ETV Bharat / city

ଆସୁଛି ଲଘୁଚାପ, 30 ତାରିଖ ସୁଦ୍ଧା ହୋଇପାରେ ସକ୍ରିୟ

author img

By

Published : Apr 26, 2020, 6:46 PM IST

weather-forecast-imd
weather-forecast-imd

ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଆସନ୍ତା ୩୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ରବିବାର ନୂଆ ଦିଲ୍ଲୀ ସ୍ଥିତ ଭାରତୀୟ ପାଣିପାଗ ବିଭାଗ,ଆଇଏମଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଅଧିକ ପଢନ୍ତୁ..

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଆସନ୍ତା ୩୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ରବିବାର ନୂଆ ଦିଲ୍ଲୀ ସ୍ଥିତ ଭାରତୀୟ ପାଣିପାଗ ବିଭାଗ, ଆଇଏମଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ୩୦ ତାରିଖ ବେଳକୁ ଏହା ସୃଷ୍ଟି ହେବ, ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅଧିକ ସକ୍ରିୟ ହୋଇ ୩୦ ରୁ ୩ ତାରିଖ ମଧ୍ୟରେ ଉତ୍ତର ଓ ଉତ୍ତର ପୂର୍ବମୁଁହା ହେବାର ସମ୍ଭାବନା ରହିଛି।


ଏହାର ପ୍ରଭାବରେ ଆଣ୍ଡାମାନରେ ୩୦ ତାରିଖ ବେଳକୁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୪୮ ଘଣ୍ଟା ମଧ୍ୟରେ ଅର୍ଥାତ ୧ ଓ ୨ ମେରେ ଏହା ଅଧିକ ସକ୍ରିୟ ହୋଇ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।


୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ୬୦ କିମି ପର୍ଯ୍ୟନ୍ତ ପବନର ବେଗ ବୃଦ୍ଧି ପାଇ ଦକ୍ଷିଣ ଆଣ୍ଡାମାନ ସମୁଦ୍ର, ନିକୋବାର ଦ୍ୱୀପ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୩୦ ଏପ୍ରିଲ ଓ ମେ ୧ ତାରିଖରେ ଏବଂ ଉତ୍ତର ଆଣ୍ଡାମାନ ସମୁଦ୍ର ,ଦକ୍ଷିଣପୂର୍ବ ବଙ୍ଗୋପସାଗର ରେ ୨,୩ ତାରିଖରେ ପ୍ରଭାବ ରହିବ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ,ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି। ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ ରହିଛି ଏବଂ ସମାୟାନୁକ୍ରମେ ସମସ୍ତ ତଥ୍ୟ ଦିଆଯାଉଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.