ETV Bharat / city

ସୁବର୍ଣ୍ଣରେଖା ନଦୀରେ ଆସୁଛି ବଡ ବନ୍ୟା କହିଲେ SRC

author img

By

Published : Aug 20, 2022, 10:45 PM IST

Etv Bharat
Etv Bharat

ଛତିଶଗଡ ଓଡିଶା ସହ ଝାଡଖଣ୍ଡରେ ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା । ଫଳରେ ପଶ୍ଚିମ ଓ ଉପକୂଳ ପରେ ଏବେ ଉତ୍ତର ଓଡିଶାରେ ଆସୁଛି ବଡ ବନ୍ୟା । ଆଜି ଏହି ଆଶଙ୍କା କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଅଧିକ ପଢନ୍ତୁ

ଭୁବନେଶ୍ବର: ଛତିଶଗଡ ଓଡିଶା ସହ ଝାଡଖଣ୍ଡରେ ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା । ଫଳରେ ପଶ୍ଚିମ ଓ ଉପକୂଳ ପରେ ଏବେ ଉତ୍ତର ଓଡିଶାରେ ଆସୁଛି ବଡ ବନ୍ୟା । ଆଜି ଏହି ଆଶଙ୍କା କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଏସଆରସି କହିଛନ୍ତି ଆସନ୍ତା ୩୦ ଘଣ୍ଟା ମଧ୍ୟରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ନଦୀରେ ବନ୍ୟା ଆସିପାରେ । ଝାଡଖଣ୍ଡ ସରକାର ଗାଲୁଡିହ ବ୍ୟାରେଜର 14ଟି ଗେଟ ଖୋଲିଛନ୍ତି । ଏଥିରେ ପ୍ରାୟ ୪ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏହି ବନ୍ୟା ଜଳ ଆସନ୍ତା ୩୦ ଘଣ୍ଟାରେ ଆସି ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ମିଶିବ । ଫଳରେ ଏହି ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି । ବୁଢାବଳଙ୍ଗର ଜଳସ୍ତର ଜାତୀୟ ରାଜପଥ-୫ ନିକଟରେ ବଢିଛି । ସୁବର୍ଣ୍ଣରେଖା ନଦୀର ଜଳସ୍ତର ଜାମଶୋଳାଘାଟ, ରାଜଘାଟଠାରେ ବୃଦ୍ଧି ପାଇବାରେ ଲାଗିଛି । ଏହାସହ ବାଂଶଧାରା ନଦୀର ଜଳସ୍ତର ଗୁଣୁପୁର ଓ କାଶୀନଗରଠାରେ ବୃଦ୍ଧି ପାଉଛି ।

ତେଣୁ ସୁବର୍ଣ୍ଣରେଖାରେ ବଡ ବନ୍ୟା ଆସିବ ବୋଲି ଆଶଙ୍କ କରିଛନ୍ତି ଏସଆରସି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.