ETV Bharat / entertainment

ଝିଅ ମାଳତି ସହ ଛୁଟି କାଟୁଛନ୍ତି ନିକ ଦମ୍ପତି, ଫଟୋ ଭାଇରାଲ

author img

By

Published : Aug 2, 2023, 12:42 PM IST

ପ୍ରିୟଙ୍କା ଚୋପ୍ରାଙ୍କ ଭେକେସନ୍‌ ଫଟୋ
ପ୍ରିୟଙ୍କା ଚୋପ୍ରାଙ୍କ ଭେକେସନ୍‌ ଫଟୋ

ପ୍ରିୟଙ୍କା ଚୋପ୍ରା ତାଙ୍କ ଜନ୍ମଦିନକୁ ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତିଙ୍କ ସହ ସମୁଦ୍ର କୂଳରେ ପାଳନ କରିଛନ୍ତି । ସେମାନଙ୍କ ଛୁଟିଦିନର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ତଥା ସୁନ୍ଦର ଦମ୍ପତିଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ଅନ୍ୟତମ । ପ୍ରାୟ ସମୟରେ ଉଭୟେ ପତି ପତ୍ନୀ ନିଜ ଫଟୋ ଏବଂ ଭିଡିଓ ପାଇଁ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଥାନ୍ତି । ବିବାହ ପରେ ପ୍ରିୟଙ୍କା ବିଦେଶ ରହିଥାଇପାରନ୍ତି, କିନ୍ତୁ ସେ ହୃଦୟର ସହ ଦେଶର ସଂସ୍କୃତିକୁ ଭୁଲି ନାହାନ୍ତି । ଏମିତି କି ସେ ସେଠାରେ ଥିବା ସମସ୍ତ ଭାରତୀୟ ପର୍ବକୁ ମଧ୍ୟ ପାଳନ କରନ୍ତି । ଖାସ୍‌ କରି ଫ୍ୟାନ୍ସଙ୍କ ଫୋକସ୍‌ରେ ରହିବା ପାଇଁ ନିକ୍ ଏବଂ ପ୍ରିୟଙ୍କା ସମୟ ସମୟରେ ସେମାନଙ୍କର ଫଟୋ ସେୟାର କରନ୍ତି । ଏମିତି କି ଯେତେବେଳେ ବି ଦମ୍ପତି ଛୁଟିରେ ଯାଆନ୍ତି, ସେମାନେ ପ୍ରଶଂସକମାନଙ୍କ ସହ ସେମାନଙ୍କର ଫଟୋ ସେୟାର କରନ୍ତି ।

ଏଭଳି କ୍ରମରେ ଗତ ଜୁଲାଇରେ ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତିଙ୍କ ସହ ପ୍ରିୟଙ୍କା ଚୋପ୍ରା କେତେ ଉପଭୋଗ କରିଥିଲେ ତାହାର ଫଟୋ ସାମ୍ନାକୁ ଆସିଛି । ନିକ ଜୋନାସ ନିଜେ କହିଛନ୍ତି ଯେ, ଜୁଲାଇ ମାସ ତାଙ୍କ ଏବଂ ତାଙ୍କ ପରିବାର ପାଇଁ ଚଳଚ୍ଚିତ୍ର ପରି ଥିଲା। ସାମ୍ନାକୁ ଆସିଥିବା ଫଟୋଗୁଡ଼ିକରେ ପ୍ରିୟଙ୍କା, ନିକ୍‌ ଏବଂ ଝିଅ ମଧ୍ୟରେ ଥିବା ବଣ୍ଡିଂ ବା ଭଲପାଇବା ଦେଖିବାକୁ ମିଳିଛି । ନିକ୍‌ ଫଟୋଗୁଡିକୁ ତାଙ୍କ ଇନ୍‌ଷ୍ଚାରେ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- July was a movie. ❤️

ଏହା ମଧ୍ୟ ପଢନ୍ତୁ: Nitin Desai Death: ଜୀବନ ହାରିଲେ ପ୍ରଖ୍ୟାତ କଳା ନିର୍ଦ୍ଦେଶକ ନିତିନ ଦେଶାଇ, ଷ୍ଟୁଡିଓରୁ ମିଳିଲା ମୃତଦେହ

ନିକ ଜୋନାସ ଜୁଲାଇ ମାସରେ ତାଙ୍କ ଝିଅ ଏବଂ ପତ୍ନୀ ପ୍ରିୟଙ୍କା ଚୋପ୍ରାଙ୍କ ସହ କେଉଁଠାରେ ଏବଂ କେତେ ଉପଭୋଗ କରିଥିଲେ ତାହାର ଏକ ଫଟୋ ଆଲବମ୍ ପ୍ରସ୍ତୁତ କରିଛନ୍ତି ଏବଂ ଏହାକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ପ୍ରଥମ ଫଟୋରେ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି ଏବଂ ଦ୍ୱିତୀୟ ଫଟୋରେ ନିକ୍‌ ଝିଅ ମାଲତି ସହ ଜାହାଜରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ତୃତୀୟ ଫଟୋରେ ସୂର୍ଯ୍ୟଙ୍କର ଏକ ଦୃଶ୍ୟ ଅଛି, ଚତୁର୍ଥ ଫଟୋରେ ନିକ୍ ନଜର ଆସିଛନ୍ତି ଏବଂ ପଞ୍ଚମ ଫଟୋରେ ସମଗ୍ର ପରିବାର ସମୁଦ୍ର କୂଳରେ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ଏଥି ସହିତ, ନିକ୍ ଏକ ସୁଟ୍-ବୁଟ୍‌ରେ ଷ୍ଟାର୍ ପତ୍ନୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଏକ ଇଭେଣ୍ଟରୁ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ପ୍ରିୟଙ୍କା ସବୁଜ ଏବଂ କଳା ଫ୍ଲୋରାଲ ଡ୍ରେସରେ ନଜର ଆସିଛନ୍ତି । ନିକ୍ ଏହି ଫଟୋଗୁଡିକ ସେୟାର କରିଛନ୍ତି, ଯେଉଁଥିରେ 16 ଲକ୍ଷରୁ ଅଧିକ ଲାଇକ୍ ଆସିଛି । ଏହି ଛୋଟ ସୁନ୍ଦର ପରିବାର ଉପରେ ପ୍ରଶଂସକଙ୍କ ବହୁତ ଭଲ ପାଇବା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.