ETV Bharat / city

ବର୍ଷା ନୁହେଁ ଫ୍ୟାନ୍ସଙ୍କ ପାଇଁ ପାର୍ଟ-୪ ଭିଡିଓ ଜାରି କଲେ ଅନୁଭବ

author img

By

Published : May 27, 2022, 8:57 AM IST

Updated : May 27, 2022, 9:58 AM IST

ବର୍ଷା ନହେଁ ଫ୍ୟାନ୍ସଙ୍କ ପାଇଁ ପାର୍ଟ-୪ ଭିଡିଓ ଜାରି କଲେ ଅନୁଭବ
ବର୍ଷା ନହେଁ ଫ୍ୟାନ୍ସଙ୍କ ପାଇଁ ପାର୍ଟ-୪ ଭିଡିଓ ଜାରି କଲେ ଅନୁଭବ

ପାର୍ଟ ୪ ଭିଡିଓ ଜାରି କଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ୪ ମିନିଟ ୩୨ ସେକେଣ୍ଡର ଭିଡିଓ ଜାରି କରି ଫ୍ୟାନ୍ସଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଅନୁଭବ । ଅଧିକ ପଢନ୍ତୁ

କଟକ: ପାର୍ଟ ୧, ପାର୍ଟ ୨, ପାର୍ଟ ୩ ପରେ ପାର୍ଟ ୪ ଭିଡିଓ ଜାରି କଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଜାରି କରିଥିବା ଭିଡିଓରେ ବର୍ଷାଙ୍କ ସହ ବିବାଦ ନୁହେଁ ବର ଫ୍ୟାନ୍ସକୁ ଉଦ୍ଦେଶ୍ୟରେ ଭିଡ଼ିଓ କରୁଥିବା କହିଛନ୍ତି ଅନୁଭବ । ୪ ମିନିଟ ୩୨ ସେକେଣ୍ଡର ଭିଡିଓ ଜାରି କରି ଫ୍ୟାନ୍ସଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଅନୁଭବ । ପୂର୍ବରୁ ଜାରି କରିଥିବା ଭିଡିଓରେ ରଖିଥିବା ମତ ମିଛ ନୁହେଁ ବୋଲି ସେ କହିଛନ୍ତି । ଭିଡିଓରେ ନିଜ ପରିବାରରେ ଥିବା ପ୍ରତ୍ୟେକଟି ସଦସ୍ୟଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

ବର୍ଷା ନହେଁ ଫ୍ୟାନ୍ସଙ୍କ ପାଇଁ ପାର୍ଟ-୪ ଭିଡିଓ ଜାରି କଲେ ଅନୁଭବ

ଏହା ମଧ୍ୟ ପଢନ୍ତୁ:-Anubhav-Varsha Marital Discord: ହାଇକୋର୍ଟର ଦ୍ବାରସ୍ଥ ହେଲେ ବର୍ଷା

ଏହାପୂର୍ବରୁ ପାର୍ଟ ୧,୨,୩ ଭିଡିଓରେ ଅନୁଭବ ବୈବାହିକ ଜୀବନ ସମ୍ପର୍କରେ ମତ ରଖି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ । ପ୍ରଥମେ ୩୨ ମିନିଟ ୩୧ସେକେଣ୍ଡର ଭିଡିଓ ଜାରି କରି ପ୍ରେମ ସମ୍ପର୍କକୁ ନେଇ କେଉଁଭଳି ମାନସିକ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ସେନେଇ ପ୍ରଥମଥର ମୁହଁ ଖୋଲିଥିଲେ ଅନୁଭବ । ସେହିପରି ଦ୍ବିତୀୟ ଭିଡିଓରେ ମଧ୍ୟ ସେ ପତ୍ନୀ ବର୍ଷାଙ୍କୁ ହାତ ଯୋଡ଼ିଛନ୍ତି । ବର୍ଷା ତାଙ୍କୁ ବଦନାମ କରିଛନ୍ତି ବୋଲି ସେ କହିଥିଲେ । ଯାହାକୁ ବର୍ଷା ପୁରୀ ଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଥିଲେ ।

ଏହାପରେ ପାର୍ଟ ୩ ଭିଡିଓ ଜାରି କରି ଗଣମାଧ୍ୟମ ଓ ପତ୍ନୀଙ୍କୁ ପୁନର୍ବାର ଟାର୍ଗେଟ କରିଥିଲେ । ଏଥି ସହ ଭିଡିଓରେ ବର୍ଷାଙ୍କୁ ମେଡିକାଲ ଟେଷ୍ଟ, ଫରେନସିକ ଲ୍ୟାବରେ ଅଡିଓ ଟେଷ୍ଟ ଓ ପଲିଗ୍ରାପ ଟେଷ୍ଟ କରିବାକୁ ଚ୍ୟାଲେଞ୍ଜ କରିଥିଲେ ଅନୁଭବ । ଏହି ଭିଡିଓ ପରେ ବର୍ଷା କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ । ତେବେ ଅନୁଭବଙ୍କ ଏହି ଅପମାନ ଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବା ପାଇଁ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି ବର୍ଷା । ମାମଲା ବିଚାରାଧୀନ ଥିବା ବେଳେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ତାଙ୍କ ମର୍ଯ୍ୟାଦା ହାନି କରୁଥିବା ସେ ପିଟିସନରେ ଉଲ୍ଲେଖ କରିଛନ୍ତି । ଆଜି ପାର୍ଟ ୪ ଭିଡିଓ ଜାରି କରି ଫ୍ୟାନ୍ସଙ୍କୁ ପ୍ରଶଂସା କରିଛନ୍ତି ଅନୁଭବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :May 27, 2022, 9:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.