ETV Bharat / city

ହୀରାକୁଦ ଡ୍ୟାମକୁ 63 ବର୍ଷ, ନ୍ୟାୟ ପାଇବାରୁ ବଞ୍ଚିତ ବିସ୍ଥାପିତ

author img

By

Published : Nov 30, 2020, 2:00 PM IST

ହୀରାକୁଦ ଡ୍ୟାମ
ହୀରାକୁଦ ଡ୍ୟାମ

1957 ମସିହାରେ ସମ୍ବଲପୁରର ହୀରାକୁଦ ଡ୍ୟାମ ପ୍ରତିଷ୍ଠା ହୋଇଥିଲା । ଯାହାକୁ 63 ବର୍ଷ ପୂରିଥିବାବେଳେ ଏବେବି ବିସ୍ଥାପିତଙ୍କ ହୋଇନି ସ୍ଥାୟୀ ସମାଧାନ । ଅଧିକ ପଢନ୍ତୁ...

ସମ୍ବଲପୁର: ହୀରାକୁଦ ଡ୍ୟାମ ପ୍ରତିଷ୍ଠାକୁ ପୂରିଛି 63 ବର୍ଷ । ହେଲେ ଏବେ ବି ହଇରାଣ ହେଉଛନ୍ତି ବିସ୍ଥାପିତ ପରିବାର । ପିଢି ପରେ ପିଢି ନ୍ୟାୟ ପାଇଁ କରୁଛନ୍ତି ସଂଘର୍ଷ । ଡ୍ୟାମ ପାଇଁ ନିଜର ଜମିବାଡି, ଜୀବନ ଜୀବିକା ହରାଇ ପାଇଛନ୍ତି କେବଳ ପ୍ରତିଶ୍ରୁତି । ଯାହା ନା କେବେ ପୂରଣ ହେଉଛି ନା ବିସ୍ଥାପିତ ନ୍ୟାୟ ପାଉଛନ୍ତି ।

ହୀରାକୁଦ ଡ୍ୟାମ

1957 ରେ ସମ୍ବଲପୁରର ହୀରାକୁଦ ଡ୍ୟାମ ପ୍ରତିଷ୍ଠା ହୋଇଥିବାବେଳେ ଏଥିରେ ବୁଡି ଯାଇଥିଲା 325ଟି ଗାଁ । 25 ହଜାର ପରିବାର ବିସ୍ଥାପିତ ହୋଇଥିଲେ । ଜଳ ଭଣ୍ଡାରରେ ବୁଡି ଯାଇଥିଲା 200 ମନ୍ଦିର । ବିସ୍ଥାପିତ ପରିବାର ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ରହିଆସୁଥିବେଳେ ସେତେବେଳେ କେବଳ ନାମକୁ ମାତ୍ର କିଛି ଜଣଙ୍କୁ କ୍ଷତିପୂରଣ ଦିଆଯାଇଥିବା କୁହାଯାଏ । ଆଉ ଅଧିକ ଅନୁକମ୍ପାମୂଳକ ସହାୟତା ରାଶି ସହିତ କିଛି ନାର୍ଯ୍ୟ ଦାବି ନେଇ ଏବେ ବି ଲଢେଇ ଜାରି ରଖିଛନ୍ତି ଏମାନେ ।

25 ହଜାର ପରିବାରରୁ ମାତ୍ର 1300 ଲୋକଙ୍କୁ ଅନୁକମ୍ପାମୂଳକ ରାଶି ମିଳିଥିବା ଅଭିଯୋଗ ହେଉଛି । ସେପଟେ ଘର ଡିହ ଯୋଗାଇଦେବା ଘୋଷଣା ବି ଘୋଷଣାରେ ରହିଯାଇଛି । 2002 ମସିହାରେ ରାଜ୍ୟ ସରକାର ସମସ୍ତ ବିସ୍ଥାପିତଙ୍କୁ 10 ଡିସିମିଲ ଲେଖାଏଁ ଘର ଡିହ ଯୋଗାଇଦେବେ ବୋଲି ଘୋଷଣା କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା କେବଳ 2000 ପରିବାରଙ୍କୁ ହିଁ ଏହି ଘରଡିହ ମିଳିଛି ବୋଲି ଅଭିଯୋଗ କରିଛି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ।

ତେବେ ରାଜ୍ୟର ସ୍ବାର୍ଥ ପାଇଁ ନିଜର ଭିଟାମାଟି ହରାଇଥିବା ଏହି ବିସ୍ଥାପିତ ପରିବାରଙ୍କ ସଂଘର୍ଷ କେବେ ଶେଷ ହେବ । କେବେ ଏମାନେ ନିଜର ନାର୍ଯ୍ୟ ଦାବି ପାଇବେ ତାକୁ ହିଁ ଅପେକ୍ଷା ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.