ETV Bharat / entertainment

ରଣବୀର-ରଶ୍ମିକାଙ୍କ ଲିପ୍‌ଲକ୍‌ ଦେଖି ରହିପାରିଲେନି ପତ୍ନୀ ଆଲିଆ, ଦେଲେ ଏମିତି ପ୍ରତିକ୍ରିୟା

author img

By ETV Bharat Odisha Team

Published : Oct 11, 2023, 4:57 PM IST

କିଛି ସମୟ ପୂର୍ବରୁ ଫିଲ୍ମ ‘ଆନିମଲ’ର ପ୍ରଥମ ଗୀତ ‘ହୁଆ ମେଁ’ ରିଲିଜ ହୋଇଛି । ଏହି ଗୀତରେ ରଣବୀର କପୁର ରଶ୍ମିକା ମନ୍ଦନାଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଗୀତରେ ଆଲିଆ ଭଟ୍ଟଙ୍କ ପ୍ରତିକ୍ରିୟା ଆସିଛି । ଅଧିକ ପଢନ୍ତୁ

ଆଲିଆ ଭଟ୍ଟଙ୍କ ପ୍ରତିକ୍ରିୟା
ଆଲିଆ ଭଟ୍ଟଙ୍କ ପ୍ରତିକ୍ରିୟା

ହାଇଦ୍ରାବାଦ: ରଣବୀର କପୁର ଏବଂ ରଶ୍ମିକା ମନ୍ଦନା ଅଭିନୀତ ଆକ୍ସନ୍-ଡ୍ରାମା ଚଳଚ୍ଚିତ୍ର ‘ଆନିମଲ୍’ ରିଲିଜ୍ ପାଇଁ ଆହୁରି ସମୟ ବାକି ଅଛି । ଏହାପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି ଏବଂ ଆଜି (ଅକ୍ଟୋବର 11) ଫିଲ୍ମର ପ୍ରଥମ ଗୀତ 'ହୁଆ ମେଁ' ରିଲିଜ୍ ହୋଇଛି । ଗୀତ ‘ହୁଆ ମେଁ’ ହେଉଛି ଏକ ରୋମାଣ୍ଟିକ୍ ଗୀତ, ଯେଉଁଥିରେ ରଣବୀର ଏବଂ ରଶ୍ମିକା ସିଜିଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଗୀତରେ ରଣବୀର ଏବଂ ରଶ୍ମିକା ମଧ୍ୟ ତିନିରୁ ଚାରିଥର ଲିପ୍‌ ଲକ୍ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ରଣବୀର କପୁରଙ୍କ ଷ୍ଟାର ପତ୍ନୀ ଆଲିଆ ଭଟ୍ଟ ଏହି ଗୀତରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଆଲିଆ ଭଟ୍ଟଙ୍କ ପ୍ରତିକ୍ରିୟା

ଆଲିଆ ଭଟ୍ଟ ତାଙ୍କ ଇନଷ୍ଟା ଷ୍ଟୋରୀରେ ‘ହୁଆ ମେଁ’ ଗୀତର ଲିଙ୍କ୍ ସେୟାର କରିଛନ୍ତି । ଆହୁରି ମଧ୍ୟ, ଏହି ପୋଷ୍ଟରେ ରଣବୀର ଏବଂ ରଶ୍ମିକା ଲିପ୍‌ ଲକ୍‌ କରୁଥିବା ଦେଖିବାକୁ ମିଳିଛି । ଆଲିଆ ଏହି ପୋଷ୍ଟକୁ ସେୟାର୍ କରିଥିବାବେଳେ କ୍ୟାପସନରେ ଲେଖିଛନ୍ତି, ପ୍ଲେଇଂ ଅନ୍‌ ଲୁପ୍‌ ... କ’ଣ ଆଲିଆ ରଣବୀର ଏବଂ ରଶ୍ମିକାଙ୍କ ଲିପଲକ୍ ଦେଖି ଈର୍ଷା କରୁଛନ୍ତି କି ...? ବର୍ତ୍ତମାନ ଆଲିଆଙ୍କ ଏହି ପ୍ରତିକ୍ରିୟା ପରେ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଏମିତି କମେଣ୍ଟ କରୁଛନ୍ତି ।

