ETV Bharat / entertainment

Sukesh Chandrasekhar Case: ଇଭେଣ୍ଟ ମ୍ୟାନେଜର ପିଙ୍କି ଇରାନୀ ଗିରଫ

author img

By

Published : Dec 1, 2022, 10:22 AM IST

ମହାଠକ ସୁକେଶ ଏବଂ ଜ୍ୟାକଲିନ୍‌ଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ତଥା ବେଆଇନ୍ ଅର୍ଥ କାରବାରରେ ଲିପ୍ତ ଥିବା ଅଭିଯୋଗରେ ପିଙ୍କି ଇରାନୀ ନାମକ ଜଣେ ଯୁବତୀଙ୍କୁ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ପିଙ୍କି ଇରାନୀ ପେସାରେ ଇଭେଣ୍ଟ ମ୍ୟାନେଜର ଥିବା ବେଳେ ସୁକେଶଙ୍କ ଭଲ ବନ୍ଧୁ । ଅଧିକ ପଢନ୍ତୁ

ଇଭେଣ୍ଟ ମ୍ୟାନେଜର ପିଙ୍କି ଇରାନୀକୁ ଗିରଫ କଲା ଇଓଡବ୍ଲୁ
ଇଭେଣ୍ଟ ମ୍ୟାନେଜର ପିଙ୍କି ଇରାନୀକୁ ଗିରଫ କଲା ଇଓଡବ୍ଲୁ

ହାଇଦ୍ରାବାଦ: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏହି ମାମଲା ବର୍ତ୍ତମାନ ତାଙ୍କ ଆଖପାଖରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ଅସୁବିଧା ଠିଆ କରିଦେଇଛି । ଏହିପରି ଲୋକଙ୍କ ତାଲିକାରେ ଅନେକ ନାମ ଅନ୍ତର୍ଭୁକ୍ତ ରହିଛି । କିନ୍ତୁ ଦୁଇଟି ନାମ ଅଛି ଯାହା ଅଧିକ ଚର୍ଚ୍ଚାରେ ରହିଛି । ପ୍ରଥମ ନାମ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ଏବଂ ଦ୍ୱିତୀୟ ନାମ ପିଙ୍କି ଇରାନୀ । ସୁକେଶ ଏବଂ ଜ୍ୟାକଲିନ୍‌ଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ତଥା ବେଆଇନ୍ ଅର୍ଥ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଇଭେଣ୍ଟ ମ୍ୟାନେଜର ପିଙ୍କି ଇରାନୀଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି ।

ପିଙ୍କି ଇରାନୀ କିଏ ?

ବୃତ୍ତି ଅନୁଯାୟୀ ପିଙ୍କି ଇରାନୀ ଜଣେ ଇଭେଣ୍ଟ ମ୍ୟାନେଜର । କିନ୍ତୁ ସେ ସୁକେଶ ଚନ୍ଦ୍ରଶେଖରଙ୍କ ଭଲ ବନ୍ଧୁ ଥିଲେ ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଏ ଯେ ସେ ସୁକେଶଙ୍କ ସହ କାମ କରୁଥିଲେ ଏବଂ ତାଙ୍କର ବିଶ୍ୱସ୍ତ ଅଟନ୍ତି । ପିଙ୍କି ଇରାନୀ ହେଉଛନ୍ତି ସେହି ମହିଳା ଯିଏକି ପ୍ରଥମ ଥର ପାଇଁ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ଜ୍ୟାକଲିନ ଏବଂ ଅନ୍ୟାନ୍ୟ ଅଭିନେତ୍ରୀଙ୍କୁ ପରିଚିତ କରାଇଥିଲେ । ସେ ଜ୍ୟାକଲିନ୍ ସମେତ ଅନ୍ୟ ସମସ୍ତ ଅଭିନେତ୍ରୀ ଏବଂ ସୁକେଶଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ଥିଲେ । ପିଙ୍କି ଇରାନୀ ହିଁ ସୁକେଶଙ୍କ ତରଫରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ କୋଟି ଟଙ୍କା ମୂଲ୍ୟର ଉପହାର ପଠାଇଥିଲେ।

ଏହା ବି ପଢନ୍ତୁ: Money laundering Case: ଜ୍ୟାକଲିନଙ୍କୁ ଆଶ୍ୱସ୍ତି, କୋର୍ଟରୁ ମିଳିଲା ଜାମିନ୍‌

ପୂର୍ବରୁ ଗିରଫ ହୋଇଥିଲେ ପିଙ୍କି

ଜ୍ୟାକଲିନଙ୍କୁ ପଚରାଉଚରା ବେଳେ ପିଙ୍କି ଉପରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ, ଏହା ପରେ 25 ନଭେମ୍ବର 2021ରେ ଇଡି ପିଙ୍କିଙ୍କୁ ପଚରାଉଚରା ପାଇଁ ମୁମ୍ବାଇର ଇଡି କାର୍ଯ୍ୟାଳୟକୁ ଡାକିଥିଲା । ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା ଏବଂ 9 ଡିସେମ୍ବର 2021ରେ ଗିରଫ କରାଯାଇଥିଲା । କିନ୍ତୁ ପରେ ସେ ଜାମିନ ପାଇଥିଲେ ।

କିନ୍ତୁ ବର୍ତ୍ତମାନ EOW ପୁଣି ଥରେ ତାଙ୍କୁ ଗିରଫ କରିଛି । ସୁକେଶ ଚନ୍ଦ୍ରଶେଖର ଓ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟରେ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପିଙ୍କି ସମ୍ପୃକ୍ତ ଥିବା ଅର୍ଥନୈତିକ ଅପରାଧ ଶାଖା ପ୍ରମାଣ ପାଇଛି । ଅନେକ ପ୍ରମାଣ ମିଳିବା ପରେ ହିଁ ପିଙ୍କିଙ୍କୁ ଗତକାଲି ଇଓଡବ୍ଲ୍ୟୁ ଗିରଫ କରିଛି । ପୋଲିସ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଯୋଜନା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.