ETV Bharat / entertainment

Hua Main: ରଣବୀରଙ୍କ ସହ ଲିପଲକ୍‌କୁ ନେଇ ଟ୍ରୋଲ ହେଲେ ରଶ୍ମିକା, ଏମିତି କମେଣ୍ଟ କଲେ ୟୁଜର୍ସ

author img

By ETV Bharat Odisha Team

Published : Oct 11, 2023, 9:18 PM IST

Hua Main: ରଣବୀରଙ୍କ ସହ ଲିପଲକୁ ନେଇ ଟ୍ରୋଲ ହେଲେ ରଶ୍ମିକା, ଏମିତି କମେଣ୍ଟ କଲେ ୟୁଜର୍ସ
Hua Main: ରଣବୀରଙ୍କ ସହ ଲିପଲକୁ ନେଇ ଟ୍ରୋଲ ହେଲେ ରଶ୍ମିକା, ଏମିତି କମେଣ୍ଟ କଲେ ୟୁଜର୍ସ

ରଣବୀର କପୁର ଏବଂ ରଶ୍ମିକା ମନ୍ଦାନା ପ୍ରଥମ ଥର ପାଇଁ 'ଆମିମଲ' ଫିଲ୍ମ ସହ ବଡ ପରଦାରେ ଏକାଠି ନଜର ଆସିବେ । ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଛି, ଯେଉଁଥିରେ ଉଭୟଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରଣବୀର କପୁର ଏବଂ ରଶ୍ମିକା ମନ୍ଦନା ସେମାନଙ୍କ ଆଗାମୀ ଚଳଚ୍ଚିତ୍ର 'ଆନିମଲ' ପାଇଁ ଆଜିକାଲି ଶିରୋନାମାରେ ରହିଛନ୍ତି । ଫିଲ୍ମର ଟିଜର ରିଲିଜ ହେବା ଦିନ ଠାରୁ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ନିର୍ମାତା ଆଜି ଫିଲ୍ମ 'ହୁଆ ମେନ୍'ର ପ୍ରଥମ ଗୀତ ରିଲିଜ୍ କରିଛନ୍ତି । ଗୀତରେ ଥିବା ଉଭୟଙ୍କର ଲଭ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ରଶ୍ମିକା ନିଜ ଇନଷ୍ଟାଗ୍ରାମରେ ଗୀତକୁ ସେୟାର କରି ଆମର ହୁଆ ମେଁ ଏବେ ଆପଣଙ୍କର ଉପଭୋଗ କରନ୍ତୁ । ହିନ୍ଦୀ, ତେଲୁଗୁ, କନ୍ନଡ, ତାମିଲ ଏବଂ ମାଲାୟାଲମ୍ ସମସ୍ତ ଭାଷାରେ ଉପଲବ୍ଧ । ଏହି ଗୀତରେ ରଣବୀର ଏବଂ ରଶ୍ମିକାଙ୍କ ଲିପଲକ୍ କରୁଥିବା ଦେଖିବାକୁ ମିଳିଛି ।ସୋସିଆଲ ମିଡିଆରେ ଏହି ଗୀତ ସେୟାର ହେବା ମାତ୍ରେ ଅନେକ ଫ୍ୟାନ୍ସ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ଏନେଇ ଅଭିନେତ୍ରୀଙ୍କୁ ଟ୍ରୋଲ କରିଛନ୍ତି । ରଶ୍ମିକାଙ୍କ ରୁମର୍ ବୟଫ୍ରେଣ୍ଡ ବିଜୟ ଦେବରକୋଣ୍ଡାକୁ ନେଇ ଅଭିନେତ୍ରୀଙ୍କୁ ଟ୍ରୋଲ କରିଛନ୍ତି ନେଟିଜେନ୍ସ ।

ଏକ୍ସରେ ନେଟିଜେନ୍ସ ମାନେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଲେଖିଛନ୍ତି, ରଣବୀର କପୁରଙ୍କୁ ଭେଟିବା ରାସ୍ତାରେ ବିଜୟ ଦେବରକୋଣ୍ଡା । ଅନ୍ୟ ଜଣେ ଲେଖିଛନ୍ତି, ଆମନିମଲର ଏହି ନୂଆ ଗୀତର ପୋଷ୍ଟର ଦେଖିବା ପରେ ଆଲିଆ ଭଟ୍ଟ ଏବଂ ବିଜୟ ଦେବରକୋଣ୍ଡା ଏକ ନୂଆ ଫିଲ୍ମ ସାଇନ କରିବେ । ଅନେକ ୟୁଜର୍ସ ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ଯୋଡିକୁ ସୁନ୍ଦର ବୋଲି କହିଛନ୍ତି । ଆଉ କେତେକ ଫ୍ୟାନ୍ସ, ଫିଲ୍ମକୁ ବୟକଟ୍ କରିବାକୁ ମଧ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରଣବୀର-ରଶ୍ମିକାଙ୍କ ଲିପ୍‌ଲକ୍‌ ଦେଖି ରହିପାରିଲେନି ପତ୍ନୀ ଆଲିଆ, ଦେଲେ ଏମିତି ପ୍ରତିକ୍ରିୟା

ସୂଚନା ଥାଉ କି, ସେପ୍ଟେମ୍ବର 28 ତାରିଖରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଏକ୍ସରେ ବିଜୟ ଦେବରକୋଣ୍ଡା ଫିଲ୍ମର ଟିଜର ସେୟାର କରିବାବେଳେ ସନ୍ଦୀପ ରେଡ୍ଡୀ, ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କୁ ଅଭିନନ୍ଦନ ଜଣାଇଥିଲେ । ରଶ୍ମିକା ମନ୍ଦାନା ଏବଂ ବିଜୟ ପରସ୍ପରକୁ ଡେଟିଂ କରୁଥିବା ଚର୍ଚ୍ଚା ଜୋର ଧରିଛି । ଅନେକ ସମୟରେ ଉଭୟଙ୍କୁ ଏକାଠି ଏବଂ ସମାନ ପୃଷ୍ଠ ଭୂମିରେ ଦେଖିବାକୁ ମିଳିଛି । କିନ୍ତୁ ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା କରିନଥିବା ବେଳେ ପ୍ରତିକ୍ରିୟାରେ କିନ୍ତୁ ଉଭୟ ପରସ୍ପରର ଭଲ ବନ୍ଧୁ ବୋଲି କହୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.