ETV Bharat / city

ନାବାଳିକା ଗଣଦୁଷ୍କର୍ମ ମାମଲା; 2 ଅଭିଯୁକ୍ତ ଗିରଫ, ଖୁବ ଶୀଘ୍ର ହେବ ଚାର୍ଜସିଟ ଦାଖଲ

author img

By

Published : Oct 15, 2020, 12:37 PM IST

cuttack minor girl rape case
cuttack minor girl rape case

କଟକ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତ ସନ୍ତୋଷ ବେହେରା ଓ ରାକେଶ ରାଉତଙ୍କୁ ଗିରଫ କରିଥିବା କଟକ ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

କଟକ: ଗତିରାଉତ ପାଟଣା ନାବାଳିକା ଗଣଦୁଷ୍କର୍ମ ମାମଲା । ଧରା ପଡିଲା ଆଉ ଜଣେ ଅଭିଯୁକ୍ତ । ଚାଉଳିଆଗଞ୍ଜ ଥାନାରେ ଏନେଇ ମମାଲା ରୁଜୁ ପରେ 24 ଘଣ୍ଟା ମଧ୍ୟରେ ସନ୍ତୋଷ ବେହେରା ଓ ରାକେଶ ରାଉତଙ୍କୁ ଗିରଫ କରିଥିବା କଟକ ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କଟକ ନାବାଳିକା ଗଣଦୁଷ୍କର୍ମ ମାମଲା; 2 ଅଭିଯୁକ୍ତ ଗିରଫ, ଖୁବ ଶୀଘ୍ର ହେବ ଚାର୍ଜସିଟ ଦାଖଲ

ତେବ ଉଭୟ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି । ଏହାଛଡା ଯେଉଁ ମୋବାଇଲରେ ଅଶ୍ଳିଳ ଭିଡିଓ ଉତ୍ତୋଳନ ହୋଇଥିଲା ତାହାକୁ ଫୋରେନସିକ ଲ୍ୟାବକୁ ପଠା ଯାଇଛି । ଏହାସହ ପୀଡିତାର ବୟାନ ରେକର୍ଡ ମଧ୍ୟ ଶେଷ ହୋଇଛି । ତେବେ ଏମାନଙ୍କ ବିରୁଦ୍ଧରେ ଖୁବ ଶୀଘ୍ର ଚାର୍ଜସିଟ ହେବ ବୋଲି ଡିସିପି କହିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ନାବାଳିକା ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ନାବାଳିକାଙ୍କୁ ଗତିରାଉତ ପାଟଣା ଅଞ୍ଚଳର ଏକ କୁକୁଡ଼ା ଫାର୍ମରେ 22 ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । CWC ମଙ୍ଗଳବାର ନାବାଳିକା ଜଣଙ୍କୁ ଉଦ୍ଧାର କରି ଥାନାରେ ମାମଲା ଦାଏର କରିଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.