ETV Bharat / city

ସଂକ୍ରମଣ କମିବା ନେଇ ସୀମାନ୍ତ ଜିଲ୍ଲା ଉପରେ ନଜର

author img

By

Published : Jul 14, 2021, 8:55 PM IST

ସଂକ୍ରମଣ କମିବା ନେଇ ଚିନ୍ତା ବଢାଉଥିବା ସୀମାନ୍ତ ଜିଲ୍ଲା ଉପରେ ନଜର
ସଂକ୍ରମଣ କମିବା ନେଇ ଚିନ୍ତା ବଢାଉଥିବା ସୀମାନ୍ତ ଜିଲ୍ଲା ଉପରେ ନଜର

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ କୋରୋନା ନ କମିବା ଯୋଗୁଁ ସଂକ୍ରମଣ ଚିନ୍ତା ବଢାଉଥିବା କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ କମୁଛି, ମାତ୍ର ଆମେ ସ୍ଥିତି ଉପରେ ନଜର ରଖୁଛୁ । ପଡୋଶୀ ଛତିଶଗଡ଼ରେ ସଂକ୍ରମଣ କିଛିଟା ବଢ଼ିଛି । ତେଣୁ ନୂଆପଡ଼ା ଉପରେ ଆମେ ସ୍ବତନ୍ତ୍ର ଭାବେ ନଜର ରଖିଛୁ । ଆମକୁ ସଜାଗ ରହିବାକୁ ହେବ । ସରକାର ସମସ୍ତ ଦିଗକୁ ଦୃଷ୍ଟି ଦେଇ ୧୬ ତାରିଖରେ ସରିବାକୁ ଥିବା ଲକଡାଉନ ଉପରେ ନିଷ୍ପତ୍ତି ନେବେ । ବଙ୍ଗଳା ସୀମାକୁ ଯଦିଓ କିଛି ଦରକାର ହୋଇନାହିଁ, ମାତ୍ର ଆମେ ତାହା ପାଇଁ ବି ସଜାଗ ରହିଛୁ ।

ସଂକ୍ରମଣ କମିବା ନେଇ ଚିନ୍ତା ବଢାଉଥିବା ସୀମାନ୍ତ ଜିଲ୍ଲା ଉପରେ ନଜର

ନିୟମ କୋହଳ କରିବା ପରେ ବି କିଛିଟା କଣ୍ଟ୍ରୋଲ ମେଜର ରଖିବାକୁ ହେବ । ସବୁ ତଥ୍ୟକୁ ଆନାଲାଇଜ କରାଯାଇ ସରକାରଙ୍କୁ ଦିଆଯାଉଛି । ସରକାର ଯଥା ସମୟରେ ଠିକ ପଦକ୍ଷେପ ନେବେ । ରାଜ୍ୟରେ ବହୁ ଜିଲ୍ଲାରେ ସଂକ୍ରମଣ କମିଥିଲେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କଟକ, ଭୁବନେଶ୍ୱର, ବାଲେଶ୍ଵର ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି ।

ତେଣୁ ତାହା ଆମକୁ ପଦକ୍ଷେପ ନେବାକୁ ପଡ଼ିବ । ଵିଶେଷ କରି ଭୁବନେଶ୍ୱର ଓ କଟକର ସଂକ୍ରମଣ କେମିତି କମିବ ତାହା ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ସଂକ୍ରମଣ ବଢିବାର ମୁଖ୍ୟ କାରଣ ହେଉଛି ବାହାର ଲୋକଙ୍କ ଯାତାୟାତ ଓ କିଛି ସ୍ଥାନରେ ଲୋକଙ୍କ ଭିଡ଼ ଯାହା ହେବା କଥା ନୁହେଁ ।

ଯେହେତୁ ମ୍ୟୁଟେସନ ହେଉଛି, ତେଣୁ ଏହା କମିବା ବଦଳରେ ବଢୁଛି ବା ସ୍ଥିର ରହୁଛି । ମାତ୍ର 3ୟ ଲହର ଆସୁ କି ନ ଆସୁ ଆମେ ସର୍ଭେଲାନ୍ସ ଓ ଟୀକାକରଣ ଜାରି ରହିବ ଟ୍ରିଟମେଣ୍ଟ କ୍ଷମତାକୁ ମଧ୍ୟ ବଢ଼ାଇବୁ ହେବ ।



ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.