ETV Bharat / entertainment

ପୁଲ୍‌ରେ ପତି-ପତ୍ନୀଙ୍କ ମସ୍ତି, ଭାଇରାଲ ହେଉଛି ରୋମାଣ୍ଟିକ ଫଟୋ

author img

By

Published : May 7, 2022, 12:02 PM IST

ପୁଲ୍‌ରେ ପତି-ପତ୍ନୀ କରୁଛନ୍ତି ମସ୍ତି
ପୁଲ୍‌ରେ ପତି-ପତ୍ନୀ କରୁଛନ୍ତି ମସ୍ତି

ଓ୍ବିକେଣ୍ଡରେ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲଙ୍କୁ ପୁଲରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି । ବଲିଉଡର ଦିବା ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ଫଟୋ ପାଇଁ ପୁଣି ଚର୍ଚ୍ଚାରେ କ୍ୟାଟ୍ରିନା କୈଫ୍ ତାଙ୍କ ସ୍ୱାମୀ ଭିକି କୌଶଲ । ଓ୍ବିକେଣ୍ଡରେ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲଙ୍କୁ ପୁଲରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି । ବଲିଉଡର ଦିବା ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ନିଆଁ ଲଗାଇଦେଇଛି ।

ଶନିବାର ସକାଳେ କ୍ୟାଟ୍ରିନା କୈଫ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସ୍ୱାମୀ ଭିକି କୌଶଲଙ୍କ ସହ ପୁଲରେ ନଜର ଆସିଛନ୍ତି । କ୍ୟାଟ୍ରିନା ଏକ ଧଳା ସ୍ବିମସୁଟ ପିନ୍ଧିଛନ୍ତି । ଅନ୍ୟ ପଟେ ଭିକି କୌଶଲ ତାଙ୍କ ବଡିକୁ ଫ୍ଲଣ୍ଟ କରୁଥିବା ନଜର ଆସିଛନ୍ତି। ଅଭିନେତ୍ରୀ ତାଙ୍କୁ କୋଳରେ ଧରି କ୍ୟାମେରା ଆଗରେ ପୋଜ୍ ଦେଉଛନ୍ତି ।

ଏହି ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, 'ମୁଁ ଏବଂ ମୋର'। ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ବହୁତ କମେଣ୍ଟ ଦେଉଛନ୍ତି । ଜଣେ ଯୁଜର ଲେଖିଛନ୍ତି, 'ମେଡ ଫର ଇଚ ଅଦର' ଆଉ ଜଣେ ଲେଖିଛନ୍ତି, 'ତୁମେ ଏବଂ ତୁମର' ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, 'ନଜର ନଲାଗୁ' ଏହା ବ୍ୟତୀତ କ୍ୟାଟ୍ରିନାଙ୍କ ପୋଷ୍ଟ ଫାୟର ଏବଂ ହୃଦୟ ଇମୋଜିରେ ଭର୍ତ୍ତି ହୋଇସାରିଛି ।

ଯଦି ଆମେ କାମ ବିଷଯରେ କଥା ହେବା ତ, ତେବେ କ୍ୟାଟ୍ରିନା କୈଫଙ୍କୁ ଟାଇଗର 3ରେ ଦେଖିବାକୁ ମିଳିବ । ସେ ସଲମାନ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଏହା ବ୍ୟତୀତ ସେ ସିଦ୍ଧାନ୍ତ ଚତୁର୍ବେଦୀ, ଇଶାନ ଖଟ୍ଟରଙ୍କ ସହ ଫୋନ୍ ଭୂତରେ ନଜର ଆସିବେ । ଭୟଙ୍କର କମେଡି ଚଳଚ୍ଚିତ୍ର 15 ଜୁଲାଇ 2022 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ସମୟରେ, ଭିକି କୌଶଲଙ୍କୁ ଲୁକା ଛୁପି 2ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ସେ ଅଭିନେତ୍ରୀ ସାରା ଅଲି ଖାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.