ETV Bharat / city

ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ବେଟିଂ, ୪ ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Jul 16, 2022, 9:06 AM IST

ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ବେଟିଂ,୪ ଜଣଙ୍କୁ ବାନ୍ଧିଲା ପୋଲିସ
ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ବେଟିଂ,୪ ଜଣଙ୍କୁ ବାନ୍ଧିଲା ପୋଲିସ

ଭାରତ ଇଂଲଣ୍ଡ ମ୍ୟାଚକୁ ନେଇ ବେଟିଂ କରୁଥିବାବେଳେ ୪ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

କଟକ: ଏକ ବଡ ଧରଣ ବେଟିଂ ରାକେଟର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ । ବେଟିଂରେ ନିରିହ ଲୋକଙ୍କ ଟଙ୍କା ଲଗାଯାଉଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୌମେନ ସାଙ୍ଗମେରିଆ, ରୋହିତ ପତଓ୍ୱାରୀ, ବଣ୍ଟି କମିଲୟ ଓ ସୁନିଲ ସାହା ।

ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ବେଟିଂ,୪ ଜଣଙ୍କୁ ବାନ୍ଧିଲା ପୋଲିସ

ସୂଚନାଅନୁଯାୟୀ, ଗତ ଗୁରୁବାର ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ମ୍ୟାଚ ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଟଙ୍କାରେ ବେଟିଂ ଚଲାଇଥିଲେ ଅଭିଯୁକ୍ତ ମାନେ । ଏନେଇ ଖବର ପାଇ ଲାଲବାଗ ଥାନା ଅନ୍ତର୍ଗତ କାଳିଗଳିରେ ଏକ ଭଡା ଘରେ ଚଢାଉ କରି 4 ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ 1ଲକ୍ଷ 75 ହଜାର ଟଙ୍କା, ଏକ ଡାଏରୀ, 7ଟି ମୋବାଇଲ, ଏକ କ୍ଲିପ ବୋର୍ଡ ଏବଂ ଏକ କାଲକୁଲେଟର ଜବତ କରିଛି ପୋଲିସ । ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଉଆଉ କେତେ ଜଣଙ୍କ ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଖୋଲତାଡ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.