ETV Bharat / entertainment

Money Laundering Case: ପଟିଆଲା ହାଉସ କୋର୍ଟରେ ହାଜର ହେବେ ଜ୍ୟାକ୍‌ଲିନ୍‌

author img

By

Published : Nov 10, 2022, 9:53 AM IST

ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଆଜି ପଟିଆଲା ହାଉସ କୋର୍ଟରେ ହାଜର ହେବେ । ତାଙ୍କର ଅନ୍ତରୀଣ ଜାମିନର ଅବଧି ଆଜି ଶେଷ ହୋଇଛି । ଅଧିକ ପଢନ୍ତୁ

କୋର୍ଟରେ ହାଜର ହେବେ ଜ୍ୟାକ୍‌ଲିନ୍‌, ଜାମିନ୍‌ ଆବେଦନ ଉପରେ ହେବ ଶୁଣାଣି
କୋର୍ଟରେ ହାଜର ହେବେ ଜ୍ୟାକ୍‌ଲିନ୍‌, ଜାମିନ୍‌ ଆବେଦନ ଉପରେ ହେବ ଶୁଣାଣି

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର (Sukesh Chandrasekhar) ସହ ଜଡିତ 200 କୋଟି ଟଙ୍କା ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମୁସ୍କିଲ କମିବାରେ ନାଁ ନେଉନି । ଆଜି (ଗୁରୁବାର) ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଅଭିନେତ୍ରୀ ହାଜର ହେବେ । କୋର୍ଟରେ ଜ୍ୟାକଲିନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ । ଉଲ୍ଲେଖନୀୟ ଯେ, ଜ୍ୟାକଲିନ ଗତ ମାସ ଅର୍ଥାତ 22 ଅକ୍ଟୋବରରେ ପଟିଆଲା ହାଇକୋର୍ଟରେ ହାଜର ହୋଇଥିଲେ, ଯେଉଁଠାରେ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ 10 ନଭେମ୍ବର ପର୍ଯ୍ୟନ୍ତ ବଢାଇ ଦେଇଥିଲେ। ତେବେ ଇଡି କ୍ରମାଗତ ଜ୍ୟାକଲିନଙ୍କୁ ଜାମିନ ପ୍ରଦାନକୁ ବିରୋଧ କରିଆସୁଛି।

ସୂଚନାଯୋଗ୍ୟ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଭିନେତ୍ରୀ ଜ୍ୟାକଲିନଙ୍କ ନିୟମିତ ଜାମିନ ଆବେଦନକୁ ବିରୋଧ କରିଛି । ଇଡି କହିଛି ଯେ, ଜ୍ୟାକଲିନ ତଦନ୍ତରେ କଦାପି ସହଯୋଗ କରିନଥିଲେ । ଇଡି କୋର୍ଟଙ୍କୁ ଆହୁରି କହିଛନ୍ତି କି, ତାଙ୍କ ପ୍ରେମିକ ସୁକେଶ ଅଭିନେତ୍ରୀଙ୍କୁ ଭେଟିବାର କିଛି ଦିନ ମଧ୍ୟରେ ହିଁ ତାଙ୍କ ଅପରାଧିକ ଇତିହାସ ବିଷୟରେ କହିଥିଲେ । ଏହା ସତ୍ତ୍ବେ ସେ ସୁକେଶଙ୍କ ନିକଟତର ହୋଇଥିଲେ । ଯେତେବେଳେ ଜ୍ୟାକଲିନ୍ ନିଜେ ଜଣେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ, ଯାହାର ଅର୍ଥର ଅଭାବ ନାହିଁ । ଅନୁସନ୍ଧାନ ସମୟରେ ଅଭିନେତ୍ରୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ଅନ୍ୟମାନଙ୍କୁ ପ୍ରମାଣକୁ ଖଣ୍ଡନ କରିବାକୁ, ପ୍ରମାଣ ନଷ୍ଟ କରିବାକୁ କହିଥିଲେ ।

ଏହା ବି ପଢନ୍ତୁ: ନଭେମ୍ବର 10 ପର୍ଯ୍ୟନ୍ତ ବଢିଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନ୍ତରୀଣ ଜାମିନ୍‌

ଇଡି ଅନୁସନ୍ଧାନରୁ ଜଣାପଡିଥିଲା ଯେ, ସୁକେଶ ଜ୍ୟାକଲିନଙ୍କୁ ବହୁ କୋଟି ମୂଲ୍ୟର ଦାମୀ ଉପହାର ଦେଇଛନ୍ତି । ଏଥିରେ ଅଳଙ୍କାର, ଘୋଡା, ବିଦେଶୀ ବିଲେଇ ଏବଂ କାର ଇତ୍ୟାଦି ଅନ୍ତର୍ଭୁକ୍ତ । ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଠକ ସୁକେଶ ଅଭିନେତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଅନେକ ମୂଲ୍ୟବାନ ଉପହାର ମଧ୍ୟ ପ୍ରଦାନ କରିଛନ୍ତି । ସତ୍ୟ ଜାଣିବା ପରେ ମଧ୍ୟ ଜ୍ୟାକଲିନ ସୁକେଶଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ । ବର୍ତ୍ତମାନ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ତିହାର ଜେଲ୍‌ରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.