ETV Bharat / city

Case Pending: ୨୦୨୨ରେ ବିଚାରଧୀନ ମାମଲା ଶେଷ କରିବାରେ HCର ରେକର୍ଡ

author img

By

Published : Oct 11, 2022, 9:23 PM IST

Case Pending: ୨୦୨୨ରେ ବିଚାରଧୀନ ମାମଲା ଶେଷ କରିବାରେ HCର ରେକର୍ଡ
Case Pending: ୨୦୨୨ରେ ବିଚାରଧୀନ ମାମଲା ଶେଷ କରିବାରେ HCର ରେକର୍ଡ

ହାଇକୋର୍ଟ ଓ ତଳ କୋର୍ଟ ଗୁଡିକରେ ଅନେକ ବିଚାରଧୀନ ମାମଲାର ସଂଖ୍ୟା ବଢୁଛି । ୨୦୨୨ରେ ବିଚାରଧୀନ ମାମଲା ଶେଷ କରିବାରେ ଓଡ଼ିଶା ହାଇକୋର୍ଟ (HC) ରେକର୍ଡ କରିଛି । ଅଧିକ ପଢନ୍ତୁ

କଟକ: ହାଇକୋର୍ଟ ଓ ତଳ କୋର୍ଟ ଗୁଡିକରେ ବିଚାରାଧୀନ ମାମଲା (Pending cases) ସଂଖ୍ୟା ବଢୁଛି ସତ କିନ୍ତୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ବେଶ ତ୍ବରାନ୍ବୀତ ହୋଇଛି । ୨୦୨୨ ମସିହା ଆଜି ସୁଦ୍ଧା ମାମଲା ବିଚାର ଶେଷ କରିବାରେ ହାଇକୋର୍ଟ (Odisha High Court) ରେକର୍ଡ କରିଛି । ଆଜି ହାଇକୋର୍ଟର ବିଭିନ୍ନ ବିଭାଗର ରେଜିଷ୍ଟ୍ରାର ଓ ଜିଲ୍ଲା କୋର୍ଟ ରେଜିଷ୍ଟ୍ରାର ଏକ 'ମିଟ୍ ଦ ପ୍ରେସ୍' କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ।

ଆଜି ଠାରୁ ବିଭିନ୍ନ ଅଦାଲତରେ ବିଚାରାଧିନ ଓ ବିଚାର ସରିଥିବା ମାମଲର ସଂଖ୍ୟା ଅନଲାଇନରେ ଅପଲୋଡ଼ ବ୍ୟବସ୍ଥା ଆରମ୍ଭ କରାଯାଉଛି । ଏଣିକି ପ୍ରତି ୩ମାସରେ ଥରେ ଏହି ସଂଖ୍ୟା ଅନଲାଇନରେ ଅପଲୋଡ଼ କରାଯିବ ବୋଲି ରେଜିଷ୍ଟ୍ରାର ସମୁହ ଆଜି 'ମିଟ୍ ଦ ପ୍ରେସ' (Meet The Press) କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି । ରେଜିଷ୍ଟ୍ରାରଙ୍କ ତଥ୍ୟ ଅନୁସାରେ ୨୦୨୦ମସିହାରେ ହାଇକୋର୍ଟରେ ୮୩ହଜାର ୪ଶହ ୯୯ଟି ମାମଲା ଦାଏର ହୋଇଥିବା ବେଳେ ୬୧ହଜାର ୩ଶହ ୩୫ମାମଲା ବିଚାର ସରିଥିଲା ।

ଏହା ବି ପଢନ୍ତୁ- ବାଲିଯାତ୍ରାରେ ପ୍ଲଟ୍‌ ନିଲାମ ପାଇଁ ଚାଲିଛି ପଞ୍ଜିକରଣ, ଉପକୃତ ହେବେ ପ୍ରକୃତ ବ୍ୟବସାୟୀ

ସେହିପରି ୨୦୨୧ମସିହାରେ ୧ଲକ୍ଷ ୨୮ହଜାର ୭ଶହ ୮୬ମାମଲା ଦାଏର ହୋଇଥିବା ବେଳେ, ୧ଲକ୍ଷ ୫ହଜାର ଶହେ ୮୨ଟି ମାମଲ ବିଚାର ଶେଷ ହୋଇପାରିଥିଲା । ଅନ୍ୟପଟେ ୨୦୨୨ ମସିହା ଆଜି ସୁଦ୍ଧା ମାମଲା ବିଚାର ଶେଷ କରିବାରେ ହାଇକୋର୍ଟ ରେକର୍ଡ କରିଛି । ଚଳିତ ବର୍ଷ ୭୮ହଜାର ୨ଶହ ୪୫ଟି ମାମଲା ଦାଏର ହୋଇଥିବା ବେଳେ ଲକ୍ଷେ ୪ହଜାର ୫ଶହ ୬୦ଟି ମାମଲାର ବିଚାର ଶେଷ ହୋଇଛି ।

ସେହିପରି ଜିଲ୍ଲା କୋର୍ଟ ଗୁଡିକରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୩ଲକ୍ଷ ୩୧ହଜାର ୬ଶହ ୬୬ଟି ମାମଲା ବିଚାର ଶେଷ ହୋଇ ପାରିଛି । ୨୦୨୨ରେ କେଶ୍ କ୍ଲିଅରାନ୍ସ ହାର ୪୫ ଦଶମିକ ୭୬ ପ୍ରତିଶତରୁ ୧୭୭ ଦଶମିକ ୩୨ପ୍ରତିଶତ ରହିଛି । ଆଜି ମିଟ୍ ଦ ପ୍ରେସ କାର୍ଯ୍ୟକ୍ରମରେ ରେଜିଷ୍ଟ୍ରାର ସମୂହ କହିଛନ୍ତି ଯେ ବିଭିନ୍ନ କାରଣ ପାଇଁ କୋର୍ଟର କାର୍ଯ୍ୟ ଦିବସ ସଂଖ୍ୟା କମିବା ସତ୍ତ୍ବେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ତ୍ବରାନ୍ବୀତ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.