ETV Bharat / entertainment

ଆରପାରିରେ ବ୍ରିଟିଶ ଅଭିନେତା ଡେଭିଡ ୱାର୍ଣ୍ଣର

author img

By

Published : Jul 26, 2022, 11:30 AM IST

ଆରପାରିରେ ବ୍ରିଟିଶ ଅଭିନେତା ଡେଭିଡ ୱାର୍ଣ୍ଣର, କର୍କଟ ରୋଗରେ ଥିଲେ ପୀଡିତ
ଆରପାରିରେ ବ୍ରିଟିଶ ଅଭିନେତା ଡେଭିଡ ୱାର୍ଣ୍ଣର, କର୍କଟ ରୋଗରେ ଥିଲେ ପୀଡିତ

ଆରପାରିରେ ବ୍ରିଟିଶ ଅଭିନେତା ଡେଭିଡ ୱାର୍ଣ୍ଣର (David Warner) । 80 ବର୍ଷୀୟ ଅଭିନେତା ଡେଭିଡ ୱାର୍ନର ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ। ଅଧିକ ପଢନ୍ତୁ

ଲସ୍‌ ଆଞ୍ଜେଲସ୍‌: ଆରପାରିରେ ବ୍ରିଟିଶ ଅଭିନେତା ଡେଭିଡ ୱାର୍ଣ୍ଣର (David Warner) । 80 ବର୍ଷୀୟ ଅଭିନେତା ଡେଭିଡ ୱାର୍ନର ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ । ଏକ ବିବୃତ୍ତି ଜାରି କରି ଅଭିନେତାଙ୍କ ମୃତ୍ୟୁ ଖବରକୁ ତାଙ୍କ ପରିବାର ଲୋକେ ନିଶ୍ଚିତ କରିଛନ୍ତି । ୱାର୍ଣ୍ଣର ଅନେକ ବଡ ବଡ ହଲିଉଡ ଫିଲ୍ମରେ କାମ କରିଛନ୍ତି । ଟାଇଟାନିକ୍ ଏବଂ ଓମେନ୍(The Omen and Tron) ଭଳି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ପାଇଁ ସେ ସ୍ୱୀକୃତିପ୍ରାପ୍ତ । ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, "ଆମେ ତାଙ୍କୁ ସବୁବେଳେ ସ୍ମରଣ କରିବୁ । ସେ ଜଣେ ଉଦାର ସାଥୀ, ଦୟାଳୁ ବ୍ୟକ୍ତି ଏବଂ ପିତାଙ୍କ ରୂପରେ ଆମ ହୃଦୟକୁ ଛୁଇଁଛନ୍ତି । ଆମର ହୃଦୟ ଭାଙ୍ଗି ଯାଇଛି । ତାଙ୍କର ଶେଷ ସମୟରେ ସେ ନର୍ଥଉଡ୍‌ର ଡେନଭିଲ୍ ହଲ୍‌ରେ ରହୁଥିଲେ ।"

ଏହି ଚଳଚ୍ଚିତ୍ରରୁ ମିଳିଥିଲା ପରିଚୟ

ୱାର୍ଣ୍ଣର 1941 ମସିହାରେ ମଞ୍ଚେଷ୍ଟରରେ ଜନ୍ମଗ୍ରହଣ କରିଥିଲେ । 1997 ରେ ମୁକ୍ତିଲାଭ କରିଥିବା ଜେମ୍ସ କ୍ୟାମରନଙ୍କ ଫିଲ୍ମ ଟାଇଟାନିକରେ ସେ ସ୍ପାଇସର ଲଭଜୟ ଭୂମିକାରେ ନଜର ଆସିଥିଲେ । ସେ 1976 ର ଭୟଙ୍କର କ୍ଲାସିକ୍ 'ଦ ଓମେନ୍'ରେ ଫଟୋଗ୍ରାଫର କିଟ୍ ଜେନିଙ୍ଗ୍ସଙ୍କ ଭୂମିକା ପାଇଁ ମଧ୍ୟ ଜଣାଶୁଣା ।

ଏପରି ଥିଲା ଅଭିନୟ କ୍ୟାରିୟର

ୱାର୍ଣ୍ଣର ତାଙ୍କର ଖଳନାୟକ ଭୂମିକା ପାଇଁ ବେଶ୍ ଜଣାଶୁଣା ଥିଲେ । ସେ ଟ୍ରନ୍ (1982), ଲିଟିଲ୍ ମଲକମ୍ (1974), ଟାଇମ୍ ବ୍ୟାଣ୍ଡିଟ୍ସ (1981), ଦ ଫ୍ରେଞ୍ଚ ଲେଫ୍ଟନାଣ୍ଟ ଓମେନ୍ (1981), ମ୍ୟାନ୍ ୱିଥ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହା ବ୍ୟତୀତ ସେ 2018 ରେ ମେରି ପପିନ୍ସଙ୍କ ସିକ୍ୱେଲରେ ତାଙ୍କ ଅଭିନୟର ଯାଦୁ ଦେଖାଇସାରିଛନ୍ତି । ବଡ ପରଦା ବ୍ୟତୀତ ୱାର୍ଣ୍ଣର ଟିଭି ଦୁନିଆରେ ମଧ୍ୟ ବହୁତ କାମ କରିଥିଲେ । ରିପର୍ ଷ୍ଟ୍ରିଟ୍,' ଷ୍ଟାର୍ ଟ୍ରେକ୍, ଡାକ୍ତର ହୁଁ ତାଙ୍କର କିଛି ପ୍ରମୁଖ ଟିଭି ସୋ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.