ETV Bharat / entertainment

Money laundering Case: ଜ୍ୟାକଲିନଙ୍କୁ ଆଶ୍ୱସ୍ତି, କୋର୍ଟରୁ ମିଳିଲା ଜାମିନ୍‌

author img

By

Published : Nov 15, 2022, 5:14 PM IST

ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍‌ଙ୍କୁ ଆଶ୍ବସ୍ତି, କୋର୍ଟରୁ ମିଳିଲା ଜାମିନ୍‌
ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍‌ଙ୍କୁ ଆଶ୍ବସ୍ତି, କୋର୍ଟରୁ ମିଳିଲା ଜାମିନ୍‌

200 କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଶ୍ବସ୍ତି। ମଙ୍ଗଳବାର ଦିନ ପଟିଆଲା ହାଉସ କୋର୍ଟ ଅଭିନେତ୍ରୀଙ୍କୁ 2 ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମନି ଲଣ୍ଡରିଂ ମାମଲା (Money laundering Case)ରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି । 200 କୋଟି ଠକେଇ ମାମଲାରେ ଜ୍ୟାକଲିନଙ୍କ ବେଲ୍‌ ଉପରେ ନିଷ୍ପତ୍ତି ଶୁଣାଇ ଶେଷରେ ଅଭିନେତ୍ରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରଥମ ଅଭିନେତ୍ରୀଙ୍କ ଜାମିନ ଉପରେ ନଭେମ୍ବର 11 ରେ ନିଷ୍ପତ୍ତି ନିଆଯିବାର ଥିଲା । କିନ୍ତୁ କୋର୍ଟ ଏହି ରାୟକୁ ସୁରକ୍ଷିତ ରଖିଥିଲେ । ଅଭିନେତ୍ରୀଙ୍କ ଅନ୍ତରୀଣ ଜାମିନ 10 ନଭେମ୍ବରରେ ଶେଷ ହୋଇଥିଲା। ଏହି ରାୟ ଦେବାବେଳେ କୋର୍ଟ ଜ୍ୟାକଲିନଙ୍କୁ ଦୁଇ ଲକ୍ଷ ବ୍ୟକ୍ତିଗତ ଜାମିନ୍ ବଣ୍ଡ ଅର୍ଥାତ୍ ସୁରକ୍ଷା ବଣ୍ଡରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ବିଦେଶ ପରିଦର୍ଶନ କରିପାରିବେ

ସୁକେଶ ଚନ୍ଦ୍ରଶେଖରଙ୍କ ସହ ଠକେଇ ମାମଲାରେ ଜଡିତ ଜ୍ୟାକଲିନଙ୍କୁ ଜାମିନ ମିଳିଛି। ଏହି ଅଭିନେତ୍ରୀ ପୂର୍ବରୁ ଅନ୍ତରୀଣ ଜାମିନରେ ଥିଲେ। ଏହା ପରେ ସେ ନିୟମିତ ବେଲ୍‌ ପାଇଁ ଆବେଦନ କରିଥିଲେ। ନଭେମ୍ବର 11 ରେ ଅନୁଷ୍ଠିତ ଶୁଣାଣିରେ ଇଡି ଜ୍ୟାକଲିନଙ୍କ ଜାମିନକୁ ବିରୋଧ କରିଥିଲେ। ଇଡି କହିଛି ଯେ, ଜ୍ୟାକଲିନ ପ୍ରମାଣକୁ ଖଣ୍ଡନ କରିପାରନ୍ତି। ବିଦେଶରେ ମଧ୍ୟ ଯାଇପାରନ୍ତି । ଏଥି ସହିତ ଜ୍ୟାକଲିନଙ୍କ ଓକିଲ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗର ନିଶ୍ଚିତତା ପ୍ରଦାନ କରିଥିଲେ। ଜ୍ୟାକଲିନ ଇଡି ବିରୋଧରେ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ଏହି ନିଷ୍ପତ୍ତିରେ କୋର୍ଟ ଜ୍ୟାକଲିନଙ୍କୁ ବିଦେଶ ଯିବାକୁ ମଧ୍ୟ ରିହାତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କୋର୍ଟଙ୍କ ଅନୁମତି କ୍ରମେ ଜ୍ୟାକଲିନ ଦେଶ ବାହାରକୁ ଯାଇପାରିବେ, କିନ୍ତୁ ଅଭିନେତ୍ରୀ ଦେଶ ଛାଡି ପାରିବେ ନାହିଁ। ପରବର୍ତ୍ତୀ ତାରିଖ ଭାବରେ କୋର୍ଟ 24 ନଭେମ୍ବରକୁ ସ୍ଥିର କରିଛନ୍ତି।

ଜ୍ୟାକଲିନଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି?

ଜ୍ୟାକଲିନଙ୍କ ବିରୋଧରେ 200 କୋଟି ଟଙ୍କା ଲଣ୍ଡରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ ଥିଲେ। ଏହି ମାମଲାରେ ଇଡି ଜ୍ୟାକଲିନଙ୍କୁ ଅଭିଯୁକ୍ତ କରିଛନ୍ତି। ଅନ୍ୟପକ୍ଷରେ, ଜ୍ୟାକଲିନ କହିଛନ୍ତି ଯେ ସେ ନିଜେ ଏହି ଘଟଣାର ଶିକାର ହୋଇଛନ୍ତି। ଜ୍ୟାକଲିନ ଏବଂ ସୁକେଶଙ୍କ ସମ୍ପର୍କ ଥିବା ଖବର ରହିଛି। ଉଭୟ ପରସ୍ପରକୁ ଭଲ ପାଉଥିଲେ ଜ୍ୟାକଲିନଙ୍କୁ ଖୁସି କରିବା ପାଇଁ ସୁକେଶ ତାଙ୍କୁ ମହଙ୍ଗା ଉପହାର ଦେଉଥିଲେ। ଜ୍ୟାକଲିନ ସୁକେଶଙ୍କୁ ବିବାହ ଏବଂ ସୁକେଶଙ୍କ ସମ୍ପର୍କ ଥିବା ଖବର ରହିଛି। ଜ୍ୟାକଲିନ ସୁକେଶଙ୍କୁ ବିବାହ କରିବାର ସ୍ବପ୍ନ ଦେଖୁଥିଲେ ।

ଏହା ବି ପଢନ୍ତୁ: Money Laundering Case: ପଟିଆଲା ହାଉସ କୋର୍ଟରେ ହାଜର ହେବେ ଜ୍ୟାକ୍‌ଲିନ୍‌

ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ଉପରେ 200 କୋଟି ଟଙ୍କା ଲଣ୍ଡରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ୍ ଥିଲେ। ଏହି ଟଙ୍କାକୁ ନେଇ ଏହି ଅଭିନେତ୍ରୀ ଅଭିଯୋଗ କରିଛନ୍ତି।ଏହି ମାମଲାରେ ଇଡି ଜ୍ୟାକଲିନଙ୍କୁ ଅଭିଯୁକ୍ତ କରିଛନ୍ତି। ଅନ୍ୟପକ୍ଷରେ ଜ୍ୟାକଲିନ କହିଛନ୍ତି ଯେ ସେ ନିଜେ ଏହି ଘଟଣାର ଶିକାର ହୋଇଛନ୍ତି। ଜ୍ୟାକଲିନ ଏବଂ ସୁକେଶଙ୍କ ସମ୍ପର୍କ ଥିବା ଥିବା ଖବର ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.