ETV Bharat / entertainment

ନଭେମ୍ବର 10 ପର୍ଯ୍ୟନ୍ତ ବଢିଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନ୍ତରୀଣ ଜାମିନ୍‌

author img

By

Published : Oct 22, 2022, 3:46 PM IST

ବଢିଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନ୍ତରୀଣ ଜାମିନ୍‌ । ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନ୍ତରୀଣ ଜାମିନକୁ ନଭେମ୍ବର 10 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜାମିନ ଆବେଦନ ଶୁଣାଣି ବେଳେ ପଟିଆଲା ହାଉସ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଅଧିକ ପଢନ୍ତୁ

ନଭେମ୍ବର 10 ପର୍ଯ୍ୟନ୍ତ ବଢିଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନ୍ତରୀଣ ଜାମିନ୍‌
ନଭେମ୍ବର 10 ପର୍ଯ୍ୟନ୍ତ ବଢିଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନ୍ତରୀଣ ଜାମିନ୍‌

ନୂଆଦିଲ୍ଲୀ: ବଢିଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନ୍ତରୀଣ ଜାମିନ୍‌ । ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନ୍ତରୀଣ ଜାମିନକୁ ନଭେମ୍ବର 10 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି (ଅକ୍ଟୋବର 22) ଜାମିନ ଆବେଦନ ଶୁଣାଣି ବେଳେ ପଟିଆଲା ହାଉସ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଗତଥର ପରି ଏଥର ମଧ୍ୟ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଜଣେ ଓକିଲଙ୍କ ବେଶଭୂଷାରେ କୋର୍ଟରେ ପହଞ୍ଚିଥିଲେ । ଉଲ୍ଲେଖନୀୟ ଯେ, ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ଜଣେ ସହ ଅଭିଯୁକ୍ତ ଅଟନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଳିତ ବର୍ଷ ଅଗଷ୍ଟ 17 ରେ ଏକ ଚାର୍ଜସିଟ୍ ଦାଖଲ କରି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ କରିଥିଲେ । କେବଳ ଏତିକି ନୁହେଁ କୋର୍ଟ ତାଙ୍କୁ ସମନ୍‌ ମଧ୍ୟ ପଠାଇଥିଲେ, ଏହା ପରେ ଜ୍ୟାକଲିନଙ୍କ ଓକିଲ ଜାମିନ ଆବେଦନ କରିଥିଲେ ।

ଏହା ବି ପଢନ୍ତୁ: 200 Crore Extortion Case: ସିଂହଳ ସୁନ୍ଦରୀଙ୍କୁ ଆଶ୍ବସ୍ତି, ମିଳିଲା ଅନ୍ତରୀଣ ଜାମିନ

ଉଲ୍ଲେଖନୀୟ ଯେ, ତେବେ ଗତ ଏକ ବର୍ଷ ଧରି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲା ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ଏହି ମାମଲାରେ ଜ୍ୟାକଲିନଙ୍କୁ କ୍ରମାଗତ ପଚରାଉଚରା କରାଯାଉଛି । ଏହି ମାମଲାରେ ଗତ ସେପ୍ଟମ୍ବରରେ ଜାକ୍‌ଲିନ୍‌ଙ୍କ ଷ୍ଟାଇଲିଷ୍ଟ୍‌ ଲିପାକ୍ଷି ଏଲାୱାଡ଼ିଙ୍କୁ ମଧ୍ୟ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ପ୍ରାୟ ୮ ଘଣ୍ଟା ଜେରା କରିଥିଲା । ତେବେ ଏହି ସମସ୍ତ ଯାଞ୍ଚ ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମଧ୍ୟ ଦାବି କରିଥିଲା ଯେ, ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କର ସମ୍ପର୍କ ଅଛି । ଏହା ପରେ ଅଭିନେତ୍ରୀଙ୍କୁ ପଟିଆଲା ହାଉସ କୋର୍ଟ ଡକାଇଥିଲେ । ଏଥିସହିତ ବର୍ତ୍ତମାନ ଜ୍ୟାକଲିନ ପଟିଆଲା ହାଉସ କୋର୍ଟରେ ପହଞ୍ଚିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.