର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମର ପ୍ରଥମ ସୋ' ସକାଳ 7 ଟାରୁ ଆରମ୍ଭ ହେବ । ଏଥିସହିତ ନଭେମ୍ବର 5ରୁ ଫିଲ୍ମର ଆଡଭାନ୍ସ ବୁକିଂ ଖୋଲା ହୋଇଥିବାବେଳେ ଆଡଭାନ୍ସ ବୁକିଂରେ ଧମାଲ କରିଛି 'ଟାଇଗର 3' । ସେପଟେ YRF ସ୍ପାଏ ୟୁନିଭର୍ସ ଚଳଚ୍ଚିତ୍ରର ଅତ୍ୟଧିକ ଚାହିଦା ହେତୁ ଟାଇଗର 3 ପ୍ରେକ୍ଷାଳୟରେ ଦିନକୁ 24 ଘଣ୍ଟା, ସପ୍ତାହରେ ସାତ ଦିନ ପ୍ରଦର୍ଶିତ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.