ଆଲିଆ ଭଟ୍ଟଙ୍କ ପ୍ରତିକ୍ରିୟା
ଆଲିଆ ଭଟ୍ଟଙ୍କ ପ୍ରତିକ୍ରିୟା

ଉଲ୍ଲେଖନୀୟ ଯେ, ଆନିମଲର ପ୍ରଥମ ଲଭ୍‌-ରୋମାଣ୍ଟିକ ଗୀତକୁ ପ୍ରୀତମ ତାଙ୍କ ମ୍ୟୁଜିକରେ ସଜାଇଛନ୍ତି । ଏହି ଗୀତର ଲିରିକ୍ସ ମନୋଜ ମୁତଶୀର ଲେଖିଛନ୍ତି ଏବଂ ଏହାକୁ ପ୍ରୀତମ ଗାୟକ ରାଘବଙ୍କ ସହ ଗାଇଛନ୍ତି । ଗୀତର ଆରମ୍ଭରେ, ରଶ୍ମିକା ଏବଂ ରଣବୀର ପରିବାର ସଦସ୍ୟ ତାଙ୍କୁ ଗାଳି ଦେଉଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଏହି କପଲ ପରସ୍ପରକୁ ଚୁମ୍ବନ ଦିଅନ୍ତି । ଯେଉଁଥିରେ ପରିବାର ସଦସ୍ୟଙ୍କ ଏହାକୁ ଦେଖିନପାରି ଆଖି ଏବଂ ପାଟି ସବୁ ବନ୍ଦ କରିଦିଅନ୍ତି । ତା’ପରେ ରଣବୀର-ରଶ୍ମିକା ନିଜ ଦୁନିଆରେ ହଜିଯାଆନ୍ତି ।

ଏହା ମଧ୍ୟ ପଢନ୍ତୁ: Hua Main song out: ଆନିମଲର ପ୍ରଥମ ଗୀତ ରିଲିଜ୍‌, ରଣବୀର-ରଶ୍ମିକାଙ୍କ ସିଜିଲିଂ କେମେଷ୍ଟ୍ରି ଲଗାଇଲା ନିଆଁ

  • " class="align-text-top noRightClick twitterSection" data="">

ଚଳଚ୍ଚିତ୍ର 'ଆନିମଲ'ର କାହାଣୀ

ଅନୀଲ କପୁର ଏବଂ ରଣବୀର କପୁର ପିତା ଏବଂ ପୁଅଙ୍କ ଚରିତ୍ରରେ ନଜର ଆସିଛନ୍ତି । ଯେଉଁଠାରେ ଅନୀଲ ତାଙ୍କ ପୁଅକୁ ନେଇ ବହୁତ ନିରାଶ ମନେ ହେଉଛନ୍ତି । କାହାଣୀଟି ପିତା-ପୁତ୍ର ସମ୍ପର୍କ ଏବଂ ପ୍ରତିଶୋଧ ଉପରେ ଆଧାରିତ । ତେବେ ଏହି କାହାଣୀରେ ଏକ ମୋଡ଼ ଆସିବ ବୋଲି ଦର୍ଶକଙ୍କ ଆଶା ଅଛି । ଏହି ଫିଲ୍ମରେ ରଶ୍ମିକା ଅଭିନେତା ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରଶ୍ମିକାଙ୍କ ଚରିତ୍ରର ନାମ ହେଉଛି ଗୀତାଞ୍ଜଳି । ରଣବୀର କପୁର, ଅନୀଲ କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ବ୍ୟତୀତ ବବି ଦେଓଲ, ତୃପ୍ତି ଡିମ୍ରି, ଶକ୍ତି କପୁର ମଧ୍ୟ ଏହି ଫିଲ୍ମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । 'ଆନିମଲ୍‌' ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ 1 ଡିସେମ୍ବର 2023ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.